ସମର୍ଥ ଅପହରଣ ଓ ହତ୍ୟା ମାମଲା: ସାମ୍ନାକୁ ଆସିଲା ଅଭିଯୁକ୍ତର କଲ୍ ରେକର୍ଡିଂ

Advertisment
ସମର୍ଥ ଅପହରଣ ଓ ହତ୍ୟା ମାମଲା: ସାମ୍ନାକୁ ଆସିଲା ଅଭିଯୁକ୍ତର କଲ୍ ରେକର୍ଡିଂ

OdishaTV

ଝାରସୁଗୁଡ଼ା: ବହୁଚର୍ଚ୍ଚିତ ସମର୍ଥ ଅଗ୍ରୱାଲ ଅପହରଣ ଓ ହତ୍ୟା ମାମଲା‌କୁ ୧୦ ଦିନ ବିତିଲାଣି। ଏହି ମାମଲାରେ ପୁଲିସ୍‌ ୩ ଜଣ ଅଭିଯୁକ୍ତ ଝାରସୁଗୁଡ଼ାର ଅମିତ୍ ଶର୍ମା, ଦିନେଶ ଅଗ୍ରୱାଲ ଓ ବୁର୍ଲାର ଗଣେଶ ନାଏକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଶନିବାର ଅଭିଯୁକ୍ତର ଟଙ୍କା ମାଗିବା କଲ୍‌ ରେକର୍ଡିଂ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଅଭିଯୁକ୍ତ ଦ୍ବୟ ସମର୍ଥଙ୍କ ବାପାଙ୍କୁ ଫୋନ୍‌ କରି କିଭଳି ୯୦ ଲକ୍ଷ ଟଙ୍କା ଦାବି କରିଥିଲେ ଓ ହାୱଡ଼ା ଷ୍ଟେସନକୁ ଆସିବାକୁ କହିଥିଲେ ତାହା ଏହି ଅଡିଓରୁ ସ୍ପଷ୍ଟ ଜଣାପଡ଼ୁଛି। ଭାଇରାଲ ହୋଇଥିବା ୨ଟି ଅଡିଓ କ୍ଲିପ୍‌ରୁ ଗୋଟିଏ ୧୮ ସେକେଣ୍ଡର ଥିବା ବେଳେ ଅନ୍ୟଟି ୪୫ ସେକେଣ୍ଡର ରହିଛି। ୧୮ ସେକେଣ୍ଡର ଅଡିଓ କ୍ଲିପିଂରେ‌ ଘଟଣା ସମ୍ପର୍କରେ ବାହାରେ କହିଥିବା ନେଇ ସମର୍ଥଙ୍କ ବାପା ସୁନିତଙ୍କୁ ଅଭିଯୁକ୍ତମାନେ ଧମକାଉଥିବା ଶୁଣିବାକୁ ମିଳୁଛି।

କଲୋନି ଲୋକେ ବାହାରେ ଯାଇ ଏ ସମ୍ପର୍କରେ କହିଥାଇ ପାରନ୍ତି ବୋଲି ସମର୍ଥଙ୍କ ବାପା ଅପହରଣକାରୀଙ୍କୁ ନେହୁରା ହେଉଛନ୍ତି। ସେପଟେ, ଦ୍ବିତୀୟ କ୍ଲିପ୍‌ରେ ଅଭିଯୁକ୍ତମାନେ ସମର୍ଥଙ୍କ ବାପାଙ୍କୁ ପୁଣିଥରେ ଫୋନ କରି କାଲି ସୁଦ୍ଧା ୯୦ ଲକ୍ଷ ଟଙ୍କା ନେଇ ହାୱଡ଼ା ଟ୍ରେନ୍‌ରେ ବସ ବୋଲି ନିର୍ଦ୍ଦେଶ ଦେଉଛନ୍ତି। ପୁଅକୁ ପାଇବା ପାଇଁ କାଲି ସନ୍ଧ୍ୟା ପର୍ଯ୍ୟନ୍ତ ସମୟ ଅଛି ବୋଲି ମଧ୍ୟ କହୁଥିବା ଶୁଣାଯାଉଛି। ତେବେ ସେତିକି ଟଙ୍କା ଦେବାର କ୍ଷମତା ନଥିବା ବେଳେ ଯଥା ସମ୍ଭବ ଚେଷ୍ଟା କରୁଛି ବୋଲି ସମର୍ଥଙ୍କ ବାପା ଅଭିଯୁକ୍ତଙ୍କୁ କହୁଥିବା ଅଡିଓରେ ଶୁଣିବାକୁ ମିଳୁଛି। ତେବେ ଏହି ରେକର୍ଡିଂଟି ସମର୍ଥଙ୍କ ହତ୍ୟା ପରର ବୋଲି ଜଣାପଡ଼ିଛି। ସମର୍ଥଙ୍କୁ ହତ୍ୟା କରିବା ପରେ ଅଭିଯୁକ୍ତମାନେ ଫୋନ୍ କରି ୯୦ ଲକ୍ଷ ଟଙ୍କା ମାଗିଥିବା ପୁଲିସ ମଧ୍ୟ ସ୍ପଷ୍ଟ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe