ଝାରସୁଗୁଡ଼ା/ସମ୍ବଲପୁର : ଶୁକ୍ରବାର ସକାଳେ ହାଓ୍ଵଡ଼ାରୁ ଆସୁଥିବା ୧୮୦୦୫ ନମ୍ବର ହାଓ୍ଵଡ଼ା-ଜଗଦଲପୁର ସମଲେଶ୍ୱରୀ ଏକ୍ସପ୍ରେସ୍ ଟ୍ରେନ୍ରେ ସର୍ଟସର୍କିଟ ଯୋଗୁଁ ଧୂଆଁ ବାହାରିଥିଲା। ଝାରସୁଗୁଡ଼ା ଷ୍ଟେସନ ପହଞ୍ଚିବା କିଛି ସମୟ ପୂର୍ବରୁ ସକାଳ ପ୍ରାୟ ୭ଟା ବେଳେ ଏହାର ‘ବି-୨’ ତୃତୀୟ ଶ୍ରେଣୀ ଏସି କୋଚ୍ର ଶୌଚାଳୟ ନିକଟରେ ଥିବା ବୈଦ୍ୟୁତିକ ସର୍କିଟ୍ରେ ସର୍ଟ ହୋଇ ଧୂଆଁ ବାହାରିଥିଲା। ଫଳରେ ଟ୍ରେନ୍ରେ ଥିବା ଯାତ୍ରୀମାନେ ଆତଙ୍କିତ ହୋଇ ପଡ଼ିଥିଲେ। ଧୂଅାଁ ବାହାରୁଥିବା ଜଣାପଡ଼ିବା ପରେ ଟ୍ରେନ୍ ଅଟକାଇ ତାକୁ ଆୟତ୍ତ କରାଯାଇଥିଲା। ତେବେ ଟ୍ରେନଟି ନିଜ ନିର୍ଧାରିତ ସମୟର ୨ ମିନିଟ୍ ପୂର୍ବରୁ ସକାଳ ୭ଟା ୩୩ରେ ଝାରସୁଗୁଡ଼ା ଷ୍ଟେସନରେ ପହଞ୍ଚି ଯାଇଥିଲା। ସେଠାରେ ଧୂଆଁ ପ୍ରଶମିତ ହୋଇ ଯାଇଥିବା ବେଳେ ଉକ୍ତ ଏସି କୋଚ୍ର ବିଦ୍ୟୁତ୍ ସଂଯୋଗ କାଟି ଦିଆ ଯାଇଥିଲା। ସେଠାରୁ ଠିକ ସମୟରେ ଟ୍ରେନ୍ ଛାଡ଼ିଥିଲା ଓ ବିନା ଏସିରେ ଉକ୍ତ କୋଚ୍ଟି ସମ୍ବଲପୁର ପର୍ଯ୍ୟନ୍ତ ଆସିଥିଲା। ସମ୍ବଲପୁରରେ ଉକ୍ତ କୋଚ୍ଟିକୁ ଟ୍ରେନ୍ରୁ ବାହାର କରି ଅନ୍ୟ ଏକ ଏକ କୋଚ୍ ସଂଯୋଗ କରା ଯାଇଥିଲା। ଯାତ୍ରୀମାନଙ୍କୁ ନୂଆ କୋଚ୍କୁ ସ୍ଥାନାନ୍ତର କରା ଯାଇଥିଲା। ନିର୍ଧାରିତ ସମୟରେ ପହଞ୍ଚିଥିଲେ ବି ସମ୍ବଲପୁରରୁ ୧ ଘଣ୍ଟା ୧୦ ମିନିଟ୍ ବିଳମ୍ବରେ ଦିନ ୧୦ଟା ୧୦ରେ ଟ୍ରେନ୍ଟି ଜଗଦଲପୁର ଅଭିମୁଖେ ଯାତ୍ରା କରିଥିଲା।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us