ସମ୍ବାଦ ଏକ୍ସିଲେନ୍ସ ଆୱାର୍ଡ-୨୦୨୧ ବିତରଣ ଆଜି

Advertisment
ସମ୍ବାଦ ଏକ୍ସିଲେନ୍ସ ଆୱାର୍ଡ-୨୦୨୧ ବିତରଣ ଆଜି

ଭୁବନେଶ୍ବର : ସମ୍ବାଦ ଗ୍ରୁପ୍‌ର ବ୍ରାଣ୍ଡ୍‌ସ ଅଫ୍ ଓଡ଼ିଶା ପ୍ରାଇଡ୍‌ ଅଫ୍ ଇଣ୍ଡିଆ କର୍ପୋରେଟ୍ ଏକ୍ସିଲେନ୍ସ ଆୱାର୍ଡସ୍‌-୨୦୨୧ର ପୁରସ୍କାର ବିତରଣ ସମାରୋହ ଆସନ୍ତାକାଲି ‌ଦିନ ୧୧ଟା ୩୦ ମିନିଟ୍‌ରେ ହୋଟେଲ୍‌ ମେ’ଫେୟାର କନ୍‌ଭେନ୍‌ସନ୍‌ରେ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବେ। ବିଜେତାମାନଙ୍କୁ କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍‌ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୁରସ୍କୃତ ଓ ସମ୍ମାନିତ କରିବେ। ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ କୁମାର ତ୍ରିପାଠୀ ମୁଖ୍ୟବକ୍ତା ଭାବେ ‌ଯୋଗ ଦେବେ। ଏହି ଅବସରରେ ସମ୍ବାଦ ଗ୍ରୁପ୍‌ର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ ଓ ପରିଚାଳନା ନିର୍ଦେଶିକା ମୋନିକା ନୈୟାର ପଟ୍ଟନାୟକ ଉପସ୍ଥିତ ରହିବେ।

ଓଡ଼ିଶାରୁ ଜନ୍ମ ହୋଇ ଦେଶବିଦେଶରେ ସୁନାମ ଅର୍ଜନ କରିଥିବା ଉଦ୍ୟୋଗଗୁଡ଼ିକୁ ପୁରସ୍କୃତ କରିବା ପାଇଁ ବ୍ରାଣ୍ଡ୍‌ସ ଅଫ୍ ଓଡ଼ିଶା ପ୍ରାଇଡ୍‌ ଅଫ୍ ଇଣ୍ଡିଆ କର୍ପୋରେଟ୍ ଏକ୍ସିଲେନ୍ସ ଆୱାର୍ଡସ୍‌ ପରିକଳ୍ପନା କରାଯାଇଛି। ଏହା ହେଉଛି ପୁରସ୍କାରର ଚତୁର୍ଥ ସଂସ୍କରଣ। ଏଥର ପାଞ୍ଚଟି ବର୍ଗରେ ପୁରସ୍କାର ଦିଆଯିବ। ତାହା ହେଉଛି କର୍ପୋରେଟ୍ ସାମାଜିକ ଦାୟିତ୍ବବୋଧ (ସିଏସ୍‌ଆର୍‌), ବୃହତ (ଲାର୍ଜ), ମଧ୍ୟମ (ମିଡିଅମ୍), କ୍ଷୁଦ୍ର (ସ୍ମଲ୍) ଓ ଷ୍ଟାର୍ଟଅପ୍‌ / ଏମର୍ଜିଂ। ପ୍ରତି ବର୍ଗରେ ପ୍ଲାଟିନମ୍, ଗୋଲ୍ଡ ଓ ସିଲଭ୍‌ର ଭଳି ତିନିଟି ପୁରସ୍କାର ପାଇଁ ଉଦ୍ୟୋଗ ଜଗତରୁ ଆବେଦନ ଆହ୍ବାନ କରାଯାଇଥିଲା। ଏହି ପୁରସ୍କାର ପାଇଁ ଆବେଦନ କରିବା ଲାଗି କର୍ପୋରେଟ୍ ଜଗତରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା। ଆସିଥିବା ଆବେଦନଗୁଡ଼ିକୁ ନିରପେକ୍ଷ ବିଚାରକ ମଣ୍ଡଳୀ ଅନୁଧ୍ୟାନ କରିବା ପରେ ବିଜେତା ଚୟନ କରିଛନ୍ତି। ସେମାନଙ୍କୁ ଆସନ୍ତାକାଲିର ଭବ୍ୟ ମଞ୍ଚରେ ପୁରସ୍କୃତ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe