‘ସମ୍ବାଦ-ଆମ ଓଡ଼ିଶା’ ପକ୍ଷରୁ ପ୍ରତିଯୋଗିତା: ଭଞ୍ଜନଗର ବ୍ଳକ୍‌ରେ ରେକର୍ଡ ସଂଖ୍ୟକ ୧୬୧୨ ପରୀକ୍ଷାର୍ଥି

ଚିତ୍ରରେ ଆୟୁଷ୍ମାନ,ହସ୍ତାକ୍ଷରରେ ଶୀର୍ଷାନନ୍ଦା,ଭାଷାଜ୍ଞାନରେ ଇତିଶ୍ରୀ ପ୍ରଥମ

‘ସମ୍ବାଦ-ଆମ ଓଡ଼ିଶା’ ପକ୍ଷରୁ ପ୍ରତିଯୋଗିତା: ଭଞ୍ଜନଗର ବ୍ଳକ୍‌ରେ ରେକର୍ଡ ସଂଖ୍ୟକ ୧୬୧୨ ପରୀକ୍ଷାର୍ଥି

ଭଞ୍ଜନଗର: ଗଂଜାମ ଜିଲ୍ଲା  ଭଞ୍ଜନଗର ବ୍ଳକ୍‌ ଓ ଏନ୍‌ଏସିରେ ସମ୍ବାଦ ଆମ ଓଡିଶା ପକ୍ଷରୁ ଆୟୋଜିତ ଚିତ୍ରାଙ୍କନ, ହସ୍ତାକ୍ଷର ଓ ଭାଷାଜ୍ଞାନ-ପ୍ରବନ୍ଧ ସହ ରାଜ୍ୟପାଳଙ୍କ ସ୍ବତନ୍ତ୍ର ପ୍ରବନ୍ଧ ପ୍ରତିଯୋଗିତାରେ ମୋଟ ୧୬୧୨ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଛନ୍ତି। ସ୍ଥାନୀୟ ଦୀନବନ୍ଧୁ ବ‌େହେରା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ରାଜ୍ୟପାଳ ପ୍ରବନ୍ଧ ସହ ବିଭିନ୍ନ ପ୍ରତିଯୋଗୀତା ଅନୁ‌ଷ୍ଠିତ ହୋଇଯାଇଛି। ଏଥିସହ ଡ଼ିଏଭି ପିଟିଏସ୍‌ଆର୍‌ ପବ୍ଳିକ୍‌ ସ୍କୁଲରେ କେବଳ ରାଜ୍ୟପାଳଙ୍କ ପ୍ରବନ୍ଧ ଅନୁଷ୍ଠିତ ହୋଇଥିଲା। ଏଥିରେ ୧୭୫ ଜଣ ଅଂଶ ଗ୍ରହଣ କରିଥିଲେ। ଦୀନବନ୍ଧୁ ବେହେରା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ପ୍ରତିଯୋଗୀତାରେ ଚିତ୍ରାଙ୍କନରେ ୩୪୯ ଜଣ, ସୁନ୍ଦର ହସ୍ତାକ୍ଷରରେ ୬୭୩ ଜଣ,ଭାଷାଜ୍ଞାନ-ପ୍ରବନ୍ଧରେ ୨୦୧ ଜଣ ରହିଥିବା ବେଳେ ରାଜ୍ୟପାଳଙ୍କ ପ୍ରତିଯୋଗୀତାରେ ୨୧୪ ଜଣ ଅଂଶ ଗ୍ରହଣ କରିଥିଲେ। ସର୍ବମୋଟ ୧୬୧୨ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ। ପୂର୍ବାହ୍ନ ୯ଟା ୩୦ ମିନିଟରେ ସମ୍ବାଦ ସାହିତ୍ୟ ଘର ସମ୍ପାଦକ ସନ୍ତୋଷ ଜେନା ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବା ସହ ପ୍ରଶ୍ନପତ୍ର ଖୋଲଥିଲେ।

ଏହାପରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଆସି ସମସ୍ତ ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରିଥିଲେ। ଚିତ୍ରାଙ୍କନ ପ୍ରତିଯୋଗୀତାରେ ଭଞ୍ଜନଗର ଡ଼ିଏଭି ପିଟିଏସ୍‌ଆର୍‌ ପବ୍ଳିକ୍‌ ସ୍କୁଲର ଆୟୁଷ୍ମାନ ସାହୁ ପ୍ରଥମ,କେନ୍ଦ୍ରୀୟ ବିଦ୍ୟାଳୟର ଆଦ୍ୟାଶ୍ରୀ ବେହେରା ଦ୍ବିତୀୟ, ସେଣ୍ଟ ଜାଭିୟର ଇଂରାଜୀ ମାଧ୍ୟମ ଉଚ୍ଚ ବିଦ୍ୟାଳୟର ଆଦ୍ୟାଶା ପାଣିଗ୍ରାହୀ ତୃତୀୟ ସ୍ଥାନ, ସେହିପରି ସୁନ୍ଦର ହସ୍ତାକ୍ଷର ପ୍ରତିଯୋଗିତାରେ ଦୀନବନ୍ଧୁ ବେହେରା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଶୀର୍ଷାନନ୍ଦା ଖଣ୍ଡୁଆଳ ପ୍ରଥମ,ଜିଲୁଣ୍ଡି ନୋଡାଲ ଉଚ୍ଚ ବିଦ୍ୟାଳୟର ସୁଶ୍ରୀ ପ୍ରତ୍ୟାଶା ସାହୁ ଦ୍ବିତୀୟ ଓ ଦୀନବନ୍ଧୁ ବେହେରା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଗାୟତ୍ରୀ ପ୍ରଧାନ ତୃତୀୟ ସ୍ଥାନ, ଭାଷାଜ୍ଞାନ-ପ୍ରବନ୍ଧ ପ୍ରତିଯୋଗୀତାରେ ବଡ଼କୋଦଣ୍ଡା ଜବହାର ନୋଡାଲ ଉଚ୍ଚ ବିଦ୍ୟାଳୟର ଇତିଶ୍ରୀ ସାହୁ,କୁଲାଡ କବି ସମ୍ରାଟ ବିଦ୍ୟାପୀଠର ବିନୋଦ ବେହେରା ଦ୍ବିତୀୟ,ସେହି ବିଦ୍ୟାଳୟର ଜ୍ୟୋତି ସେଠୀ ତୃତୀୟ ସ୍ଥାନ ଅଧିକାର କରିଥିଲେ।

ରାଜ୍ୟପାଳଙ୍କ ଇଂରାଜୀ ପ୍ରବନ୍ଧରେ ଆଦର୍ଶ ବିଦ୍ୟାଳୟର ଶ୍ରଦ୍ଧାଞ୍ଜଳୀ ସାହୁ, ବିଶ୍ବଜିତ ରାଉତରାୟ ,ଗୁରୁପ୍ତି ପ୍ରଧାନ,ୟୁବି ହାଇସ୍କୁଲର ଜ୍ଞାନେନ୍ଦ୍ର ଦିଗାଲ,ସେଣ୍ଟ ଜାଭିୟର ସୁଶ୍ରୀ ସମୀରା। ସେହିପରି ଓଡ଼ିଆରେ  ଦୀନବନ୍ଧୁ ବେହେରା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଅଙ୍କିତା ପ୍ରଧାନ,ଜିଲୁଣ୍ଡି ମାଁ ବୈଷ୍ଣବୀ ବାଳିକା ବିଦ୍ୟାଳୟର ମଧୁସ୍ମିତା ଗୌଡ,ସାଇଗୁରୁକୁଳର ସାବିତ୍ରୀଦେବୀ ସାମନ୍ତରା,ପୁଷ୍ପାଞ୍ଜଳି ବେହେରା,ସରସ୍ବତୀ ଶିଶୁ ମନ୍ଦିରର ସ୍ମିତାରାଣୀ ତ୍ରିପାଠୀ ଏବଂ ଡିଏଭି ସ୍କୁଲରେ ହୋଇଥିବା ପ୍ରତିଯୋଗୀତାରେ ଓଡ଼ିଆ ପ୍ରବନ୍ଧରେ ଦୀପିକା ଗୌଡ,ସୋନମ ସାହୁ,ୟନୁଶ୍ରୀ ଦାଶ,ସ୍ମୃତିପର୍ଣ୍ଣା ପ୍ରଧାନ,ପ୍ରତ୍ୟୁଶ ପଟ୍ଟନାୟକ ଏବଂ ଇଂରାଜୀରେ ଅନ୍ବେଶା ପାତ୍ର,ସ୍ଥିତିରାଣୀ ସ୍ବାଇଁ,ଅନନ୍ୟା ପାତ୍ର,ଶ୍ରୀତମ ପ୍ରଧାନ, ଦେବାଶିଷ ଗୌଡ ଜିଲ୍ଲାସ୍ତରକୁ ଉର୍ତ୍ତିର୍ଣ୍ଣ ହୋଇଛନ୍ତି।

publive-image

ପରୀକ୍ଷା ଶେଷ ହେବା ପରେ ବରିଷ୍ଠ ବିଚାରକ ମଣ୍ଡଳୀଙ୍କ ଦ୍ବାରା ଉତ୍ତର ଖାତା ଗୁଡିକର ମୂଲ୍ୟାୟନ କରାଯାଇଥିଲା। ଏହାପରେ ପୁରସ୍କାର ବିତରଣୀ କାର୍ଯ୍ୟକ୍ର‌ମରେ ସମ୍ବାଦ ସାହିତ୍ୟ ଘର ସଭାପତି କୃତ୍ତିବାସ ବିଶ୍ବାଳଙ୍କ ପୌରହିତ୍ୟରେ ଏନ୍‌ଏସି ଅଧ୍ୟକ୍ଷ ଗ‌ୋପବନ୍ଧୁ ମହାପାତ୍ର ମୁଖ୍ୟ ଅତିଥି ଏବଂ ଏସ୍‌ଡିପିଆର୍‌ଓ ଗୌରୀ ଶଙ୍କର ଶତପଥୀ,ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଗୀତାଞ୍ଜଳି ପ୍ରଧାନ,ସନ୍ତୋଷ ଜେନା,ମନୁନନ୍ଦ ପତି,ଶୂଳପାଣୀ ଶତପଥୀ ମଞ୍ଚାସୀନ ରହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ସହ ମାତୃଭାଷାରେ ନିଜକୁ ସୃଦୁଢ଼ କରିବା ପାଇଁ ପ୍ରତିଯୋଗୀଙ୍କୁ ଆହ୍ବାନ ଦେଇଥିଲେ। ଭଞ୍ଜନଗର ସମ୍ବାଦ ପ୍ରତିନିଧି ବିଶ୍ବମ୍ବର ଜେନା,ଡ଼.ଗୁରୁମୂର୍ତ୍ତି ନାୟକ,ଅଶୋକ ସ୍ବାଇଁ,ସାମ୍ବାଦିକ ନଚିକେତା ପ୍ରଧାନ,ନିଲୁ ବିଷୋୟୀ,ପ୍ରଦିପ ଜେନା,ଅରକ୍ଷିତ ପରିଚ୍ଛା ପ୍ରମୁଖ ପରିଚାଳନା କରିଥିଲେ।

ବିଭିନ୍ନ ପରୀକ୍ଷାରେ ବିଚାରକ ଓ ନିରୀକ୍ଷକ ଭାବେ ଡିଏଭିରେ ପ୍ରଧାନ ଶିକ୍ଷକ ବାସୁଦେବ ପାଣିଗ୍ରାହୀ,ମୀରାରାଣୀ ପାଣିଗ୍ରାହୀଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ,ଦୀନବନ୍ଧୁରେ ରବିନାରାୟଣ ମହାନ୍ତି,ଡା ଗାୟତ୍ରୀ ସାହୁ,ଧ୍ରୁବ ମହାରଣା,ସଂସ୍କୃତିରତ୍ନ ନାରାୟଣ ମହାରଣା,ମଦନ ସିଂ ଚାୱଡା,ସୁବାଷ ତାରିଣୀ,ରୀତା ସାହୁ,ସୁଜାତା ସିଂ,ତପସ୍ବିନୀ ବିଷୋୟୀ,ସୁନୀଲ କୁମାର ଶତପଥୀ,ଶୋଭାରାଣୀ ମହାପାତ୍ର,ଅନୁପମ ବାନାର୍ଜି,ଶୁଭଶ୍ମିତା ଦାଶ,ଗଣେଷ ପଣ୍ଡା,ରୀତାରାଣୀ ମହାପାତ୍ର,ନିଜାସଫର ହୁସେନ୍‌,ପୁଷ୍ପାଞ୍ଜଳି ପାଣିଗ୍ରାହୀ,ଜ୍ୟୋତ୍ସା କୁମାରୀ ଦେବୀ,ଦିବାକର ପାତ୍ର,ଗୌରୀ ନନ୍ଦନ ହୋତା,ବାସନ୍ତି ପାଣିଗ୍ରାହୀ,ଡ.ସୀମାଞ୍ଚଳ ପତି,ଗୀତା କୁମାରୀ ମଲ୍ଲିକ,ସୁଜାତା ଦାଶ,ପ୍ରଫୁଲ ମହାରଣା,ରାଜଲକ୍ଷ୍ମୀ ସାହୁ,ତ୍ରିନାଥ ବେହେରା,ମୋହନ ସାହୁ,ସୋମ୍ୟଜିତ ପ୍ରଧାନ,ସୁଜିତ କୁମାର ବିଷୋୟୀ,ରାମେଶ୍ବର ଶତପଥୀ,ନିର୍ମଳ ସ୍ବାଇଁଙ୍କ ସମେତ ବହୁ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥି‌ଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe