‘ସମ୍ବାଦ’ ଏବଂ ‘ସୌମ୍ୟ ବାବୁ’ ଓଡ଼ିଶାର ଦୁଇଟି ବ୍ରାଣ୍ଡ୍ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Advertisment

ବ୍ରାଣ୍ଡସ୍ ଅଫ୍ ଓଡ଼ିଶା ପ୍ରାଇଡ୍ ଅଫ୍ ଇଣ୍ଡିଆ ସମ୍ବାଦ କର୍ପୋରେଟ୍ ଏକ୍ସିଲେନ୍ସ ଆୱାର୍ଡସ୍ ୨୦୨୦ର ପୁରସ୍କାର ବିତରଣ ସମାରୋହ ଉଦଘାଟିତ

ବ୍ରାଣ୍ଡସ୍ ଅଫ୍ ଓଡ଼ିଶା ପ୍ରାଇଡ୍ ଅଫ୍ ଇଣ୍ଡିଆ ସମ୍ବାଦ କର୍ପୋରେଟ୍ ଏକ୍ସିଲେନ୍ସ ଆୱାର୍ଡସ୍ ୨୦୨୦ର ପୁରସ୍କାର ବିତରଣ ସମାରୋହ ଉଦଘାଟିତ

‘ସମ୍ବାଦ’ ଏବଂ ‘ସୌମ୍ୟ ବାବୁ’ ଓଡ଼ିଶାର ଦୁଇଟି ବ୍ରାଣ୍ଡ୍ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର : ଆଜି ‘ସମ୍ବାଦ’ ପକ୍ଷରୁ ବ୍ରାଣ୍ଡସ୍ ଅଫ୍ ଓଡ଼ିଶା ପ୍ରାଇଡ୍ ଅଫ୍ ଇଣ୍ଡିଆ ସମ୍ବାଦ କର୍ପୋରେଟ୍ ଏକ୍ସିଲେନ୍ସ ଆୱାର୍ଡସ୍ ୨୦୨୦ର ପୁରସ୍କାର ବିତରଣ ସମାରୋହ ହୋଟେଲ୍ ମେ’ ଫେୟାର କନ୍ଭେନସନରେ ପୂର୍ବାହ୍ନ ୧୦ଟାରେ ଅନୁଷ୍ଠିତ ହୋଇଛି। ଏହି ଉତ୍ସବକୁ କେନ୍ଦ୍ର ପେଟ୍ରୋଲିୟମ୍, ପ୍ରାକୃତିକ ଗ୍ୟାସ୍ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦଘାଟନ କରିଛନ୍ତି। ଏଥିରେ ଉଦବୋଧନ ଦେଇ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ‘ସମ୍ବାଦ’ ଏବଂ ସୌମ୍ୟ ବାବୁ ଓଡ଼ିଶାର ଦୁଇଟି ବ୍ରାଣ୍ଡ୍। ବିଗତ ୩ ବର୍ଷ ଧରି ‘ସମ୍ବାଦ’ ଏକ ସାଧୁ ଉଦ୍ୟମ ଆରମ୍ଭ କରିଛି । ଆଗକୁ ‘ବ୍ରାଣ୍ଡସ ଅଫ୍ ଓଡ଼ିଶା ପ୍ରାଇଡ୍ ଅଫ୍ ଇଣ୍ଡିଆ’ ପ୍ରେରଣା ଯୋଗାଇବ ବୋଲି  କହିଛନ୍ତି। ସମ୍ବାଦ ଏହି କାର୍ଯ୍ୟକ୍ରମକୁ କିଛି ଘଣ୍ଟା ଭିତରେ ସୀମାବଦ୍ଧ ନ କରିବାକୁ ସେ ପରାମର୍ଶ ଦେଇଛନ୍ତି।

publive-image

ଏଥିରେ ସ୍ବାଗତ ଭାଷଣ ଦେଇଛନ୍ତି ସମ୍ବାଦ ଗ୍ରୁପ୍ରର ପରିଚାଳନା ନିର୍ଦେଶିକା ମୋନିକା ନୈୟାର ପଟ୍ଟନାୟକ ।ଏଥିରେ ଉଦବୋଧନ ଦେଇ ସମ୍ବାଦ ଗ୍ରୁପ୍ର ଅଧ୍ୟକ୍ଷ ତଥା ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି ‘ ଖବରକାଗଜ ଦୁନିଆରେ ଆମେ ୧ ନମ୍ବର ହୋଇପାରିଛୁ , ସମ୍ବାଦର ଏହି ସଫଳତା ପଛରେ ସମସ୍ତଙ୍କ ହାତ ରହିଛି । ଉକୃଷ୍ଟର ଉପାସନା ପାଇଁ ଆମେ ସର୍ବଦା ସଙ୍କଳ୍ପବଦ୍ଧ। ଓଡିଶାର ଏମର୍ଜିଂ ବ୍ରାଣ୍ଡ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜନୀତିର ନୂଆ ବ୍ରାଣ୍ଡ୍ ମୁଖ୍ୟମନ୍ତ୍ରୀ । ବ୍ରାଣ୍ଡ୍ ତିଆରି ହୋଇଗଲେ ଯାତ୍ରାପଥ ସୁଗମ ହୁଏ । ଆଗାମୀ ଦିନର ବ୍ରାଣ୍ଡ୍ ହେବାକୁ ଯାଉଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ରାଜନୀତିର ବ୍ରାଣ୍ଡ୍ ଖରାପ ହେଲେ ସବୁ ଖରାପ ହୋଇଯିବ । ରାଜନୀତିରେ ମଧ୍ୟ ପରବର୍ତ୍ତୀ ବ୍ରାଣ୍ଡ୍ ସୃଷ୍ଟି କରିବା ଜରୁରୀ ।’

ଚଳିତ ବର୍ଷ ବ୍ରାଣ୍ଡସ୍ ଅଫ୍ ଓଡ଼ିଶା ପ୍ରାଇଡ୍ ଅଫ୍ ଇଣ୍ଡିଆ ସମ୍ବାଦ କର୍ପୋରେଟ୍ ଏକ୍ସିଲେନ୍ସ ଆୱାର୍ଡସର ତୃତୀୟ ସଂସ୍କରଣ ଆୟୋଜନ କରାଯାଇଛି। ଏଥର ସିଏସ୍ଆର୍, ଲାର୍ଜ (ବୃହତ), ମିଡିଅମ୍ (ମଧ୍ୟମ), ସ୍ମଲ୍ (କ୍ଷୁଦ୍ର) ଓ ଇମର୍ଜିଂ/ଷ୍ଟାର୍ଟଅପ୍ ଭଳି ପାଞ୍ଚଟି ବର୍ଗରେ ମୋଟ୍ ୧୫ଟି ପୁରସ୍କାର ପ୍ରଦାନ କରାଯିବ। ପ୍ରତି ବର୍ଗରେ ପ୍ଲାଟିନମ୍, ଗୋଲ୍ଡ ଓ ସିଲଭର୍ ଭଳି ତିନିଟି ପୁରସ୍କାର ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଛି। ଏହି ପୁରସ୍କାର ଲାଗି ଆସିଥିବା ସମସ୍ତ ଆବେଦନକୁ ସ୍ବତନ୍ତ୍ର ବିଚାରକ ମଣ୍ଡଳୀ ଅନୁଧ୍ୟାନ କରିବା ପରେ ବିଜେତା ଚୟନ କରିଛନ୍ତି।

ବିଚାରକ ଭାବେ ଜିଏଫ୍ଏଚ୍ ଫାଇନାନ୍ସିଆଲ ଗ୍ରୁପର ଇଡି ରାକେଶ ପଟ୍ଟନାୟକ, ଇଣ୍ଡିଆ ମଡଗେଜ୍ ଗ୍ୟାରେଣ୍ଟି କର୍ପୋରେସନର ସିଇଓ ମହେଶ ମିଶ୍ର ଓ ଫିକିର ଆସିଷ୍ଟାଣ୍ଟ୍ ଜେନେରାଲ୍ ସେକ୍ରେଟାରି ଲୀନା ଜଇସାନି ଯୋଗ ଦେଇଥିଲେ।

publive-image

ଏହା ପରେ ରାଜ୍ୟ ଶିଳ୍ପ, ଶକ୍ତି, ଏମ୍ଏସ୍ଏମ୍ଇ ମନ୍ତ୍ରୀ ତଥା ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଏକ ସ୍ବତନ୍ତ୍ର ଆଲୋଚନାରେ ଯୋଗଦେବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ବର୍ଗରେ ବିଜୟୀ ହୋଇଥିବା ବ୍ରାଣ୍ଡଗୁଡ଼ିକୁ ସମ୍ମାନିତ କରିବେ। ଏହି କାର୍ଯ୍ୟକ୍ରମରେ ସମ୍ବାଦ ଗ୍ରୁପ୍ର ଅଧ୍ୟକ୍ଷ ତଥା ‘ସମ୍ବାଦ’ର ସମ୍ପାଦକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଓ କଂପାନିର ପରିଚାଳନା ନିର୍ଦେଶିକା ମୋନିକା ନୈୟାର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe