HolidayIQ
ସମ୍ବଲପୁର : କରୋନା ମୁକାବିଲା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ଧାର୍ମିକ ଅନୁଷ୍ଠାନର ପ୍ରତିନିଧିଙ୍କୁ ନେଇ ବୈଠକ କରାଯିବା ପରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ବରୀଙ୍କ ମନ୍ଦିରରେ ମଧ୍ୟ ଭକ୍ତଙ୍କ ପାଇଁ କଟକଣା ଜାରି କରାଯାଇଛି। ସୋମବାର ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି ସଞ୍ଜୟ ବାବୁଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ମାର୍ଚ୍ଚ ୩୧ ତାରିଖ ଯାଏଁ ଭକ୍ତଙ୍କ ପାଇଁ ଗର୍ଭଗୃହ ଦର୍ଶନ ବନ୍ଦ କରାଯାଇଥିବା ସମୟରେ ବାହାର ବେଢ଼ାରୁ ଶ୍ରଦ୍ଧାଳୁମାନେ ଦର୍ଶନ କରିବେ। ଦର୍ଶନ ପାଇଁ ମନ୍ଦିର ଭିତରକୁ ପ୍ରବେଶ ପୂର୍ବରୁ ସାବୁନ ଓ ସାନିଟାଇଜରରେ ହାତ ଧୋଇବା ଉପରେ ଗୁରୁତ୍ବାରୋପ କରାଯାଇଛି। ସେପଟେ କୌଣସି କରୋନା ସଂକ୍ରମିତ ଶ୍ରଦ୍ଧାଳୁ ମନ୍ଦିରକୁ ଦର୍ଶନ ପାଇଁ ଆସିଲେ ତୁରନ୍ତ ଚିହ୍ନଟ ପାଇଁ ମନ୍ଦିର ବେଢ଼ାରେ ଓ ଅନ୍ୟ ସ୍ଥାନମାନଙ୍କରେ ଇନ୍ଫ୍ରା ରେଡ୍ ଥର୍ମୋମିଟର ମଧ୍ୟ ଲଗାଯିବ। ଦର୍ଶନ ସମୟରେ ଭକ୍ତମାନେ ଧାଡ଼ିରେ ଯାଉଥିବା ସମୟରେ ପରସ୍ପରଠାରୁ ଦୂରରେ ଛିଡ଼ା ହେବେ। ଦର୍ଶନ ସମୟରେ ମନ୍ଦିର କାନ୍ଥ, କୌଣସି ମୂର୍ତ୍ତି ଓ ରେଲିଂକୁ ଯେଭଳି ଭାବେ ସ୍ପର୍ଶ ନକରନ୍ତି ସେଥିପ୍ରତି ଧ୍ୟାନ ଦିଆଯିବ ବୋଲି ମନ୍ଦିର ପକ୍ଷରୁ କୁହାଯାଇଛି।
Follow Us