ରେଳମନ୍ତ୍ରୀଙ୍କୁ ସମାଜବାଦୀ ପାର୍ଟିର ଚିଠି: ବିପ୍ଳବୀ ବକ୍ସି ଜଗବନ୍ଧୁଙ୍କ ନାଁରେ ନାମିତ ହେଉ ଖୋର୍ଦ୍ଧାରୋଡ୍‌ ରେଳ ଜଙ୍କସନ୍

Advertisment
ରେଳମନ୍ତ୍ରୀଙ୍କୁ ସମାଜବାଦୀ ପାର୍ଟିର ଚିଠି: ବିପ୍ଳବୀ ବକ୍ସି ଜଗବନ୍ଧୁଙ୍କ ନାଁରେ ନାମିତ ହେଉ ଖୋର୍ଦ୍ଧାରୋଡ୍‌ ରେଳ ଜଙ୍କସନ୍

ଭୁବନେଶ୍ୱର : ବିପ୍ଳବୀ ବକ୍ସି ଜଗବନ୍ଧୁଙ୍କ ନାଁରେ ଖୋର୍ଦ୍ଧା ରୋଡ୍‌ ରେଳ ଜଙ୍କସନ୍‌ ନାମିତ କରିବାକୁ ରେଳମନ୍ତ୍ରୀଙ୍କୁ ଚିଠି ଲେଖିଛି ସମାଜବାଦୀ ପାର୍ଟି। ପାର୍ଟି ପକ୍ଷରୁ କୁହାଯାଇଛି, କେନ୍ଦ୍ର ସରକାର ଅନ୍ୟ ରାଜ୍ୟର ରେଳ ଜଙ୍କସନ୍‌, ରେଳଷ୍ଟେସନ୍ ଓ ବନ୍ଦର, ନଦୀସେତୁ ଓ ରେଳ ଓଭରବ୍ରିଜ୍‌ଗୁଡ଼ିକୁ ବିଭିନ୍ନ ସଂଗ୍ରାମୀମାନଙ୍କ ନାମରେ ନାମିତ କରୁଛନ୍ତି। କିନ୍ତୁ ଦୁଃଖର କଥା, ପାଇକ ବିଦ୍ରୋହର ନେତା ବିପ୍ଳବୀ ବକ୍ସି ଜଗବନ୍ଧୁଙ୍କ ନାଁରେ ଖୋର୍ଦ୍ଧା ରୋଡ୍‌ ରେଳ ଜଙ୍କସନ୍‌କୁ ନାମିତ କରିବା ପାଇଁ ପାଇକ ବିଦ୍ରୋହର ଦ୍ୱିଶତବାର୍ଷିକୀ ଉପଲକ୍ଷେ ଦାବି ହୋଇଥିଲେ ହେଁ ଆଜି ପର୍ଯ୍ୟନ୍ତ ତାହା କେନ୍ଦ୍ର ସରକାରଙ୍କ ଦ୍ବାରା ଗ୍ରହଣୀୟ ହୋଇପାରିନାହିଁ।

ତେଣୁ ଆଜି ଯେତେବେଳେ ପୁନଶ୍ଚ ପାଇକ ବିଦ୍ରୋହର କଥା ମୁଣ୍ଡ ଟେକିଛି, ସେହି ପରିପ୍ରେକ୍ଷୀରେ ପାର୍ଟିର ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ସଭାପତି ରବି ବେହେରା ଆଜି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ପତ୍ର ଲେଖି ଖୋର୍ଦ୍ଧାରୋଡ୍‌ ରେଳ ଜଙ୍କସନ୍‌କୁ ବକ୍ସି ଜଗବନ୍ଧୁଙ୍କ ନାମରେ ନାମିତ କରିବା, ଖୋର୍ଦ୍ଧା ସହର ଉପକଣ୍ଠ ରେଳଷ୍ଟେସନ୍‌କୁ ପାଇକ ବିଦ୍ରୋହର ନେତା ମାଧବ ରାଉତରାଙ୍କ ନାମରେ ନାମିତ କରିବା, ବୋଲଗଡ଼ ରେଳ ଷ୍ଟେସନ୍‌କୁ ସଂଗ୍ରାମୀ ଗଙ୍ଗାଧର ପାଇକରାୟଙ୍କ ନାମରେ ଓ ନୟାଗଡ଼ ରେଳଷ୍ଟେସନ୍‌କୁ ସଂଗ୍ରାମୀ ଶୁକ୍ର ବେହେରାଙ୍କ ନାମରେ ନାମିତ କରିବା ପାଇଁ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe