ସମର୍ଥ ଅପହରଣ ଓ ହତ୍ୟା ମାମଲା: କ୍ରାଇମ୍‌ବ୍ରାଞ୍ଚର ସମୀକ୍ଷା

ସମର୍ଥ ଅପହରଣ ଓ ହତ୍ୟା ମାମଲା: କ୍ରାଇମ୍‌ବ୍ରାଞ୍ଚର ସମୀକ୍ଷା

ThePrint

ଝାରସୁଗୁଡ଼ା: ଝାରସୁଗୁଡ଼ା ଥାନା ଅନ୍ତର୍ଗତ କ୍ରିଷ୍ଣା ଏନ୍‌କ୍ଲେଭରେ ରହୁଥିବା ସୁନିତ ଅଗ୍ରୱାଲଙ୍କ ନାବାଳକ ପୁଅ ସମର୍ଥ (୧୫ବର୍ଷ)ଙ୍କୁ ଅପହରଣ ଓ ହତ୍ୟା ମାମଲାରେ ପୁଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହି ମାମଲାକୁ ଗୁରୁତ୍ବର ସହ ନେଇ କ୍ରାଇମବ୍ରାଞ୍ଚ ତଦନ୍ତ ପ୍ରକ୍ରିୟାର ନିରୀକ୍ଷଣ କରୁଥିବା ଜଣାପଡ଼ିଛି। ଶୁକ୍ରବାର ଅତିରିକ୍ତ ପୁଲିସ୍‌ ମହାନିର୍ଦ୍ଦେଶକ କ୍ରାଇମବ୍ରାଞ୍ଚ ଭିଡିଓ କନଫରେନ୍ସିଂ ଯୋଗେ ତଦନ୍ତର ଅଗ୍ରଗତି ନେଇ ସମୀକ୍ଷା କରିବା ସହ ଫାଷ୍ଟଟ୍ରାକ କୋର୍ଟରେ କିଭଳି ଭାବେ ଏହି ମାମଲାର ବିଚାର ହେବ ସେନେଇ ପଦକ୍ଷେପ ନେବାକୁ ଝାରସୁଗୁଡ଼ା ପୁଲିସ୍‌କୁ ନିର୍ଦ୍ଦେଶ ଦେଇଥିଲେ। ଏହି ବୈଠକରେ ଅନ୍ୟମାନଙ୍କ ଉତ୍ତରାଞ୍ଚଳ ପୁଲିସ୍‌ ଆଇଜି ଡ. ଦୀପକ କୁମାର ଓ ଏସ୍‌ପି ସ୍ମିତ ପରମାର ଉପସ୍ଥିତ ଥିଲେ। ସେପଟେ, ଏହି ମାମଲାକୁ ରେଡ୍‌ ଫ୍ଲାଗ ଟ୍ୟାଗ୍‌ କରିବା ପାଇଁ ବି ପ୍ରସ୍ତୁତି ଚ‌ାଲିଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି। ଏହା ଏକ ସମ୍ବେଦନଶୀଳ ମାମଲା ହୋଇଥିବାରୁ କ୍ରାଇମ୍‌ବ୍ରାଞ୍ଚ ନିରୀକ୍ଷଣ କରୁଥିବା ଏସ୍‌ପି ଶ୍ରୀ ପରମାର କହିଛନ୍ତି।

ଏହି ମାମଲାରେ ଗିରଫ ହୋଇଥିବା ଅମିତ ଶର୍ମା ଓ ଦୀନେଶ ଅଗ୍ରୱାଲଙ୍କୁ ପୁଲିସ ଶନିବାର ରିମାଣ୍ଡରେ ଆଣିବ। ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିବା ନେଇ ଝାରସୁଗୁଡ଼ା ପୁଲିସ୍‌ ଶୁକ୍ରବାର ଏସ୍‌ଡିଜେଏମଙ୍କ ନିକଟରେ ଆବେଦନ କରିଥିବା ବେଳେ କୋର୍ଟ ୩ ଦିନ ପାଇଁ ମଞ୍ଜୁରି ଦେଇଥିବା ଜଣାପଡ଼ିଛି। ଶନିବାର ଅଭିଯୁକ୍ତଙ୍କୁ ଅଣାଯିବା ପରେ ପୁଲିସ୍‌ ସିନ୍‌ ରିକ୍ରିଏସନ୍‌ କରିବ। ଏହି ହତ୍ୟାକାଣ୍ଡରେ ଆହୁରି ଅଧିକ ବ୍ୟକ୍ତିଙ୍କ ସମ୍ପୃ୍କ୍ତି ଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଅମିତର ବରଗଡ଼ରେ ରହୁଥିବା କିଛି ସଂପର୍କୀୟଙ୍କ ନାମ ମଧ୍ୟ ଚର୍ଚ୍ଚାକୁ ଆସିଛି।

ତେଣୁ ସେସବୁ ଦିଗରେ ବି ପୁଲିସ୍‌ର ତଦନ୍ତ ଚାଲିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ ଯେ, ଗତ ୨୭ ତାରିଖ ଦିନ ଝାରସୁଗୁଡ଼ା ସରବାହାଲ କ୍ରିଷ୍ଣା ଏନ୍‌କ୍ଲେଭରେ ରହୁଥିବା ସୁନିତ ଅଗ୍ରୱାଲଙ୍କ ପୁଅ ସମର୍ଥଙ୍କ ଅପହରଣ ହୋଇଥିଲା। ରାତିରେ ସମର୍ଥଙ୍କ ମୋବାଇଲରୁ କେହି ଅଜଣା ବ୍ୟକ୍ତି ଫୋନ କରି ତାଙ୍କ ବାପା ସୁନିତଙ୍କୁ ଧମକ ଦେଇ ୫୦ ଲକ୍ଷ ଟଙ୍କା ଦାବି କରିଥିଲା। ପରଦିନ ସମର୍ଥଙ୍କ ଦରପୋଡ଼ା ଶବ ବରଗଡ଼ ଜିଲ୍ଲା ଭେଡ଼େନ ଥାନା ଉଦେପୁର-ବଇପୁର ନିକଟ ବୁଦାମୂଳରୁ ଉଦ୍ଧାର କରାଯାଇଥିଲା। ସମର୍ଥଙ୍କୁ ହତ୍ୟା କରାଯାଇଥିବା ଏସ୍‌ପି ସ୍ମିତ ପରମାର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ। ଏହି ଘଟଣାରେ ଗୁରୁବାର ସନ୍ଧ୍ୟା ସୁଦ୍ଧା ଆଉ କାହାରିକୁ ଗିରଫ କରାଯାଇ ନଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe