‘ସମ୍ବାଦ’ କର୍ମଚାରୀ ବୀଣା ନାୟକଙ୍କ ଦେହାନ୍ତ

Advertisment
‘ସମ୍ବାଦ’ କର୍ମଚାରୀ ବୀଣା ନାୟକଙ୍କ ଦେହାନ୍ତ

ବ୍ରହ୍ମପୁର : ‘ସମ୍ବାଦ’ର କର୍ମଚାରୀ ବୀଣା ନାୟକଙ୍କର ଗତକାଲି ରାତିରେ ଅକାଳ ବିୟୋଗ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୪୯ ବର୍ଷ ହୋଇଥିଲା। ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ୍ କେଲୁଆପଲ୍ଲୀ ପଞ୍ଚାୟତ ଗୁଣପୁର ଗ୍ରାମ ବାସିନ୍ଦା ସ୍ବର୍ଗତ ଭରତ ନାୟକଙ୍କ ପୁଅ ବୀଣା ବିଳମ୍ବିତ ରାତି ୨ଟାରେ ହଠାତ୍ ଅସୁସ୍ଥ ହୋଇ ପଡ଼ିଥିଲେ। ତାଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାକୁ ନିଆ ଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବୀଣାଙ୍କ ମୃତ୍ୟୁ ପରେ ଗାଁରେ ଓ ‘ସମ୍ବାଦ’ ପରିବାରରେ ଶୋକର ଛାୟା ଖେଳିଯାଇଛି। ‌

ସେ ଜଣେ ସରଳ ଓ ଅମାୟିକ ବ୍ୟକ୍ତି ଭାବେ ସବୁ ମହଲ‌ରେ ସୁପରିଚିତ ଥିଲେ। ମୃତ୍ୟୁଶଯ୍ୟା ନିକଟରେ ପତ୍ନୀ ମମତାଙ୍କ ସ‌ମେତ ଦୁଇଝିଅ ଲଭ୍‌ଲି, ବବ୍‌ଲି ଏବଂ ଏକମାତ୍ର ପୁଅ ଯଶୋବନ୍ତ ଉପସ୍ଥିତ ଥିଲେ। ଝିଅ ଲଭ୍‌ଲି ବର୍ତ୍ତମାନ ଯୁକ୍ତ ତିନି ଦ୍ବିତୀୟ ବର୍ଷ, ବବ୍‌ଲି ଯୁକ୍ତ ତିନି ପ୍ରଥମ ବର୍ଷ ଓ ପୁଅ ଯଶୋବନ୍ତ ଯୁକ୍ତ ଦୁଇ ଦ୍ବିତୀୟ ବର୍ଷରେ ପାଠ ପଢ଼ୁଛନ୍ତି। ଗାଁର ବୀଣାଙ୍କ ଅନ୍ତିମ ସଂସ୍କାର ସଂପନ୍ନ ହୋଇଥିବା ବେଳେ ପୁଅ ଯଶୋବନ୍ତ ମୁଖାଗ୍ନି ଦେଇଥିଲେ।

ବୀଣାଙ୍କ ଅକାଳ ବିୟୋଗରେ ‘ସମ୍ବାଦ’ର ସଂପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ଓ ‘ସମ୍ବାଦ’ ପରିବାରର ସମସ୍ତ ଅଧିକାରୀ ଏବଂ ସହକର୍ମୀ ଗଭୀର ଶୋକ ପ୍ରକଟ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି। ସେ ଭୁବନେଶ୍ବର କାର୍ଯ୍ୟ‌ାଳୟରେ କାମ କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe