ଭୁବନେଶ୍ବର: ରାଜ୍ୟର ଏକ ନମ୍ବର ସମ୍ବାଦପତ୍ର ‘ସମ୍ବାଦ’ ପକ୍ଷରୁ ଆୟୋଜନ କରାଯାଉଥିବା କର୍ପୋରେଟ୍ ଜଗତର ବହୁ ପ୍ରତୀକ୍ଷିତ ତଥା ସମ୍ମାନଜନକ କାର୍ଯ୍ୟକ୍ରମ ‘ସମ୍ବାଦ କର୍ପୋରେଟ୍ ଏକ୍ସଲେନ୍ସ ଆୱାର୍ଡସ୍-୨୦୨୬: ବ୍ରାଣ୍ଡ୍ସ ଅଫ୍ ଓଡ଼ିଶା, ପ୍ରାଇଡ୍ ଅଫ୍ ଇଣ୍ଡିଆ’ର ଲୋଗୋ ଆଜି ‘ସମ୍ବାଦ’ ଭବନରେ ଉନ୍ମୋଚିତ ହୋଇଯାଇଛି। ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ, ‘ସମ୍ବାଦ’ ଓ ‘କନକ ନ୍ୟୁଜ୍’ର ସମ୍ପାଦକ ତନୟା ପଟ୍ଟନାୟକ ଓ ନିର୍ଦ୍ଦେଶିକା ମୋନିକା ନୈୟର ପଟ୍ଟନାୟକ ଲୋଗୋ ଉନ୍ମୋଚନ କରିଥିଲେ।
Bhadrak News: ସରକାରଙ୍କ ନିୟମ ଭାଙ୍ଗୁଛି ସରକାରୀ ବିଭାଗ
ଓଡ଼ିଶାରୁ ଜନ୍ମ ହୋଇ ଓଡ଼ିଶା ତଥା ଦେଶ ବିଦେଶରେ ନିଜ ବ୍ୟବସାୟକୁ ବିସ୍ତାର କରି ରାଜ୍ୟ ପାଇଁ ସୁନାମ ଆଣିଥିବା ବ୍ରାଣ୍ଡ୍ଗୁଡ଼ିକୁ ଲୋକଲୋଚନକୁ ଆଣିବା ଲକ୍ଷ୍ୟ ନେଇ ପ୍ରତିଷ୍ଠା କରାଯାଇଥିବା ‘ସମ୍ବାଦ କର୍ପୋରେଟ୍ ଏକ୍ସଲେନ୍ସ ଆୱାର୍ଡସ୍’ର ଏହା ହେଉଛି ନବମ ସଂସ୍କରଣ। ପ୍ରତିଥର ଭଳି ଏଥର ମଧ୍ୟ ପାଞ୍ଚଟି ବର୍ଗରେ ପୁରସ୍କାର ପ୍ରଦାନ କରାଯିବ। ତାହା ହେଉଛି କର୍ପୋରେଟ୍ ସାମାଜିକ ଦାୟିତ୍ବବୋଧ (ସିଏସ୍ଆର୍), ବୃହତ୍ (ଲାର୍ଜ), ମଧ୍ୟମ (ମିଡିୟମ୍), କ୍ଷୁଦ୍ର (ସ୍ମଲ୍) ଏବଂ ଇମର୍ଜିଂ/ଷ୍ଟାର୍ଟଅପ୍। ପ୍ରତି ବର୍ଗରେ ପ୍ଲାଟିନମ୍, ଗୋଲ୍ଡ ଓ ସିଲଭର୍ ଭଳି ତିନିପ୍ରକାର ପୁରସ୍କାର ପ୍ରଦାନ ବ୍ୟବସ୍ଥା ରହିଛି। ସଂସ୍ଥା ଓ ବ୍ରାଣ୍ଡ୍ଗୁଡ଼ିକ ନିଜ ନିଜ ବର୍ଗ ଚୟନ କରି ଆବେଦନ କରିପାରିବେ। ଆବେଦନ ପ୍ରକ୍ରିୟା ଅତ୍ୟନ୍ତ ସହଜ। ଚଳିତ ମାସ ୧୫ରୁ ଅନ୍ଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ଆବେଦନ ପୋର୍ଟାଲ ସଂପର୍କରେ ‘ସମ୍ବାଦ’ ମାଧ୍ୟମରେ ସୂଚନା ପ୍ରଦାନ କରାଯିବ।
India vs South Africa T20I: ବାରବାଟୀରେ ଭାରତର ବଡ଼ ବିଜୟ, ୭୪ ରନ୍ରେ ଦକ୍ଷିଣ ଆଫ୍ରିକା ଅଲ୍ଆଉଟ୍
ପ୍ରତିଟି ସଂସ୍କରଣରେ ଏହି ପୁରସ୍କାର ବ୍ୟାପକ ହେବାରେ ଲାଗିଥିବା ବେଳେ ବହୁ ପ୍ରତିଷ୍ଠିତ ବ୍ରାଣ୍ଡ୍ ଏହା ପାଇବା ଲାଗି ପ୍ରତିଯୋଗିତା କରୁଛନ୍ତି। ପୁରସ୍କାରର ସବୁଠୁ ବଡ଼ ଆକର୍ଷଣ ହେଉଛି ଏହା ସମ୍ପୂର୍ଣ୍ଣ ନିରପେକ୍ଷ। ଏକ ସ୍ବାଧୀନ ବିଚାରକ ମଣ୍ଡଳୀ ଆବେଦନଗୁଡ଼ିକୁ ବିଚାର କରି ବିଜେତା ଚୟନ କରିଥାନ୍ତି। ଶିଳ୍ପ ଜଗତର ବିଶିଷ୍ଟ ବ୍ୟକ୍ତିମାନଙ୍କୁ ନେଇ ଉକ୍ତ ବିଚାରକ ମଣ୍ଡଳୀ ଗଠନ କରାଯାଇଥାଏ। ଅତୀତ ସଂସ୍କରଣଗୁଡ଼ିକରେ ଅନେକ କ୍ଷେତ୍ରରେ ବିଚାରକଙ୍କୁ ପ୍ରଭାବିତ କରୁଥିବା ବ୍ରାଣ୍ଡ୍ଗୁଡ଼ିକୁ ‘ସ୍ବତନ୍ତ୍ର ଜୁରି ପୁରସ୍କାର’ ମଧ୍ୟ ପ୍ରଦାନ କରାଯାଇଛି। ଏହି ପୁରସ୍କାର ପାଇଁ ରାଜ୍ୟର କୋଣ ଅନୁକୋଣରେ ଥିବା ବ୍ରାଣ୍ଡ୍ଗୁଡ଼ିକ ଆବେଦନ କରୁଛନ୍ତି। ଚଳିତ ବର୍ଷ ମଧ୍ୟ ବିପୁଳ ସଂଖ୍ୟାରେ ଆବେଦନ ଆଶା କରାଯାଉଛି। ୨୦୨୬ ଜାନୁଆରି ୩୦ରେ ଭୁବନେଶ୍ବରରେ ଏକ ପଞ୍ଚତାରକା ହୋଟେଲରେ ଆୟୋଜିତ ହେବାକୁ ଥିବା ଭବ୍ୟ ସମାରୋହରେ ବିଜୟୀ ବ୍ରାଣ୍ଡ୍ଗୁଡ଼ିକୁ ସମ୍ମାନଜନକ ‘ସମ୍ବାଦ କର୍ପୋରେଟ୍ ଏକ୍ସଲେନ୍ସ ଆୱାର୍ଡସ୍-୨୦୨୬’ ପ୍ରଦାନ କରାଯିବ।
Follow Us