‘ସମ୍ବାଦ’ ବାର୍ଷିକ ପ୍ରତିଯୋଗିତା: ଆଜି ସରିବ ପଞ୍ଜୀକରଣ, ୧୯ରେ ପରୀକ୍ଷା

Advertisment

ହ୍ୱାଟ୍ସଆପ୍‌ରେ ମଧ୍ୟ ପଠାଇପାରିବେ ଉତ୍ତର ଖାତା

ହ୍ୱାଟ୍ସଆପ୍‌ରେ ମଧ୍ୟ ପଠାଇପାରିବେ ଉତ୍ତର ଖାତା

‘ସମ୍ବାଦ’ ବାର୍ଷିକ ପ୍ରତିଯୋଗିତା: ଆଜି ସରିବ ପଞ୍ଜୀକରଣ, ୧୯ରେ ପରୀକ୍ଷା

ଭୁବନେଶ୍ବର : ‘ସମ୍ବାଦ’ର ସ୍ବନକ୍ଷତ୍ର ଅବସରରେ ଆସନ୍ତା ୧୯ ତାରିଖ‌ରେ ଅନଲାଇନ୍‌ରେ ହେବାକୁ ଯାଉଥିବା ଚିତ୍ରାଙ୍କନ, ହସ୍ତାକ୍ଷର ଓ କୁଇଜ୍‌ ପ୍ରତିଯୋଗିତା ପାଇଁ ନିୟମାବଳି ପ୍ରସ୍ତୁତ କରାଯାଇଛି। ଚିତ୍ରାଙ୍କନର ବିଷୟବସ୍ତୁ ଏବଂ ହସ୍ତାକ୍ଷରର ପ୍ରଶ୍ନପତ୍ର ସେହିଦିନ ‘ସମ୍ବାଦ’ରେ ପ୍ରକାଶ ପାଇବ। ଚିତ୍ରାଙ୍କନ ପ୍ରତିଯୋଗୀ ନିଜ ଡ୍ରଇଂ ସିଟ୍ ଏବଂ ହସ୍ତାକ୍ଷର ପ୍ରତିଯୋଗୀ A4 କାଗଜରେ ନିଜର ନାମ, ସ୍କୁଲର ନାମ ଠିକଣା ଓ ମୋବାଇଲ ନମ୍ବର ଲେଖିବେ। ଉତ୍ତର ଖାତାର ଫଟୋ ଉଠାଇ ରେଜିଷ୍ଟ୍ରେନସନ ନମ୍ବର ସହ Sambad Ama Odisha ଆପ୍‌ରେ ଅପଲୋଡ୍ କରିବେ। ଏଥିରେ କୌଣସି ଅସୁବିଧା ହେଲେ ଉତ୍ତର ଖାତାର ଫଟୋ ହ୍ବାଟ୍ସଆପ୍‌ରେ ମଧ୍ୟ ପଠାଇପାରିବେ। ପରୀକ୍ଷା ଦିନ (୧୯ ତାରିଖ) ପ୍ରତିଯୋଗିତାର ବିଷୟବସ୍ତୁ/ପ୍ରଶ୍ନପତ୍ର ସହିତ ହ୍ବାଟ୍ସଆପ୍ ନମ୍ବର ମଧ୍ୟ ପ୍ରକାଶ ପାଇବ।

ଏହି ପ୍ରତିଯୋଗିତା ପାଇଁ ପଞ୍ଜୀକରଣ ୧୮ ତାରିଖରେ ଶେଷ ହେଉଛି। ଆଗ୍ରହୀ ଛାତ୍ରଛାତ୍ରୀ Sambad Ama Odisha ଆପ୍‌ରେ ପଞ୍ଜୀକରଣ କରିପାରିବେ। https://competition.sambad.in/ରେ ମଧ୍ୟ ପଞ୍ଜୀକରଣ ହୋଇପାରିବ। ଏସଂପର୍କରେ ଅଧିକ ସୂଚନା ପାଇଁ ମୋବାଇଲ ନମ୍ବର 9178767536 ସହ ଯୋଗାଯୋଗ କରାଯାଇପାରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe