‘ସମ୍ବାଦ’ ବ୍ଲକ୍ ପ୍ରତିନିଧି ତପନ ସ୍ବାଇଁଙ୍କ ପର‌ଲୋକ

‘ସମ୍ବାଦ’ ବ୍ଲକ୍ ପ୍ରତିନିଧି ତପନ ସ୍ବାଇଁଙ୍କ ପର‌ଲୋକ

ଜଗତସିଂହପୁର: ‘ସମ୍ବାଦ’ର ରଘୁନାଥପୁର ବ୍ଲକ୍ ପ୍ରତିନିଧି ତପନ ସ୍ବାଇଁ (୫୫)ଙ୍କର ହୃଦ୍‌ଘାତରେ ପରଲୋକ ଘଟିଛି। ଆଜି ରାତି ପ୍ରାୟ ୮ଟା ୩୦ରେ ସେ ତାଙ୍କ ଉତ୍ତରକୂଳ ପଞ୍ଚାୟତ, ମୁଗୁରିଆ ଗାଁ ସ୍ଥିତ ବାସଭବନରେ ବସି ଖବର ଲେଖୁଥିବା ବେଳେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ଘର ଲୋକ ତାଙ୍କୁ ତୁରନ୍ତ ରଘୁନାଥପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ତପନଙ୍କର ପରଲୋକ ଖବର ପ୍ରଚାର ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଅଞ୍ଚଳର ଜଣେ ଦକ୍ଷ ସାମ୍ବାଦିକ ଭାବେ ତାଙ୍କର ପରିଚୟ ରହିଥିଲା।

ରଘୁନାଥପୁର ବ୍ଲକ୍‌ରେ ଥିବା ବିଭିନ୍ନ ସମସ୍ୟା, ଦୁର୍ନୀତିକୁ ନିଜ ବଳିଷ୍ଠ ଲେଖା ମାଧ୍ୟମରେ ଲୋକଲୋଚନକୁ ଆଣିବା ସହ ଅସହାୟମାନଙ୍କୁ ନ୍ୟାୟ ଦେବା ପାଇଁ ସେ ସର୍ବଦା ଲଢ଼େଇ କରିଥାନ୍ତି। ଏହାସହ ଏକାଧିକ ସାମାଜିକ ସଂଗଠନ ସହ ଜଡ଼ିତ ରହି ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ତାଙ୍କ ପରଲୋକରେ ‘ସମ୍ବାଦ’ର ସମ୍ପାଦକ ତନୟା ପଟ୍ଟନାୟକ, ପ୍ରକାଶକ ତଥା ସିଓଓ କମଳାକାନ୍ତ ମହାପାତ୍ର, ମୁଖ୍ୟ ମହାପ୍ରବନ୍ଧକ (ବାର୍ତ୍ତା) ଅରବିନ୍ଦ ଦାସ, କଟକ ସଂସ୍କରଣ ମୁଖ୍ୟ କୃଷ୍ଣ ପ୍ରସାଦ ଦାସ, ପ୍ରସାର ବିଭାଗର ବରିଷ୍ଠ ପ୍ରବନ୍ଧକ ସୁଶାନ୍ତ କୁମାର ବିଶ୍ବାଳ, ଜଗତସିଂହପୁର ଜିଲ୍ଲା ପ୍ରତିନିଧି ସନ୍ଦୀପ ଲେଙ୍କା, ଶୁଭକାନ୍ତ ପଢ଼ିହାରୀଙ୍କ ସମେତ ସମ୍ବାଦ ପରିବାରର ସମସ୍ତ ସଦସ୍ୟ ଗଭୀର ଶୋକ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe