ଢିଙ୍କିଆରେ ପୁଲିସର ଦମନଲୀଳା ଘଟଣା: ରାଜ୍ୟପାଳଙ୍କୁ ଭେଟିଲା ସମାଜବାଦୀ ପାର୍ଟି

Advertisment

ଓଡ଼ିଶାରେ ଶାନ୍ତିପୂର୍ଣ୍ଣ ଶିଳ୍ପାୟନ ପାଇଁ ସର୍ବଦଳୀୟ କମିଟି ଗଠନ ଦାବି

ଓଡ଼ିଶାରେ ଶାନ୍ତିପୂର୍ଣ୍ଣ ଶିଳ୍ପାୟନ ପାଇଁ ସର୍ବଦଳୀୟ କମିଟି ଗଠନ ଦାବି

ଢିଙ୍କିଆରେ ପୁଲିସର ଦମନଲୀଳା ଘଟଣା: ରାଜ୍ୟପାଳଙ୍କୁ ଭେଟିଲା ସମାଜବାଦୀ ପାର୍ଟି

ଭୁବନେଶ୍ବର : ଢିଙ୍କିଆରେ ସାଧାରଣ ଜନତାଙ୍କୁ ପୁଲିସର ବର୍ବରୋଚିତ ଆକ୍ରମଣର ଦୃଢ଼ ପ୍ରତିବାଦ କରିଛି ସମାଜବାଦୀ ପାର୍ଟି। ଏହି ପରିପ୍ରେକ୍ଷୀରେ ଦଳ ପକ୍ଷରୁ ରାଜ୍ୟପାଳଙ୍କୁ ଏକ ସ୍ମାରକପତ୍ର ଦିଆଯାଇଛି। ପ୍ରସ୍ତାବିତ ଜେଏସ୍‌ଡବ୍ଲ୍ୟୁ ପ୍ରକଳ୍ପରୁ ପୁଲିସ ପ୍ରତ୍ୟାହାର, ଗିରଫ ନେତା ଦେବେନ୍ଦ୍ର ସ୍ବାଇଁ, ନରେନ୍ଦ୍ର ସ୍ବାଇଁ, ମୁରଲୀଧର ସାହୁ ପ୍ରମୁଖଙ୍କୁ ନିସର୍ତ୍ତ ଖଲାସ, ଆହତ ଗ୍ରାମବାସୀଙ୍କୁ ମାଗଣା ଚିକିତ୍ସା ସେବା, ଲାଠିଚାର୍ଜ କରିଥିବା ପୁଲିସ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଓ ଓଡ଼ିଶାରେ ଶାନ୍ତିପୂର୍ଣ୍ଣ ଶିଳ୍ପାୟନ ପାଇଁ ସର୍ବଦଳୀୟ କମିଟି ଗଠନ ପାଇଁ ଏହି ଦାବିପତ୍ରରେ ଉଲ୍ଲେଖ କରାଯାଇଛି।

ଦଳର ରାଜ୍ୟ ସଭାପତି ରବି ବେହେରାଙ୍କ ସଭାପତିତ୍ବରେ ୪ଜଣିଆ ପ୍ରତିନିଧି ଦଳ ରାଜ୍ୟପାଳ ପ୍ରଫେସର୍‌ ଗଣେଶୀ ଲାଲଙ୍କୁ ରାଜଭବନରେ ଭେଟି ଏହି ୪ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଛନ୍ତି। ଦଳ ପକ୍ଷରୁ କୁହାଯାଇଛି ଯେ ସମାଜାବାଦୀ ପାର୍ଟି ଶିଳ୍ପାୟନର ବିରୋଧୀ ନୁହେଁ, ମାତ୍ର ମଣିଷ ଶବ ଉପରେ ଶିଳ୍ପ ପ୍ରତିଷ୍ଠା ଅଯୌକ୍ତିକ ବୋଲି ଦଳ ବିଚାର କରେ। ଏହି ପ୍ରତିନିଧି ମଣ୍ଡଳୀରେ ଦଳର ସାଧାରଣ ସଂପାଦକ ସୁଦର୍ଶନ ପ୍ରଧାନ, ରାଜ୍ୟ ଯୁବ ଜନସଭା ସଭାପତି ସୁବ୍ରତ ଲେଙ୍କା ଓ ଯୁବନେତା ପୂର୍ଣ୍ଣଚନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe