ସମର୍ଥ ଟ୍ରଷ୍ଟ ମାଧ୍ୟମରେ ଖୋଲିବ ୫୦ଟି ଶିକ୍ଷାନୁୁଷ୍ଠାନ, ମାଗଣାରେ ପାଠ ପଢ଼ାଯିବ : ଅପରାଜିତା ଷଡ଼ଙ୍ଗୀ

Advertisment
ସମର୍ଥ ଟ୍ରଷ୍ଟ ମାଧ୍ୟମରେ ଖୋଲିବ ୫୦ଟି ଶିକ୍ଷାନୁୁଷ୍ଠାନ, ମାଗଣାରେ ପାଠ ପଢ଼ାଯିବ : ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ବର: ବୁଦ୍ଧିଜୀବୀ, ବୃତ୍ତିଧାରୀ ଓ ବରିଷ୍ଠ ବ୍ୟକ୍ତିମାନଙ୍କ ଅନୁରୋଧ ରକ୍ଷାକରି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଜି ‘ସମର୍ଥ’ ନାମରେ ଏକ ଟ୍ରଷ୍ଟ ଆରମ୍ଭ କରିଛନ୍ତି। ଏହି ଟ୍ରଷ୍ଟ ମାଧ୍ୟମରେ ବସ୍ତି ଅଞ୍ଚଳ ଓ ଅନ୍ୟ ଅଞ୍ଚଳରେ ୫୦ଟି ଶିକ୍ଷାନୁଷ୍ଠାନ ଆରମ୍ଭ ହେବ। ଏହି ଶିକ୍ଷାନୁଷ୍ଠାନଗୁଡ଼ିକରେ ପିଲାମାାନଙ୍କୁ ମାଗଣାରେ ପାଠ ପଢ଼ାଯିବ । ଦିବ୍ୟାଙ୍ଗମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ଆମେ ଆବଶ୍ୟକୀୟ ଉପକରଣ ଯୋଗାଇ ଦେବୁ ବୋଲି ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ସେହିପରି ଟ୍ରଷ୍ଟ ଦ୍ବାରା ଭୁବନେଶ୍ୱର ଉତ୍ତର, ମଧ୍ୟ, ଏକାମ୍ର ତିନିଟି ନିର୍ବାଚନମଣ୍ଡଳୀ ଭିତରେ ଥିବା ପାର୍କରେ ମାଗଣା ଯୋଗ ଶିବିର ଆରମ୍ଭ ହେବ। ଅନାଥ ଆଶ୍ରମରେ ଥିବା ପିଲାଙ୍କୁ ସମସ୍ତ ପ୍ରକାର ସହଯୋଗ କରାଯିବ। ଆବଶ୍ୟକ ଅନୁଯାୟୀ ଉପକରଣ ଯୋଗାଇ ଦିଆଯିବ। ବରିଷ୍ଠମାନଙ୍କ ପାଇଁ ବିଭିନ୍ନ ସ୍ଥାନରେ ଆଧ୍ୟାତ୍ମିକ ପ୍ରବଚନ ଆରମ୍ଭ ହେବ । ସ୍ଥାନେ ସ୍ଥାନେ ସାମାଜିକ ବିଷୟ ଉପରେ ଆମେ ସେମିନାର ଓ ଆଲୋଚନାଚକ୍ର ଆରମ୍ଭ କରାଯିବ ବୋଲି ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ କହିଛନ୍ତି।

ସାଂସଦ ଅପରାଜିତା କହିଛନ୍ତି ଯେ, ସାମାଜର ବିକାଶ ଓ ଉନ୍ମେଷ ପାଇଁ ‘ସମର୍ଥ’ କାର୍ଯ୍ୟ କରିବ। ଏହା ଏକ ଅଣରାଜନୈତିକ ଅନୁଷ୍ଠାନ। ବିକାଶ ପାଇଁ ସମସ୍ତେ ଏକାଠି ହୋଇ କାମ କରିବା ଉଚିତ୍ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe