‘ସମ୍ବାଦ’-‘ଆମ ଓଡ଼ିଶା’ ରାଜ୍ୟସ୍ତରୀୟ ପ୍ରତିଯୋଗିତା : କୃତୀ ପ୍ରତିଯୋଗୀଙ୍କ ପାଖରେ ପୁରସ୍କାର ପହଞ୍ଚାଇଲେ ‘ସମ୍ବାଦ’ ପ୍ରତିନିଧି

Advertisment
‘ସମ୍ବାଦ’-‘ଆମ ଓଡ଼ିଶା’ ରାଜ୍ୟସ୍ତରୀୟ ପ୍ରତିଯୋଗିତା : କୃତୀ ପ୍ରତିଯୋଗୀଙ୍କ ପାଖରେ ପୁରସ୍କାର ପହଞ୍ଚାଇଲେ ‘ସମ୍ବାଦ’ ପ୍ରତିନିଧି

ଭୁବନେଶ୍ୱର : ‘ସମ୍ବାଦ’ର ୩୭ତମ ସ୍ବନକ୍ଷତ୍ରର ଅବ୍ୟବହିତ ପୂର୍ବରୁ ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ବିଦ୍ୟା‌ଳୟ, ମହାବିଦ୍ୟାଳୟ/ବିଶ୍ବବିଦ୍ୟାଳୟ ସ୍ତରରେ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ତେବେ କରୋନା ମହାମାରୀ ଦୃଷ୍ଟିରୁ ଏଥର ପ୍ରାୟ ସମସ୍ତ ପ୍ରତିଯୋଗିତା ଯଥାସମ୍ଭବ ଅନ୍‌ଲାଇନ୍‌ରେ କରାଯାଇଥିଲେ ହେଁ ସାରା ରାଜ୍ୟରୁ ୫୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ଅକ୍ଟୋବର ୪ ତାରିଖ ରବିବାର ଭୁବନେଶ୍ବରସ୍ଥିତ ‘ସମ୍ବାଦ ଭବନ’ରେ ଏକ ନିରାଡ଼ମ୍ବର ଉତ୍ସବରେ ‘ସମ୍ବାଦ’ର ସମ୍ପାଦକ ଶ୍ରୀ ସୌମ୍ୟରଂଜନ ପଟ୍ଟନାୟକଙ୍କ ଦ୍ବାରା ରାଜ୍ୟସ୍ତରୀୟ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ଦିଆଯାଇଥା’ନ୍ତା। କିନ୍ତୁ ପୂର୍ବ ସନ୍ଧ୍ୟାରେ ଅନୁଷ୍ଠାନର ଜଣେ ବରିଷ୍ଠ କର୍ମଚାରୀଙ୍କ ଆକସ୍ମିକ ମୃତ୍ୟୁ ଯୋଗୁଁ ଏହି ଉତ୍ସବ ବାତିଲ କରାଯାଇଥିଲା। ତେଣୁ ଆଜି ‘ସମ୍ବାଦ’ର ପ୍ରତିନିଧିମାନେ କୃତୀ ଛାତ୍ରଛାତ୍ରୀମାନଙ୍କ ପାଖରେ ପୁରସ୍କାରଗୁଡ଼ିକ ପହଞ୍ଚାଇ ଦେଇଥିଲେ।

publive-image

ଏହି ପ୍ରତିଯୋଗିତାଗୁଡ଼ିକରେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀଙ୍କୁ ଯଥାକ୍ରମେ ୧୦,୦୦୦/- , ୭,୫୦୦/- ଓ ୫,୦୦୦/- ଟଙ୍କାର ଅର୍ଥରାଶି ପୁରସ୍କାର ସହ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। କୃତୀ ପ୍ରତିଯୋଗୀମାନଙ୍କୁ ‘ସମ୍ବାଦ’ର ସମ୍ପାଦକ ଶ୍ରୀ ପଟ୍ଟନାୟକ ଅଭିନନ୍ଦନ ଜଣାଇବା ସହ ସେମାନଙ୍କ ଉଜ୍ଜ୍ବଳ ଭବିଷ୍ୟତ କାମନା କରିଛନ୍ତି।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe