‘ସମ୍ବାଦ’ ବାର୍ଷିକ ପ୍ରତିଯୋଗିତା: ୧୯ରେ ଚିତ୍ରାଙ୍କନ, ହସ୍ତାକ୍ଷର, କୁଇଜ୍

Advertisment
‘ସମ୍ବାଦ’ ବାର୍ଷିକ ପ୍ରତିଯୋଗିତା: ୧୯ରେ ଚିତ୍ରାଙ୍କନ, ହସ୍ତାକ୍ଷର, କୁଇଜ୍

inewsindia.com

ଭୁବନେଶ୍ବର : ‘ସମ୍ବାଦ’ର ୩୮ତମ ସ୍ବନକ୍ଷତ୍ର ଅବସରରେ ଆସନ୍ତା ୧୯ ତାରିଖ‌ରେ ଚିତ୍ରାଙ୍କନ, ହସ୍ତାକ୍ଷର ଓ କୁଇଜ୍‌ ପ୍ରତିଯୋଗିତା ଅନୁଷ୍ଠିତ ‌ହେବ। କରୋନା ମହାମାରୀ ଯୋଗୁଁ ଏହି ପ୍ରତିଯୋଗିତାଗୁଡ଼ିକୁ ଅନ୍‌ଲାଇନ୍‌ରେ କରାଯିବ। ଏଥିଲାଗି ନିୟମାବଳି ଜାରି କରାଯାଇଛି। ୧ମରୁ ୫ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଚିତ୍ରାଙ୍କନ, ୬ଷ୍ଠରୁ ୮ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ହସ୍ତାକ୍ଷର ଏବଂ ୯ମ ଓ ୧୦ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ କୁଇଜ୍‌ ପ୍ରତିଯୋଗିତା କରାଯାଉଛି।

ପ୍ରତିଯୋଗିତା ଲାଗି ପଞ୍ଜୀକରଣ ପ୍ରକ୍ରିୟା ଜାରି ରହିଛି। ମୋବାଇଲରେ play Storeକୁ ଯାଇ Aama Odisha ଆପ୍‌ ଡାଉନ୍‌ଲୋଡ଼ କରି କେଉଁ ପ୍ରତିଯୋଗିତାରେ ଭାଗ ନେବାକୁ ଚାହୁଁଛନ୍ତି ସେଥିରେ ପଞ୍ଜୀକରଣ କରିବେ। ରେଜିଷ୍ଟ୍ରେସନ ଫର୍ମର ପ୍ରତ୍ୟେକ ବକ୍ସକୁ ପୂରଣ କରି submit କରିବେ। ଏହାପରେ ମୋବାଇଲରେ Thank you Message ସହ ରେଜିଷ୍ଟ୍ରେସନ ନମ୍ବର ‌େଦଖାଯିବ। ଫୋନ ନମ୍ବରକୁ SMS ମାଧ୍ୟମରେ ରେଜି‌େଷ୍ଟ୍ରସନ୍ ନମ୍ବର ଆସିବ।

ପଞ୍ଜୀକରଣ ପାଇଁ ଆଗ୍ରହୀ ଛାତ୍ରଛାତ୍ରୀ https://competition.sambad.in/ରେ ମଧ୍ୟ ଫର୍ମ ପୂରଣ କରିପାରିବେ। ଏସଂପର୍କରେ ଅଧିକ ସୂଚନା ପାଇଁ ମୋବାଇଲ ନମ୍ବର 9178767536 ସହ ଯୋଗାଯୋଗ କରାଯାଇପାରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe