‘ସମ୍ବାଦ-ଆମ ଓଡିଶା’ ଲଗାଇଲା ୨୦୦ ଚାରା

Advertisment
‘ସମ୍ବାଦ-ଆମ ଓଡିଶା’ ଲଗାଇଲା ୨୦୦ ଚାରା

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ସଦର ମହକୁମା ର ୟୁଏନ୍ ରାଜୁ ବାଳିକା ଉଚ୍ଚ ବିଦ୍ୟାଳୟ ପରିସର ରେ ସମ୍ବାଦ ଓ ଆମ ଓଡିଶା ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ  ହୋଇଯାଇଛି।ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ କ୍ରୀଷ୍ନାମଣି ଖିଲ ,ବନପାଳ ପୁର୍ଣ ଚନ୍ଦ୍ର କଲେକା,ଅବସର ପ୍ରାପ୍ତ ବନପାଳ କେଶବ ଚନ୍ଦ୍ର ସାହୁ,ଡିଈଓ ଦିପ୍ତି ରଞ୍ଜନ ସ୍ବାଇଁ ,ସମାଜସେବି ଶ୍ରୀବସ୍ଚ ଖରା ,ମନୋଜ କୁମାର ସାହୁ ପ୍ରମୁଖ ଯୋଗଦେଇଥିଲେ।ବୃକ୍ଷରୋପଣ  କାର୍ଯ୍ୟକ୍ରମ ପୁର୍ବରୁ ବିଦ୍ୟାଳୟ ର ଛାତ୍ରୀ ,ଲକ୍ଷ୍ମୀପୁର ର କିଛି ସମାଜସେବି ,ଯୁବ ଗୋଷ୍ଟି ଓ ବିଦ୍ୟାଳୟ କର୍ମଚାରୀ ମିଳିମିଶି ସଫାସୁତୁରା କରିଥିଲେ,ସଫାସୁତୁରା କରାଯିବା ପରେ  ସମସ୍ତ ଛାତ୍ରୀମାନଙ୍କୁ ନେଇ ବୃକ୍ଷରୋପଣ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା,ପ୍ରତ୍ୟକ ଛାତ୍ରୀ ଅନ୍ୟ ଜଣେ ଛାତ୍ରୀ ଙ୍କ ନାମରେ ଗୋଟିଏ  ଗୋଟିଏ ଗଛ ଲଗାଇ ସେହି ଗଛ କୁ କିପରି ବଞ୍ଚାଇବେ ସେଥିପାଇଁ ଶପଥ ନେଇଥିଲେ।

ବୃକ୍ଷ ବିନା ଏକ ସବୁଜ ପରିବେଷ ଶୃଷ୍ଟିହେବା ସମ୍ଭବପର ନୁହେଁ,ତେଣୁ ପ୍ରକୃତିକୁ ସନ୍ତୁଳନ ରଖିବା ସକାଶେ ସମସ୍ତେ ଗଛକୁ କାଟିବା ପରିବର୍ତେ ଗଛ ଲଗାଇବା ନିହାତି ଜରୁରି ବୋଲି ଅତିଥି ମାନେ ପ୍ରକାଶ କରିଥିଲେ।ସଚେତନତା କାର୍ଯ୍ୟକ୍ରମ ପରେ ବିଦ୍ୟାଳୟର ଶତାଧିକ ଛାତ୍ରୀ ଓ ଅତିଥି ମାନେ ମିଶି ବିଦ୍ୟାଳୟର ଚାରିପାର୍ଶ୍ବ ର ପାଚେରି କଡରେ ୨ଶହ ରୁ ଉର୍ଧ ବିଭିନ୍ନ ରକମର ଚାରା ରୋପଣ କରିଥିଲେ।ବିଶେଷ କରି  ବନବିଭାଗ ଦ୍ବାରା ପ୍ରଦାନ କରାଯାଇଥିବା  ଅମୃତଭଣ୍ଡା ,କୃଷ୍ନଚୁଡା,ସିମାରୁଆ,ବଡଚାକୁଣ୍ଡା,ଦେଶି ନିମ୍ବ ଦେବଦାରୁ  ଭଳି ଚାରା ଗୁଡିକ କୁ ବିଦ୍ୟାଳୟ ପରିସର ରେ ଲଗାଯାଇଥିଲା।ଲକ୍ଷ୍ମୀପୁର ସମ୍ବାଦ ପ୍ରତିନିଧି ପରମେଶ୍ବର ସାହୁ ଙ୍କ ପ୍ରତ୍ୟକ ତତ୍ବାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ବିଦ୍ୟାଳୟର ଶିକ୍ଷୟତ୍ରୀ ସଞ୍ଜିତା ଦେଇ ଶିକ୍ଷକ ପ୍ରେମଜିତ ଗରଡା,ଅମ୍ବିକା ନନ୍ଦ,ଗୀତାଞ୍ଜଳୀ ସୁଚେନ୍ ,କନକ ମିଣିଆକା ପ୍ରମୁଖ ସହଯୋଗ କରିଥିବା ବେଳେ ଗୋପିନାଥ ପ୍ରାସ୍କା ,ଶହଦେବ ବିଡିକ୍ ,ଉମାଶଙ୍କର ବାଙ୍ଗାରି ,କୃଷ୍ନ କଲେକା  ପ୍ରମୁଖ ସମସ୍ତ କ୍ଷେତ୍ର ରେ ସାହାଯ୍ୟ କରିଥିଲେ।ସମ୍ବାଦ ର ଏଭଳି ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ପ୍ରଧାନ ଶିକ୍ଷୟତ୍ରୀ ଙ୍କ ସମେତ ନିମନ୍ତ୍ରିତ ଅତିଥି ଭୁୟସି ପ୍ରଶଂସା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe