ସମ୍ବାଦ କର୍ପୋରେଟ୍‌ ଏକ୍ସଲେନ୍ସ ଆୱାର୍ଡ ୨୦୨୫: ଆଜି ସମ୍ବର୍ଦ୍ଧନା ସମାରୋହ, ମୁଖ୍ୟମନ୍ତ୍ରୀ ମୁଖ୍ୟଅତିଥି

Advertisment

ରାଜ୍ୟର ଏକ ନମ୍ବର ସମ୍ବାଦପତ୍ର ‘ସମ୍ବାଦ’ର ସ୍ବତନ୍ତ୍ର ଅଭିଯାନ ‘ସମ୍ବାଦ କର୍ପୋରେଟ୍‌ ଏକ୍ସଲେନ୍ସ ଆୱାର୍ଡ ୨୦୨୫: ବ୍ରାଣ୍ଡ୍‌ ଅଫ୍‌ ଓଡ଼ିଶା ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ’ର ସମ୍ବର୍ଦ୍ଧନା ସମାରୋହ ସୋମବାର (ଫେବ୍ରୁ୍ଆରି ୩ ତାରିଖ) ଭୁବନେଶ୍ବରରେ ଅନୁଷ୍ଠିତ ହେବ।

ରାଜ୍ୟର ଏକ ନମ୍ବର ସମ୍ବାଦପତ୍ର ‘ସମ୍ବାଦ’ର ସ୍ବତନ୍ତ୍ର ଅଭିଯାନ ‘ସମ୍ବାଦ କର୍ପୋରେଟ୍‌ ଏକ୍ସଲେନ୍ସ ଆୱାର୍ଡ ୨୦୨୫: ବ୍ରାଣ୍ଡ୍‌ ଅଫ୍‌ ଓଡ଼ିଶା ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ’ର ସମ୍ବର୍ଦ୍ଧନା ସମାରୋହ ସୋମବାର (ଫେବ୍ରୁ୍ଆରି ୩ ତାରିଖ) ଭୁବନେଶ୍ବରରେ ଅନୁଷ୍ଠିତ ହେବ।

sscx

ଭୁବନେଶ୍ବର: ରାଜ୍ୟର ଏକ ନମ୍ବର ସମ୍ବାଦପତ୍ର ‘ସମ୍ବାଦ’ର ସ୍ବତନ୍ତ୍ର ଅଭିଯାନ ‘ସମ୍ବାଦ କର୍ପୋରେଟ୍‌ ଏକ୍ସଲେନ୍ସ ଆୱାର୍ଡ ୨୦୨୫: ବ୍ରାଣ୍ଡ୍‌ ଅଫ୍‌ ଓଡ଼ିଶା ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ’ର ସମ୍ବର୍ଦ୍ଧନା ସମାରୋହ ସୋମବାର (ଫେବ୍ରୁ୍ଆରି ୩ ତାରିଖ) ଭୁବନେଶ୍ବରରେ ଅନୁଷ୍ଠିତ ହେବ। ଏକ ଭବ୍ୟ କାର୍ଯ୍ୟକ୍ରମରେ ଏହାର ବିଜେତାମାନଙ୍କୁ ସମ୍ବର୍ଦ୍ଧିତ କରାଯିବ। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟଅତିଥି  ଭା‌ବେ ଯୋଗ ଦେବେ। ସମ୍ମାନିତ ବକ୍ତା ଭାବେ ନାଲ୍‌କୋର ସିଏମ୍‌ଡି ବ୍ରିଜେନ୍ଦ୍ର ପ୍ରତାପ ସିଂ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।  ଅନ୍ୟତମ ଅତିଥି ଭାବେ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ, ନିର୍ଦ୍ଦେଶିକା ମୋନିକା ନୈୟର ପଟ୍ଟନାୟକ ଓ ସମ୍ପାଦକ ତନୟା ପଟ୍ଟନାୟକ ଉପସ୍ଥିତ ରହିବେ। 

ଚଳିତବର୍ଷ ‘ସମ୍ବାଦ’ କର୍ପୋରେଟ୍‌ ଏକ୍ସଲେନ୍ସ ଆୱାର୍ଡ‌୍‌ସର ଅଷ୍ଟମ ସଂସ୍କରଣ ଆୟୋଜନ କରାଯାଉଛି। କର୍ପୋରେଟ୍ ସାମାଜିକ ଦାୟିତ୍ବବୋଧ (ସିଏସ୍‌ଆର୍‌), ବୃହତ୍‌ (ଲାର୍ଜ), ମଧ୍ୟମ (ମିଡିୟମ୍), କ୍ଷୁଦ୍ର (ସ୍ମଲ୍‌) ଓ ଇମର୍ଜିଂ/ଷ୍ଟାର୍ଟଅପ୍ ଭଳି ପାଞ୍ଚଟି ବର୍ଗ ଲାଗି ଆବେଦନ ଆହ୍ବାନ କରାଯାଇଥିଲା। ରାଜ୍ୟର କୋଣ ଅନୁକୋଣରୁ ବହୁ ସଂଖ୍ୟାରେ ଉଦ୍ୟୋଗ ଏଥିପାଇଁ ଆବେଦନ କରିଥିଲେ। ଏକ ସ୍ବାଧୀନ ତଥା ନିରପେକ୍ଷ ବିଚାରକ ମଣ୍ଡଳୀ ଆବେଦନଗୁଡ଼ିକୁ ବିଭିନ୍ନ ମାନଦଣ୍ଡରେ ଅନୁଶୀଳନ କରି ବିଜେତା ଚୟନ କରିଛନ୍ତି। ଆସନ୍ତାକାଲି ସେମାନଙ୍କୁ ସମ୍ବର୍ଦ୍ଧିତ କରାଯିବ। ଏହି ପୁରସ୍କାର ବିଷୟରେ ଅଧିକ ବିବରଣୀ www.sambadawards.comରେ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe