‘ସମ୍ବାଦ’ ବାର୍ଷିକ ପ୍ରତିଯୋଗିତା: ଶେଷ ପର୍ଯ୍ୟାୟରେ ପଞ୍ଜୀକରଣ

Advertisment
‘ସମ୍ବାଦ’ ବାର୍ଷିକ ପ୍ରତିଯୋଗିତା: ଆଜି ସରିବ ପଞ୍ଜୀକରଣ, ୧୯ରେ ପରୀକ୍ଷା

ଭୁବନେଶ୍ବର : ‘ସମ୍ବାଦ’ର ୩୮ତମ ସ୍ବନକ୍ଷତ୍ର ଅବସରରେ ଆସନ୍ତା ୧୯ ତାରିଖ‌େର ଚିତ୍ରାଙ୍କନ, ହସ୍ତାକ୍ଷର ଓ କୁଇଜ୍‌ ପ୍ରତିଯୋଗିତା ଅନୁଷ୍ଠିତ ‌ହେବ। ଅନ୍‌ଲାଇନ୍‌ରେ କରାଯାଉଥିବା ଏହି ପ୍ରତିଯୋଗିତା ଲାଗି ପଞ୍ଜୀକରଣ ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି। ଶେଷ ମୁହୂର୍ତରେ ଭିଡ଼କୁ ଏଡ଼ାଇବା ଲାଗି ଏବେ ପଞ୍ଜୀକରଣ କରାଇ ନିଅନ୍ତୁ। ମୋବାଇଲରେ play Storeକୁ ଯାଇ AamaOdisha ଆପ୍‌ ଡାଉନ୍‌ଲୋଡ଼ କରି କେଉଁ ପ୍ରତିଯୋଗିତାରେ ଭାଗ ନେବାକୁ ଚାହୁଁଛନ୍ତି ସେଥିରେ ପଞ୍ଜୀକରଣ କରନ୍ତୁ। ରେଜିଷ୍ଟ୍ରେସନ ଫର୍ମର ପ୍ରତ୍ୟେକ ବକ୍ସକୁ ପୂରଣ କରି submit କରିବେ। ଏହାପରେ ମୋବାଇଲରେ Thank you Message ସହ ରେଜିଷ୍ଟ୍ରେସନ ନମ୍ବର ‌ଦେଖାଯିବ। ଫୋନ ନମ୍ବରକୁ SMS ମାଧ୍ୟମରେ ରେଜି‌େଷ୍ଟ୍ରସନ୍ ନମ୍ବର ଆସିବ। ଆଗ୍ରହୀ ଛାତ୍ରଛାତ୍ରୀ https://competition.sambad.in/ରେ ଯାଇ ମଧ୍ୟ ଫର୍ମ ପୂରଣ କରିପାରିବେ। ଏସଂପର୍କରେ ଅଧିକ ସୂଚନା ପାଇଁ ମୋବାଇଲ ନମ୍ବର 9178767536 ସହ ଯୋଗାଯୋଗ କରାଯାଇପାରିବ।

ପରୀକ୍ଷା ଲାଗି ନିୟମାବଳି ଜାରି କରାଯାଇଛି। ୧ମରୁ ୫ମ ଶ୍ରେଣୀରେ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଚିତ୍ରାଙ୍କନ, ୬ଷ୍ଠରୁ ୮ମ ଶ୍ରେଣୀରେ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ହସ୍ତାକ୍ଷର ଏବଂ ୯ମ ଓ ୧୦ମ ଶ୍ରେଣୀରେ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ କୁଇଜ୍‌ ପ୍ରତିଯୋଗିତା କରାଯାଉଛି। ଏହିସବୁ ପ୍ରତି‌େଯାଗିତା ଅନଲାଇନ୍‌ରେ କରାଯାଉଥିବା ବେଳେ ବିତର୍କ ଓ ସାରେଗାମା ପ୍ରତିଯୋଗିତା ଅଫ୍‌ଲାଇନ୍‌ରେ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe