ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ‘ସମ୍ବାଦ ଗ୍ରୁପ୍’ ଦେଲା ୫୦ ଲକ୍ଷ ଟଙ୍କା

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ‘ସମ୍ବାଦ ଗ୍ରୁପ୍’ ଦେଲା ୫୦ ଲକ୍ଷ ଟଙ୍କା

ଭୁବନେଶ୍ବର : ଫନି ବାତ୍ୟା ପ୍ରଭାବିତ ଲୋକଙ୍କୁ ସହାୟତା ଓ ପୁନରୁଦ୍ଧାର ପାଇଁ ‘ସମ୍ବାଦ ଗ୍ରୁପ୍’ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୫୦ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯାଇଛି। ଆଜି ସମ୍ବାଦ ଗ୍ରୁପ୍‌ର ପରିଚାଳନା ନିର୍ଦ୍ଦେଶିକା ମୋନିକା ନୈୟର ପଟ୍ଟନାୟକ, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ, ମୁଖ୍ୟ ପରିଚାଳନା ଅଧିକାରୀ କମଳାକାନ୍ତ ମହାପାତ୍ର ଓ ସମ୍ବାଦ-ସାହିତ୍ୟ ଘରର ରାଜ୍ୟ ସଂଯୋଜିକା ଶୁଭଶ୍ରୀ ଲେଙ୍କା ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ଚେକ୍ ପ୍ରଦାନ କରିଥିଲେ। ଓଡ଼ିଶାବାସୀଙ୍କ ବିପଦ ସମୟରେ ସେମାନଙ୍କୁ ସହାୟତା କରିବା ପାଇଁ ସହୃଦୟତାର ସହ ଆଗେଇ ଆସିଥିବାରୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ।

‘ସମ୍ବାଦ ଗ୍ରୁପ୍‌’ ଅଧୀନରେ ଥିବା ସମ୍ବାଦ, କନକ ନ୍ୟୁଜ୍‌, ରେଡିଓ ଚକ୍‌ଲେଟ୍‌, ଏଣ୍ଟର୍‌ଟେନ୍‌ମେଣ୍ଟ୍‌ ଡିଭିଜନ୍, ଇଏମ୍ ଡିଜିଟାଲ୍‌, ଆମ ଓଡ଼ିଶା, ସମ୍ବାଦ ଡଟ୍‌ ଇନ୍, କନକନ୍ୟୁଜ୍ ଡଟ୍‌ କମ୍ ଓ ଓଡ଼ିଶା ସନ୍‌ଟାଇମ୍‌ସ୍‌ର କର୍ମଚାରୀମାନେ ଗୋଟିଏ ଦିନର ଦରମା ପ୍ରଦାନ କରିଛନ୍ତି। ଏହା ସହ ସମ୍ବାଦ-ସାହିତ୍ୟ ଘରର ପ୍ରତିଟି ଶାଖାର ସଦସ୍ୟମାନଙ୍କଠାରୁ ସହାୟତା ରାଶି ସଂଗ୍ରହ କରି ରିଲିଫ୍ ପାଣ୍ଠିକୁ ଦାନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe