ଗୋରାକବରସ୍ଥିତ ସମାଧିପୀଠରେ ମଧୁବାବୁଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି

Advertisment
ଗୋରାକବରସ୍ଥିତ ସମାଧିପୀଠରେ ମଧୁବାବୁଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ମଧୁସୁଦନ ଦାସଙ୍କ ଆଦର୍ଶରେ ଯୁବ ପୀଢ଼ି ଅନୁପ୍ରାଣିତ ହେବା ଉଚିତ। ଆଞ୍ଚଳିକ ଭେଦାଭେଦ ଭୁଲି ସବୁ ବର୍ଗର ଲୋକେ, ସବୁ ଅଞ୍ଚଳର ଲୋକେ ଏକ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ବ୍ରତୀ ହେବା ଆବଶ୍ୟକ। ଏହା ହୋଇ ପାରିଲେ ଆମେ ମଧୁବାବୁଙ୍କୁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ଦେଇପାରିବା ବୋଲି କୁଳବୃଦ୍ଧ ମଧୁସୁଦନ ଦାସଙ୍କ ଜୟନ୍ତୀ ଅବସରରେ କଟକ ଗୋରାକବର ନିକଟରେ ‘ସମ୍ବାଦ’ ଓ ‘ଆମ ଓଡ଼ିଶା’ ପକ୍ଷରୁ ଆୟାଜିତ ଶ୍ରଦ୍ଧାଞ୍ଜଳି ସଭାରେ ବକ୍ତାମାନେ ମତ ପକାଶ କରିଛନ୍ତି। ଓଡ଼ିଆ ଅସ୍ମିତାର ପ୍ରତୀକ ଉତ୍କଳ ଗୌରବ ମଧୁସୁଦନ ଦାସଙ୍କ ଜୟନ୍ତୀ ଅବସରରେ ‘ସମ୍ବାଦ’ ଓ ‘ଆମ ଓଡ଼ିଶା’ ପକ୍ଷରୁ ମଧୁବାବୁଙ୍କ ଜୟନ୍ତୀକୁ ସ୍ୱାଭିମାନ ଦିବସଭାବେ ପାଳନ କରାଯାଉଛି। ଏଥିପାଇଁ ସମଗ୍ର ରାଜ୍ୟର ସମସ୍ତ ବ୍ଲକ୍‌ ଓ ପୌରାଞ୍ଚଳରେ ସ୍ୱାଭିମାନ ଦିବସ ଓ ମଧୁସୁଦନ ଦାସଙ୍କ ଜୟନୀ ପାଳନ କରାଯାଉଛି।

publive-image
ଏହି ଉପଲକ୍ଷେ ରାଜ୍ୟସ୍ତରୀୟ ଉତ୍ସବର ପ୍ରଥମ କାର୍ଯ୍ୟକ୍ରମ ସ୍ୱରୁପ ମଧୁବାବୁଙ୍କ ଗୋରାକବରସ୍ଥିତ ସମାଧିପୀଠରେ ‘ସମ୍ବାଦ’ର ସମ୍ପାଦକ, ଆମ ଓଡ଼ିଶାର ଅଧ୍ୟକ୍ଷ ତଥା ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ ମାଲ୍ୟାର୍ପଣ କରି ଉତ୍କଳର ଏହି ସୁଯୋଗ୍ୟ ବରବପୁତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଏହି ଉପଲକ୍ଷେ ସେଠାରେ ଆୟୋଜିତ ଏକ ଶ୍ରଦ୍ଧାଞ୍ଜଳି ସଭାରେ ମୁଖ୍ୟ ଅତିଥିଭାବେ ଜଷ୍ଟିସ ରଘୁବୀର ଦାସ, ମୁଖ୍ୟବକ୍ତା ଭାବେ ପ୍ରଫେସର ଖାରବେଳ ମହାନ୍ତି ଯୋଗ ଦେଇଥିଲେ। ପ୍ରାରମ୍ଭରେ ଉତ୍କଳ ସାହିତ୍ୟ ସମାଜର ସଭାପତି ବିଜୟାନନ୍ଦ ସିଂହ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଆମ ଓଡ଼ିଶାର ସମ୍ପାଦକ ସ୍ୱରାଜ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe