ସମ୍ବାଦ ପ୍ରତିଯୋଗିତା: ବିତର୍କ, ସାରେଗାମା ଆଜି

Advertisment

ବ୍ରହ୍ମପୁର, ଜୟପୁରରେ ସ୍ଥଗିତ, ବୁଧବାର ହେବ

ବ୍ରହ୍ମପୁର, ଜୟପୁରରେ ସ୍ଥଗିତ, ବୁଧବାର ହେବ

ସମ୍ବାଦ ପ୍ରତିଯୋଗିତା: ବିତର୍କ, ସାରେଗାମା ଆଜି

ଭୁବନେଶ୍ବର : ‘ସମ୍ବାଦ’ର ସ୍ବନକ୍ଷତ୍ର ଅବସରରେ ୨୬ ତାରିଖ ରବିବାର ଦିନ ବିତର୍କ ଏବଂ ସା‌ରେଗାମା ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଯାଉଛି। ଭୁବନେଶ୍ବର ସମେତ କଟକ, ଅନୁଗୁଳ, ଯାଜପୁର, ରାଉରକେଲା, ସମ୍ବଲପୁର ଏବଂ ବାଲେଶ୍ବରରେ ଏହି ପ୍ରତିଯୋଗିତା ସକାଳ ୧୦ଟାରେ ଆରମ୍ଭ ହେବ। ମହାବିଦ୍ୟାଳୟ ଏବଂ ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ପାଇଁ ହେଉଥିବା ଏହି ପ୍ରତିଯୋଗିତା ଲାଗି ସବୁ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ସକାଳ ୯ଟା ସୁଦ୍ଧା ପ୍ରତିଯୋଗୀମାନେ ନିଜର ପରିଚୟପତ୍ର ସହିତ ସଂପୃକ୍ତ କେନ୍ଦ୍ରରେ ଉପସ୍ଥିତ ହେବାଲାଗି କୁହାଯାଇଛି।

ପ୍ରତିବର୍ଷ ଏହି ପ୍ରତିଯୋଗିତା ୯ଟି କେନ୍ଦ୍ରରେ ହେଉଥିଲା। ତେବେ ଏଥର ବାତ୍ୟା ଗୁଲାବ ଯୋଗୁଁ ବ୍ରହ୍ମପୁର ଏବଂ ଜୟପୁରରେ ଏହି ପ୍ରତିଯୋଗିତା କାଲି ହେବନାହିଁ। ଆସନ୍ତା ୨୯ ତାରିଖ ବୁଧବାର ଦିନ ଏହି ଦୁଇଟି କେନ୍ଦ୍ରରେ ପ୍ରତିଯୋଗିତା ଅନୁଷ୍ଠିତ ହେବ। ୨୬ ତାରିଖ ରବିବାର ଦିନ ଯେଉଁ ୭ଟି କେନ୍ଦ୍ରରେ ପ୍ରତିଯୋଗିତା ‌ହେବ ତାହାର ତାଲିକା ପୃଷ୍ଠା ୩ରେ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe