ସମ୍ବାଦ ସିଇଓ କନ୍‌କ୍ଲେଭ୍‌ ୨୦୨୪ ଆଜି: ଯୋଗଦେବେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ମନ୍ତ୍ରୀ ସୁରେଶ ପୂଜାରୀ

Advertisment
ସମ୍ବାଦ ସିଇଓ କନ୍‌କ୍ଲେଭ୍‌ ୨୦୨୪ ଆଜି: ଯୋଗଦେବେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ,  ମନ୍ତ୍ରୀ ସୁରେଶ ପୂଜାରୀ

ଭୁବନେଶ୍ବର: ରାଜ୍ୟର ଏକ ନମ୍ବର ସମ୍ବାଦପତ୍ର ‘ସମ୍ବାଦ’ ପକ୍ଷରୁ ଶୁକ୍ରବାର ଭୁବନେଶ୍ବରରେ ‘ସମ୍ବାଦ ସିଇଓ କନ୍‌କ୍ଲେଭ୍‌ ୨୦୨୪’ ଆୟୋଜନ କରାଯିବ। ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟର ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ମୁଖ୍ୟବକ୍ତା ଭାବେ ମନ୍ତ୍ରୀ ସୁରେଶ ପୂଜାରୀ ଯୋଗଦେବେ। କାର୍ଯ୍ୟକ୍ରମରେ ‘ସମ୍ବାଦ’ ସମ୍ପାଦକ ତନୟା ପଟ୍ଟନାୟକ ଓ ସମ୍ବାଦ ଗ୍ରୁପ୍‌ର ପରିଚାଳନା ନିର୍ଦ୍ଦେଶିକା ମୋନିକା ନୈୟାର ପଟ୍ଟନାୟକ ମଧ୍ୟ ଉପସ୍ଥିତ ରହିବେ। ଚଳିତ ବର୍ଷ କନ୍‌କ୍ଲେଭ୍‌ର ତୃତୀୟ ସଂସ୍କରଣକୁ ଆୟୋଜନ କରାଯାଉଥିବା ବେଳେ ଏହାର ବିଷୟବସ୍ତୁ ରହିଛି ‘ଶିଳ୍ପରେ ସ୍ଥାୟୀ ଅଭ୍ୟାସ’। ଏଥିରେ ଦେଶବିଦେଶର ବିଶିଷ୍ଟ ବକ୍ତାମାନେ ଯୋଗଦେଇ ସ୍ଥାୟିତ୍ବର ବିଭିନ୍ନ ଦିଗ ଉପରେ ଆଲୋକପାତ କରିବେ। ଏହି କାର୍ଯ୍ୟକ୍ରମର ସିଧାପ୍ରସାରଣ ‘ସମ୍ବାଦ’ ୟୁ ଟ୍ୟୁବ୍ ଚାନେଲରେ ଲୋକେ ଦେଖିବାକୁ ପାଇପାରିବେ।

ଏହି ଅବସ‌ରରେ ବିଶିଷ୍ଟ ବକ୍ତା ଭାବେ ଏସିଆନ୍ ଫେଡେରେସନ୍ ଅଫ୍‌ ଆଡ୍‌ଭର୍ଟାଇଜିଂ ଆସୋସିଏସନ୍‌ର ଅଧ୍ୟକ୍ଷ ଶ୍ରୀନିବାସ କେ ସ୍ବାମୀ, ମାଡିସନ୍‌ ୱାର୍ଲଡ୍‌ର ଅଧ୍ୟକ୍ଷ ସାମ୍‌ ବଲ୍‌ସାରା, ଅନ୍ତର୍ଜାତୀୟ ବିଜ୍ଞାପନ ସଂଘ-ଭାରତ ଚାପ୍ଟରର ସଭାପତି ଅବିନାଶ ପାଣ୍ଡେ, ଗ୍ରୁପ୍‌ଏମ୍‌ର ସଭାପତି-ଇନ୍‌ଭେଷ୍ଟମେଣ୍ଟ୍‌ସ ଟ୍ରେଡିଂ ଆଣ୍ଡ ପାର୍ଟନର୍‌ସିପ୍‌ସ ଅଶ୍ବିନୀ ପଦ୍ମନାଭନ, ଏରୋସ୍‌ ମିଡିଆ ୱାର୍ଲଡ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଓ ସିଇଓ ପ୍ରଦୀପ ଦ୍ବିବେଦୀ, ଦି ଫ୍ରି ପ୍ରେସ୍ ଜର୍ଣ୍ଣାଲ ଗ୍ରୁପ୍ ଅଫ୍‌ ନିଉଜ୍‌ପେପର୍ସର ପରିଚାଳନା ନିର୍ଦ୍ଦେଶକ ଅଭିଷେକ କର୍ଣ୍ଣାନି, କଙ୍କୋ ଆଡ୍‌ଭର୍ଟାଇଜିଂର ସଭାପତି ରମେଶ ନାରାୟଣ, ଏସିଆ ଆର୍ଥଡେ ନେଟ୍‌ୱର୍କର ଆଞ୍ଚଳିକ ନିର୍ଦ୍ଦେଶିକା କରୁଣା ସିଂହ ଓ କନେକ୍ଟିଂ ଦି ଡଟ୍‌ସ କନ୍‌ସଲଟାନ୍ସି, ମାଲେସିଆର ପ୍ରତିଷ୍ଠାତା ଓ ସିଇଓ ଭରତ ଆଭାଲାନି ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ବଲିଉଡ୍‌ କଳାକାର ରାଘବ ସଚାର ବିବିଧ ବାଦ୍ୟଯନ୍ତ୍ରକୁ ନେଇ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ପରିବେଷଣ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe