ଗଛରେ ରାଷ୍ଟ୍ରପତିଙ୍କ ପ୍ରତିଛବି ଆଙ୍କିଲେ ସମରେନ୍ଦ୍ର

Advertisment
ଗଛରେ ରାଷ୍ଟ୍ରପତିଙ୍କ ପ୍ରତିଛବି ଆଙ୍କିଲେ ସମରେନ୍ଦ୍ର

ବାରିପଦା/ବେତନଟୀ: ମୟୂରଭଞ୍ଜ ମାଟିର ଝିଅ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ପଦ ଅଳଙ୍କୃତ କରିବା ପରେ ତାଙ୍କୁ ନିଆରା ଢଙ୍ଗରେ ଅଭିନନ୍ଦନ ଜଣାଇଛନ୍ତି ଅଧ୍ୟାପକ ତଥା ଯୁବ କଳାକାର ସମରେନ୍ଦ୍ର ବେହେରା। ମାତ୍ର ୪୫ ମିନିଟ୍‌ ମଧ୍ୟରେ ଦ୍ରୌପଦୀଙ୍କର ଅବିକଳ ପ୍ରତିଛବି ଏକ ଗଛ ଦେହରେ ଆଙ୍କିଛନ୍ତି ସମରେନ୍ଦ୍ର।

କେନ୍ଦ୍ରାପଡ଼ାର ଏକ ଘରୋଇ କଲେଜରେ ଅଧ୍ୟାପନା କରୁଥିବା ଶ୍ରୀ ବେହେରାଙ୍କୁ ତାଙ୍କର ଦୁଇ ଛାତ୍ର ସ୍ମୃତିସୌରଭ ସାହୁ ଓ ଦିବ୍ୟଜ୍ୟୋତି ନାୟକ ସହଯୋଗ କରିଥିଲେ। ଏହି କଳାକୃତିକୁ ଦେଖିବା ପରେ ସ୍ଥାନୀୟ ଲୋକ ବେଶ୍‌ ପ୍ରଶଂସା କରିଛନ୍ତି। ସୂଚନା ଥାଉକି ସମରେନ୍ଦ୍ରଙ୍କ ନିଜ ଘର ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ୍‌ ଆଗଡ଼ା ଗ୍ରାମରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe