କୋରାପୁଟ: ବର୍ଷାକୁ ଖାତିର ନ କରି ‘ସମ୍ବାଦ’ ବାର୍ଷିକ ଓ ଆଜାଦି କା ଅମୃତ ମହୋତ୍ସବ ପ୍ରତିଯୋଗିତାରେ ଭାଗ ନେଲେ ୧୬୭୮ ଛାତ୍ରଛାତ୍ରୀ

କୋରାପୁଟ: ବର୍ଷାକୁ ଖାତିର ନ କରି ‘ସମ୍ବାଦ’ ବାର୍ଷିକ ଓ ଆଜାଦି କା ଅମୃତ ମହୋତ୍ସବ ପ୍ରତିଯୋଗିତାରେ ଭାଗ ନେଲେ ୧୬୭୮ ଛାତ୍ରଛାତ୍ରୀ

ଜୟପୁର: ‘ସମ୍ବାଦ’ର ସ୍ବାନକ୍ଷତ୍ର ଉପ‌ଲକ୍ଷେ ଆଜି ବାର୍ଷିକ ପ୍ରତିଯୋଗିତା ସହ ରାଜ୍ୟପାଳ  ପ୍ରପେସର ଗଣେଶୀଲାଲଙ୍କ ପରାମର୍ଶକ୍ରମେ ରାଜ୍ୟସରକାରଙ୍କ ସହଯୋଗରେ ନବମ ଓ ଦଶମ ଶ୍ରେଣୀର ପିଲାଙ୍କ ମଧ୍ୟରେ ଓଡିଆ ଓ ଇଂରାଜୀରେ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଜୟପୁର ସ୍ଥିତ ଅରବିନ୍ଦନଗର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

ଗତକାଲି ରାତିରେ ପ୍ରବଳ ବର୍ଷା ଓ ସକାଳୁ ଝିପିଝିପି ବର୍ଷା ଲାଗି ରହିଥିବା ‌ସତ୍ତ୍ବେ ଆଜି ପ୍ରବଳ ଉତ୍ସାହ ମଧ୍ୟରେ ଚିତ୍ରାଙ୍କନ ପ୍ରତିଯୋଗିତାରେ ୪୬୨ଜଣ, ହସ୍ତାକ୍ଷରରେ ୬୪୯ଜଣ, ଭାଷାଞାନ ଓ ପ୍ରବନ୍ଧ ପ୍ରତିଯୋଗିତାରେ ୧୪୭ଜଣ ଛାତ୍ରଛାତ୍ରୀ, ଏହା ବାଦେ ସ୍ବାଧୀନତାର ଅମୃତ ମହୋତ୍ସବ ପାଇଁ କରାଯାଇଥିବା ପ୍ରବନ୍ଧ ପ୍ରତିଯୋଗିତାରେ ଓଡିଆରେ ୧୫୧ଜଣ ଓ ଇଂରାଜୀରେ ୨୬୯ଜଣ ଛାତ୍ରଛାତ୍ରୀ ଏଭଳି ୧୬୭୮ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ।

publive-image

ଚିତ୍ରାଙ୍କନ ଓ  ସୁନ୍ଦର ହସ୍ତାକ୍ଷର ପ୍ରତିଯୋଗିତାରେ ବିଚାରକ ଭାବେ ବିକ୍ରମ‌ ଦେବ ଚାରୁ ଓ କାରୁକଳା ବିଦ୍ୟାଳୟର ଅଧ୍ୟକ୍ଷ ଯୁଧିଷ୍ଠିର ମଲ୍ଲୀକ, ଅବସରପ୍ରାପ୍ତ ପ୍ରାଧ୍ୟାପକ ତଥା ହସ୍ତଶିଳ୍ପୀ ରବିନ୍ଦ୍ରନାଥ ପଟ୍ଟନାୟକ, ଫାଇନ୍ ଆର୍ଟ ଶିକ୍ଷକ ଦେବାଶିଷ ବର୍ମା, କଳାଶିକ୍ଷକ ତଥା ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦେଶକ ବିଶାଲ ପଟ୍ଟନାୟକ, କୃଷ୍ଣ ହୋତା  ଯୋଗ ଦେଇଥିବା ବେଳେ ଓ କେ. ସୁନିଲ କୁମାର ସହଯୋଗ କରିଥିଲେ।

publive-image

ସେଭଳି ଭାଷାଞାନ ଓ ପ୍ରବନ୍ଧର ଓଡିଆ ଓ ଇଂରାଜୀ ପରୀକ୍ଷାରେ ବିଚାରକ ଭାବେ ଅବସରପ୍ରାପ୍ତ ବିଇଓ ସୁରେନ୍ଦ୍ର ପଟ୍ଟନାୟକ, ରାଜ୍ୟ ମୁକ୍ତ ମହାବିଦ୍ୟାଳୟର ମୁଖ୍ୟ ମହେନ୍ଦ୍ର ପ୍ରସାଦ ମିଶ୍ର,  ଅଧ୍ୟାପକ ଡ.ସଦାନନ୍ଦ ଅଢ଼ାରୀ, ସଚିନ୍ଦ୍ରନାଥ ମହାପାତ୍ର, ଡ.ମନୋରଂଜନ ପ୍ରଧାନ,  ଅଧ୍ୟାପକ ସୁଧାଂଶୁ ଶେଖର ପଟ୍ଟନାୟକ,ଅଧ୍ୟାପକ ସଂଜୟ କୁମାର ସାହୁ,ସନ୍ତୋଷ କୁମାର ସାହୁ,  ଅଧ୍ୟାପକ ଆଲୋକ ମହାରାଣା,  ଡ.ପ୍ରଦୀପ ମିଶ୍ର, କି‌ଶୋର ଚନ୍ଦ୍ର ପଣ୍ଡା, , ଉମାକାନ୍ତି ବାଇପାଇ,  ଆଶୋକ ମହାରାଣା, ଯଞେଶ୍ବର ପଣ୍ଡା, ଶୁଭସ୍ମିତା ସାହୁ, ରଶ୍ମିତା କୁମାରୀ ନାହାକ, ପପିତା ପ୍ରଧାନ, ସବିତା ବିଶ୍ବାସରାୟ, ସୁଜାତା ସାହୁ, ଗୌରୀ ପଣ୍ଡା, ସଂଯୁକ୍ତା ରାଉତ, ବବିତା ପାତ୍ର, ପ୍ରତାପ ପଟ୍ଟନାୟକ, ଭାଗ୍ୟଲତା ପାଣିଗ୍ରାହୀ, ପୁଷ୍ପାଂଜଳୀ ସାହୁ, ବିଜୟ ଲକ୍ଷ୍ମୀ ସ୍ବାଇଁ, ଶୋଭାଗିନୀ ନନ୍ଦ, କବିତା ମଂଜରୀ ପଲେଇ, କେ.ଅନିତା ଶିବାନୀ, ମନାଲିସା ନନ୍ଦ  ପ୍ରମୁଖ  ଭାଗ ନେଇଥିଲେ।

ଏହି ପ୍ରତିଯୋଗିତା ଗୁଡିକ ପରିଚାଳନାରେ ସମ୍ବାଦ ଜୟପୁର ସଂସ୍କରଣର ମୁଖ୍ୟଶାଖା ପରିଚାଳକ ତ୍ରିନାଥ ଖାଡଙ୍ଗା, ବ୍ରହ୍ମପୁର ମହାନଗର ସଂଯୋଜକ ପ୍ରମୋଦ ପଟ୍ଟନାୟକ, ରାୟଗଡା ଜିଲ୍ଲାପ୍ରତିନିଧି ନବୀନ ସାହୁ , ଜୟପୁର ନଗର ପ୍ରତିନିଧି ସୁରେଶ କୁମାର ନାଇଡୁ, ଞାନଚାନ୍ଦ ଜଗନ୍ନାଥ , ବିତ୍ତ ବିଭାଗ ସହକାରୀ ପରିଚାଳକ ଆନନ୍ଧ ଓଝା, ତ୍ରିଶୁଳ ସାନ୍ତ୍ରା, ପ୍ରସାର ବିଭାଗର କେ.ଭେଙ୍କଟ ପ୍ରସାଦ ଦୋରା,ଦିଲ୍ଲିପ ନିଶଙ୍କ,  ସଂପାଦନା ବିଭାଗର ସହସଂପାଦକ ପ୍ରଦୀପ ପ୍ରଧାନ, ଅଂଶୁମାନ ଆଚାର୍ଯ୍ୟ, କେ.ଅରୁଣ କୁମାର , ଘନଶ୍ୟାମ ଦଳାଇ, ଅଶୋକ ପଲେଇ,ବୈଦ୍ୟନାଥ ଖରା, ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଅରବିନ୍ଦନଗରର ପ୍ରଧାନ ଆଚାର୍ଯ୍ୟ ଲକ୍ଷ୍ମୀକାନ୍ତ ମିଶ୍ରଙ୍କ ସହ ସମସ୍ତ ଗୁରୁଜୀ, ଗୁରୁମା, କର୍ମଚାରୀ ଆଦି ସହଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe