‘ସମ୍ବାଦ’ ରାଜ୍ୟସ୍ତରୀୟ ବିତର୍କ ପ୍ରତିଯୋଗିତା ଆରମ୍ଭ

‘ସମ୍ବାଦ’ ରାଜ୍ୟସ୍ତରୀୟ ବିତର୍କ ପ୍ରତିଯୋଗିତା ଆରମ୍ଭ

ଭୁବନେଶ୍ୱର: ଭୁବନେଶ୍ୱର ଜୟଦେବ ଭବନଠାରେ ‘ସମ୍ବାଦ’ର ୩୩ତମ ବାର୍ଷିକ ଉତ୍ସବ ପରିପ୍ରେକ୍ଷୀରେ ମଙ୍ଗଳବାର ରାଜ୍ୟସ୍ତରୀୟ ବିତର୍କ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି। ପୂର୍ବରୁ ରାଜ୍ୟର ୮ଟି ସ୍ଥାନରେ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ହୋଇଥିବା ପ୍ରତିଯୋଗିତାରେ କୃତ୍ତିତ୍ୱ ଅର୍ଜନ କରିଥିବା ପ୍ରତିଯୋଗୀମାନେ ଏଥିରେ ଅଂଶ ଗ୍ରହଣ କରିଛନ୍ତି। ବିତର୍କ ପ୍ରତିଯୋଗିତାରେ ୨୪ ଜଣ ଅଂଶ ଗ୍ରହଣ କରିଥିବା ସୂଚନା ରହିଛି। ଏଥିରେ ଯେଉଁ ପ୍ରତିଯୋଗୀମାନେ କୃତ୍ତିତ୍ୱ ଅର୍ଜନ କରିବେ ସେମାନଙ୍କୁ ୪ ତାରିଖ ଦିନ ଜୟଦେବ ଭବନଠାରେ ହେବାକୁ ଥିବା ‘ସମ୍ବାଦ’ ୩୩ତମ ବାର୍ଷିକ ଉତ୍ସବରେ ପୁରସ୍କୃତ କରାଯିବ।

ଏହି ପ୍ରତିଯୋଗିତାରେ ବିଚାରପତି ଭାବେ ଅଛନ୍ତି କୃଷିମନ୍ତ୍ରୀ ଡା. ଦାମୋଦର ରାଉତ, ବିଧାନସଭାର ବିରୋଧୀ ଦଳ ନେତା ନରସିଂହ ମିଶ୍ର, ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ଏବଂ ପ୍ରଫେସର୍‌ ସୂର୍ଯ୍ୟ ନାରାୟଣ ମିଶ୍ର। ବିତର୍କ ପ୍ରତିଯୋଗିତା ଶେଷ ହେବା ପରେ ଅପରାହ୍ନରେ ସାରେଗାମା ପ୍ରତିଯୋଗିତା ଆରମ୍ଭ ହେବ ବୋଲି ସୂଚନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe