ଧନକଉଡ଼ା ବ୍ଲକ ‘ସମ୍ବାଦ’ ପ୍ରତିନିଧି ଉପେନ୍ଦ୍ର ନାରାୟଣ ପଣ୍ଡାଙ୍କ ପରଲୋକ

Advertisment
ଧନକଉଡ଼ା ବ୍ଲକ ‘ସମ୍ବାଦ’ ପ୍ରତିନିଧି ଉପେନ୍ଦ୍ର ନାରାୟଣ ପଣ୍ଡାଙ୍କ ପରଲୋକ

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ଧନକଉଡ଼ା ବ୍ଲକ ‘ସମ୍ବାଦ’ ପ୍ରତିନିଧି ଉପେନ୍ଦ୍ର ନାରାୟଣ ପଣ୍ଡାଙ୍କର ଆଜି ପୂର୍ବାହ୍ନରେ ପରଲୋକ ହୋଇଯାଇଛି। ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ଗତକାଲି ରାତିରେ ବୁର୍ଲା ମେଡିକାଲ ନିଆଯାଇଥିଲା। ସେଠରୁ ବରଗଡ଼ର ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା। ସେଠରେ ତାଙ୍କର ଆଜି ପରଲୋକ ହୋଇଯାଇଥିଲା।

ସେ ଦୀର୍ଘ ଦିନ ଧରି ‘ସମ୍ବାଦ’, ‘ଆମ ଓଡ଼ିଶା’ ପରିବାର ସହିତ ଜଡିତ ଥିଲେ। ସ୍ଥାନୀୟ ଅଞ୍ଚଳରେ ଅନେକ ସାମାଜିକ ସଂଗଠନ ସହିତ ତାଙ୍କର ସଂପୃକ୍ତି ଥିଲା। ତାଙ୍କ ପରଲୋକରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ସମ୍ବଲପୁର ଜିଲ୍ଲା ସମେତ ଧନକଉଡ଼ା ବ୍ଲକ୍‌ର ବିଭିନ୍ନ ସାମାଜିକ, ଶିକ୍ଷାନୁଷ୍ଠାନ ଓ ସାହିତ୍ୟ ସଂଗଠନ ସହିତ ତାଙ୍କର ସଂପୃକ୍ତି ଥିଲା। ଓୟୁଜେ ଜିଲ୍ଲା ଶାଖାର ସାଧାରଣ ସଂପାଦକ ଥିଲେ। ତାଙ୍କ ପରଲୋକରେ ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଛି। ତାଙ୍କର ଦୁଇ ଝିଅ, ‌ଗୋଟିଏ ପୁଅ। ବଡ଼ ଝିଅ ବିବାହ କରିସାରିଛନ୍ତି। ‘ସମ୍ବାଦ’ର ଉନ୍ନତି ପାଇଁ ତାଙ୍କର ଅନେକ ଭୂମିକା ରହିଥିଲା। ତାଙ୍କ ନିଜ ଘର ସମ୍ବଲପୁର ଜିଲ୍ଲା ଗୋଡ଼ଭଗା ଗାଁରେ। ଜଣେ ଶୃଙ୍ଖଳିତ, ସକ୍ରିୟ ଓ କର୍ତ୍ତବନିଷ୍ଠ କର୍ମଚାରୀ ଭାବେ ତାଙ୍କର ପରିଚୟ ରହିଥିଲା। ତାଙ୍କ ପରଲୋକରେ ସ୍ଥାନୀୟ ବିଧାୟକ ନାଉରୀ ନାୟକ ଶୋକ ପ୍ରକାଶ କରିଛନ୍ତି। ଖବରପାଇ ବହୁ ରାଜନେତା, ସାମାଜିର୍କ କର୍ମୀ ତାଙ୍କର ଅନ୍ତିମ ଦର୍ଶନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe