‘ସମ୍ବାଦ’ ବାର୍ଷିକ ଅନ୍‌ଲାଇନ ପ୍ରତିଯୋଗିତାକୁ ନେଇ ବିପୁଳ ଉତ୍ସାହ : ଚିତ୍ରାଙ୍କନ, ହସ୍ତାକ୍ଷର ଓ କୁଇଜରେ ୨ହଜାରରୁ ଊର୍ଧ୍ବ ପ୍ରତିଯୋଗୀ

Advertisment

ଘରେ ଥାଇ ମଧ୍ୟ ମେଧା ପ୍ରଦର୍ଶନ କଲେ

ଘରେ ଥାଇ ମଧ୍ୟ ମେଧା ପ୍ରଦର୍ଶନ କଲେ

‘ସମ୍ବାଦ’ ବାର୍ଷିକ ଅନ୍‌ଲାଇନ ପ୍ରତିଯୋଗିତାକୁ ନେଇ ବିପୁଳ ଉତ୍ସାହ : ଚିତ୍ରାଙ୍କନ, ହସ୍ତାକ୍ଷର ଓ କୁଇଜରେ ୨ହଜାରରୁ ଊର୍ଧ୍ବ ପ୍ରତିଯୋଗୀ

ବାରିପଦା : ମେଧାକୁ କୌଣସି ବାଧା କିମ୍ବା ପ୍ରତିବନ୍ଧକ ଅଟକାଇପାରିବ ନାହିଁ । ତାହା ଆଜି ପୁଣି ପ୍ରମାଣିତ ହୋଇଛି। କରୋନା କଟକଣା ମଧ୍ୟରେ ପ୍ରଥମ ଥର ପାଇଁ ‘ସମ୍ବାଦ’ ବାର୍ଷିକ ପ୍ରତିଯୋଗିତା ଅନ୍‌ଲାଇନରେ ଅନୁଷ୍ଠିତ ହୋଇଥିଲା। ମାତ୍ର ଏହି ଫର୍ମାଟ୍‌ରେ ମଧ୍ୟ ଅଂଶଗ୍ରହଣକାରୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିପୁଳ ଉତ୍ସାହ ଦେଖିବାକୁ ମିଳିଛି। ଚିତ୍ରାଙ୍କନ, ହସ୍ତାକ୍ଷର ଏବଂ କୁଇଜ୍ ପ୍ରତିଯୋଗିତାରେ ମୟୂରଭଞ୍ଜ ଜିଲ୍ଲାରୁ ପ୍ରାୟ ୨ହଜାର ପ୍ରତିଯୋଗୀ ଅନ୍‌ଲାଇନରେ ଅଂଶଗ୍ରହଣ କରିଛନ୍ତି। ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଚିତ୍ରାଙ୍କନ, ଷଷ୍ଠରୁ ଅଷ୍ଟମ ହସ୍ତାକ୍ଷର ଏବଂ ନବମରୁ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ନିମନ୍ତେ କେବଳ ଅନ୍‌ଲାଇନରେ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ତେବେ ଏହି ସମସ୍ତ ବିଭାଗରେ ବାରିପଦାରୁ ନେଇ ବହଳଦା, ରାସଗୋବିନ୍ଦପୁରରୁ ରାଇରଙ୍ଗପୁର, କଳାବାଡ଼ିଆରୁ କପ୍ତିପଦା ସବୁଠିଁ ଦେଖିବାକୁ ମିଳିଥିଲା ବିପୁଳ ଉତ୍ସାହ।

publive-image

କରୋନା କଟକଣା ଛାତ୍ରଛାତ୍ରୀଙ୍କର ଅନ୍ତର୍ନିହିତ ଗୁଣାବଳୀର ନିଦର୍ଶନ ପାଇଁ ଯେ ପଥରୋଧ କରିପାରିବ ନାହିଁ ତାହା ଆଜି ‘ସମ୍ବାଦ’ପୁଣିଥରେ ପ୍ରମାଣିତ କରିଛି। ଜିଲ୍ଲାରେ ଥିବା ‘ସମ୍ବାଦ’ର ଜିଲ୍ଲାପ୍ରତିନିଧି, ସମସ୍ତ ବ୍ଲକ୍ ପ୍ରତିନିଧି ଏବଂ ବିଭିନ୍ନ ଅଞ୍ଚଳରେ ଥିବା ପ୍ରତିନିଧିମାନଙ୍କର ପରିଶ୍ରମ ଏବଂ ଉତ୍ସାହ କାରଣରୁ ଏହା ସମ୍ଭବ ହୋଇପାରିଛି। ସେହିପରି ଯେଉଁମାନଙ୍କର ସ୍ମାର୍ଟ ଫୋନ୍ ନାହିଁ କିମ୍ବା କୌଣସି କାରଣରୁ ଅନ୍‌ଲାଇନରେ ଚିତ୍ରାଙ୍କନ ଏବଂ ହସ୍ତାକ୍ଷର ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରିନଥିଲେ ସେପରି ଛାତ୍ରଛାତ୍ରୀମାନେ ଅଫ୍‌ଲାଇନରେ ଜିଲ୍ଲାର ବିଭିନ୍ନ ବ୍ଲକ୍ ମୁଖ୍ୟାଳୟରେ ହୋଇଥିବା ଡ୍ରପ୍‌ବକ୍ସରେ ମଧ୍ୟ ସେମାନଙ୍କର ସର୍ଜନାକୁ ଦେଇଛନ୍ତି। ବାରିପଦାରେ ଅଫ୍‌ଲାଇନରେ ୧୧ଜଣ ଚିତ୍ରାଙ୍କନ ଏବଂ ୯ଜଣ ହସ୍ତାକ୍ଷରରେ ଅଂଶଗ୍ରହଣ କରିଛନ୍ତି। ସେହିପରି ବଡ଼ସାହିରେ ହସ୍ତାକ୍ଷରରେ ୩ ଏବଂ ଚିତ୍ରାଙ୍କନରେ ୪, କୁଳିଅଣାରେ ଜଣେ ଚିତ୍ରାଙ୍କନ, ବାଙ୍ଗିରିପୋଷିରୁ ୬ଜଣ ହସ୍ତାକ୍ଷର ଏବଂ ୨ଜଣ ଚିତ୍ରାଙ୍କନ, ଗୋପବନ୍ଧୁନଗର ବ୍ଲକ୍‌ରେ ଚିତ୍ରାଙ୍କନରେ ୧୧ ଏବଂ ହସ୍ତାକ୍ଷରରେ ୧୬, କପ୍ତିପଦାରୁ ୨ଜଣ ଚିତ୍ରାଙ୍କନ, ମୋରଡ଼ାରୁ ଚିତ୍ରାଙ୍କନରେ ୫ ଏବଂ ହସ୍ତାକ୍ଷରରେ ୪, ଶୁଳିଆପଦାରୁ ଚିତ୍ରାଙ୍କନରେ ୯ ଏବଂ ହସ୍ତାକ୍ଷରରେ ୫, ଉଦଳାରୁ ଚିତ୍ରାଙ୍କନରେ ୩ଜଣ ଏବଂ ହସ୍ତାକ୍ଷରରେ ଜଣେ, ରାସଗୋବିନ୍ଦପୁରରୁ ଚିତ୍ରାଙ୍କନରେ ୫ ଏବଂ ହସ୍ତାକ୍ଷରରେ ୩, ସାରସକଣାରୁ ଚିତ୍ରାଙ୍କନରେ ୨ ଏବଂ ହସ୍ତାକ୍ଷରରେ ୬, ଶ୍ୟାମାଖୁଣ୍ଟାରୁ ଜଣେ ଚିତ୍ରାଙ୍କନରେ ଅଂଶଗ୍ରହଣ କରିଛନ୍ତି। ଜିଲ୍ଲା ସଦରମହକୁମାର ପ୍ରତିଷ୍ଠିତ ବିଦ୍ୟାଳୟ ଏମକେସି ଉଚ୍ଚବିଦ୍ୟାଳୟରେ ଡ୍ରପ୍‌ବକ୍ସ ରଖାଯାଇଥିଲା। ପ୍ରଧାନଶିକ୍ଷୟିତ୍ରୀ ଡ. ପ୍ରଜ୍ଞା ପାରମିତା ଜେନା, କୃତି ଶିକ୍ଷକ ଡ. ଶଶିଧର ବିଶ୍ବାଳ, ଅମିତାଭ ମିଶ୍ର ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe