ଭୁବନେଶ୍ୱର : ରାଜ୍ୟର ଏକ ନମ୍ବର ମିଡ଼ିଆ ହାଉସ୍ ତଥା ସମ୍ବାଦ ଗ୍ରୁପ୍ର ସର୍ବାଧିକ ପ୍ରସାରିତ ସମ୍ବାଦପତ୍ର ‘ସମ୍ବାଦ’ ପକ୍ଷରୁ ‘ବ୍ରାଣ୍ଡ୍ ଅଫ୍ ଓଡ଼ିଶା, ପ୍ରାଇଡ୍ ଅଫ୍ ଇଣ୍ଡିଆ: ସମ୍ବାଦ କର୍ପୋରେଟ୍ ଏକ୍ସିଲେନ୍ସ ଆୱାର୍ଡ ୨୦୧୮’ ଉତ୍ସବ ଆସ‘ା ଜାନୁଆରି ୧୯ ତାରିଖରେ ଅନୁଷ୍ଠିତ ହେବ ବୋଲି ଆଜି ଏକ କାର୍ଯ୍ୟକ୍ରମରେ ଘୋଷଣା କରାଯାଇଛି। ଏହି ଅବସରରେ ଏହାର ଏକ ସ୍ୱତନ୍ତ୍ର ଲୋଗୋ ଉନ୍ମୋଚନ କରାଯାଇଛି।
ନିଜର ବ୍ୟବସାୟିକ ସଫଳତା ହେତୁ ଓଡ଼ିଶାକୁ ଗର୍ବିତ କରାଇଥିବା ବ୍ରାଣ୍ଡ୍ଗୁଡ଼ିକୁ ଏହି ପୁରସ୍କାର ପ୍ରଦାନ କରାଯିବ। ପୁରସ୍କାର ଗୁଡ଼ିକ ‘ବ୍ରାଣ୍ଡ୍ ଅଫ୍ ଦି ଇୟର୍-ପିଏସ୍ୟୁ, ବ୍ରାଣ୍ଡ୍ ଅଫ୍ ଦି ଇୟର୍-ଲାର୍ଜ, ବ୍ରାଣ୍ଡ୍ ଅଫ୍ ଦି ଇୟର୍-ମିଡିୟମ୍, ବ୍ରାଣ୍ଡ୍ ଅଫ୍ ଦି ଇୟର୍-ସ୍ମଲ୍ ଏବଂ ବ୍ରାଣ୍ଡ୍ ଅଫ୍ ଦି ଇୟର୍ -ଇମର୍ଜିଂ ବର୍ଗରେ ପ୍ରଦାନ କରାଯିବ। ପ୍ରତି ବର୍ଗରେ ୩ଟି ଶ୍ରେଷ୍ଠ କମ୍ପାନିଙ୍କୁ ପ୍ଲାଟିନମ୍, ଗୋଲ୍ଡ ଏବଂ ସିଲ୍ଭର୍ ପୁରସ୍କାର ପ୍ରଦାନ କରାଯିବ।
ଏହିସବୁ ପୁରସ୍କାର ପାଇଁ ଓଡ଼ିଶାରେ ପଞ୍ଜୀକୃତ ହୋଇଥିବା କିମ୍ବା ମୁଖ୍ୟ କାର୍ଯ୍ୟାଳୟ ଥିବା କମ୍ପାନିଗୁଡ଼ିକ ଆବେଦନ କରିପାରିବେ। ଆବେଦନ କରିବା ପାଇଁ www.sambadawards.in େଓ୍ଵବ୍ସାଇଟ୍କୁ ଯାଇ ଫର୍ମ ଡାଉନ୍ଲୋଡ କରନ୍ତୁ। ଆବେଦନ କରିବାର ଶେଷ ତାରିଖ ୨୦୧୮ ମସିହା ଜାନୁଆରି ୬ ତାରିଖ। େଓ୍ଵବ୍ସାଇଟ୍ରେ ପୁରସ୍କାର ସଂପର୍କିତ ଅନ୍ୟ ସମସ୍ତ ତଥ୍ୟ ଉପଲବ୍ଧ ରହିଛି ।
ଏହି ଅବସରରେ ‘ସମ୍ବାଦ’ ଆଜି ତାହାର ଏକ ସ୍ୱତନ୍ତ୍ର ଲୋଗ ଉନ୍ମୋଚନ କରିଛି। ହୋଟେଲ୍ ନିୟୁ ମାରିଅନ୍ଠାରେ ‘ସମ୍ବାଦ’ର ଲୋଗ ଉନ୍ମୋଚନ କରିବା ଅବସରରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଏମ୍ଏସ୍ଏମ୍ଇ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଉପସ୍ଥିତ ଥିଲେ। ଇଷ୍ଟର୍ଣ୍ଣ ମିଡିଆର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ ସଭାରେ ଯୋଗଦେଇ ଅଭିଭାଷଣ ପ୍ରଦାନ କରିଥିଲେ। ‘ସମ୍ବାଦ’ ଗ୍ରୁପ୍ର ପରିଚାଳନା ନିର୍ଦ୍ଦେଶିକା ମୋନିକା ନାୟର ପଟ୍ଟନାୟକ ପୁରସ୍କାର ସଂପର୍କିତ ସବିଶେଷ ବିବରଣୀ ପ୍ରଦାନ କରିଥିଲେ। ‘ସମ୍ବାଦ’ର ମୁଖ୍ୟ ସହ ସମ୍ପାଦକ ଗୌତମବୁଦ୍ଧ ଦାସ ସ୍ୱାଗତ ଭାଷଣ ଦେବା ସହ ଧନ୍ୟବାଦ ଦେଇଥିଲେ।