‘ସମ୍ବାଦ ପ୍ରଭାବ' ଗଂଗାଧର ମେହେର ବୃହତ୍‌ ସେଚ ପ୍ରକଳ୍ପର ସମୀକ୍ଷା ହେଲା

Advertisment

୧୫ ତାରିଖ ଭିତରେ ଚୂଡ଼ାନ୍ତ ଟେଣ୍ଡର, ନଭେମ୍ବରରୁ କାମ ଆରମ୍ଭ

୧୫ ତାରିଖ ଭିତରେ ଚୂଡ଼ାନ୍ତ ଟେଣ୍ଡର, ନଭେମ୍ବରରୁ କାମ ଆରମ୍ଭ

‘ସମ୍ବାଦ ପ୍ରଭାବ' ଗଂଗାଧର ମେହେର ବୃହତ୍‌ ସେଚ ପ୍ରକଳ୍ପର ସମୀକ୍ଷା ହେଲା

ବରଗଡ଼: କିଛି ଦିନ ତଳେ ‘ସମ୍ବାଦରେ ବହୁଚର୍ଚ୍ଚିତ ଗଂଗାଧର ମେହେର ବୃହତ୍‌ ସେଚ ପ୍ରକଳ୍ପର ଭବିଷ୍ୟତ ନେଇ ଖବର ପ୍ରକାଶ ପାଇଥିଲା। ପାଖାପାଖି ୩ବର୍ଷ ତଳେ ଘୋ‌ଷଣା ହୋଇଥିବା ଏହି ମେଗା ପ୍ରକଳ୍ପ ଆରମ୍ଭ ନହେଉଣୁ ଶୀତଳ ଭଣ୍ଡାରକୁ ଚାଲିଯିବ ବୋଲି ଆଶଂକା ସୃ‌ଷ୍ଟି ହୋଇଥିଲା। ଏପରିକି ପ୍ରକଳ୍ପ ପାଇଁ ବିଜେପୁରଠାରେ ଥିବା ଦପ୍ତରରେ ତାଲା ପଡ଼ିବା ପରେ ଆଶଂକା ଆହୁରି ଘନେଇଥିଲା। ତେବେ ଏହି ଘଟଣାକୁ ଗମ୍ଭୀରତାର ସହ ନିଆଯାଇଛି।

ବରଗଡ଼ ଜିଲ୍ଲା ଯୋଜନା‌ କମିଟି ଅଧ୍ୟକ୍ଷ ତଥା ବିଧାୟକ ଦେବେଶ ଆଚାର୍ଯ୍ୟ ବିଭାଗୀୟ ଅଧିକାରୀଙ୍କୁ ନେଇ ଆଜି ଏହି ପ୍ରକଳ୍ପର ସମୀକ୍ଷା କରିଛନ୍ତି। ଆସନ୍ତା ୧୫ ତାରିଖ ମଧ୍ୟରେ ଏହି ବହୁ କୋଟି ଟଙ୍କା ପ୍ରକଳ୍ପ ପାଇଁ ଚୂଡ଼ାନ୍ତ ଟେଣ୍ଡର ଆହ୍ବାନ କରାଯିବ ବୋଲି ଜଣାପଡ଼ିଛି। ଏହି ପ୍ରକ୍ରିୟା ସରିବା ପରେ କାମ ତୁରନ୍ତ ଆରମ୍ଭ ହେବ ଜଣାପଡ଼ିଛି। ଏହି ପ୍ରକଳ୍ପକୁ ଦୁଇଟି ଭାଗରେ ବିଭକ୍ତ କରାଯାଇଛି। ପ୍ରଥମେ ବରଗଡ଼ କେନାଲ ତୁରୁଂଗା ଗାଁରୁ ବରିହାପାଲି ପୋଖରୀ ପର୍ଯ୍ୟନ୍ତ ୩୪.୧୦ କିମି ଭୂତଳ ପାଇପ୍‌ ଲାଇନ୍‌ ବିଛାଯିବ। ଏଥିପାଇଁ ୧୨୨୯ କୋଟି ଟଙ୍କା ବ୍ୟୟ ବରାଦ ରହିଛି। କାମ ପାଇଁ ସଂସ୍ଥା ମଧ୍ୟ ଚୂଡ଼ାନ୍ତ ହୋଇ ସାରିଛି। ସେହିପରି ବରିହାପାଲିରୁ ସୋହେଲା, ବିଜେପୁର, ବରପାଲିର ଏବଂ ଡୁଂଗୁରିପାଲି ଗାଁକୁ ପାଇପ୍‌ ପକାଯିବ। ଏଥିପାଇଁ ୭ଶହ କୋଟି ଟଙ୍କା ଅଟକଳ ରହିଛି। ୧୫ ତାରିଖ ଏଥି ସକାଶେ ଟେଣ୍ଡର ପ୍ରକ୍ରିୟା ସରିବ। ସରକାରୀ ମଂଜୁରୀ ମିଳିଲେ ନଭେମ୍ବରରୁ କାମ ଆରମ୍ଭ ହେବ ବୋଲି ବିଧାୟକ ଶ୍ରୀ ଆଚାର୍ଯ୍ୟ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ପ୍ରଥମ ବିଜେପୁର ଊପନିର୍ବାଚନ ବେଳେ ଏହି ପ୍ରକଳ୍ପ ପରିକଳ୍ପନା କରାଯାଇଥିଲା। ଯାହା ୨୦୧୭ ମସିହା ଡିସେମ୍ବର ମାସରେ ମଂଜୁର ହୋଇଥିଲା। କିନ୍ତୁ ଏହି ପ୍ରକଳ୍ପ ପାଇଁ ଇଟା ଖଣ୍ଡିଏ ପଡ଼ିନାହିଁ। ସୋହେଲାର ୨୩ଟି ଗାଁର ୮ହଜାର, ବିଜେପୁରର ୭୭ଟି ଗାଁର ୧୯ହଜାର, ବରପାଲିର ୧୯ଟି ଗାଁର ୪୮୦୦ ଏବଂ ଡୁଂଗୁରିପାଲିର ୫ଟି ଗାଁର ୨ଶହ ହେକ୍ଟର ଜମିକୁ ଜଳସେଚନ ସୁବିଧା ଯୋଗାଇ ଦେବା ଏହି ପ୍ରକଳ୍ପର ଲକ୍ଷ୍ୟ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe