ସମ୍ବାଦ ଗ୍ରୁପ ପକ୍ଷରୁ ‘ବିପଦର ବନ୍ଧୁ’ କାର୍ଯ୍ୟକ୍ରମ: ଚିକିତ୍ସା ପରାମର୍ଶ ଦେଲେ ଅଭିଜ୍ଞ ଡାକ୍ତର

Advertisment
ସମ୍ବାଦ ଗ୍ରୁପ ପକ୍ଷରୁ ‘ବିପଦର ବନ୍ଧୁ’ କାର୍ଯ୍ୟକ୍ରମ: ଚିକିତ୍ସା ପରାମର୍ଶ ଦେଲେ ଅଭିଜ୍ଞ ଡାକ୍ତର

ଭୁବନେଶ୍ବର : ‘ସମ୍ବାଦ ଗ୍ରୁପ’ ପକ୍ଷରୁ ଆରମ୍ଭ ହୋଇଥିବା ‘ବିପଦର ବନ୍ଧୁ’ ହେଲ୍‌ପ ଡେସ୍କରେ ଆଜି ଡାକ୍ତର ସୋନାଲି ସୁଚିସ୍ମିତା ସ୍ବାଇଁ, ଡାକ୍ତର ନିହାର ରଂଜନ କର ଏବଂ ଡାକ୍ତର ସୁସ୍ମିତା ଦାଶ ଲୋକମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ଦେବା ସହ ଚିକିତ୍ସା ପରାମର୍ଶ ଦେଇଥିଲେ। ସୂଚନାଯୋଗ୍ୟ, ଗତକାଲି ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ଡାକ୍ତର ତ୍ରିଭୁବନ ମୋହନ ମହାପାତ୍ର ଓ ଡାକ୍ତର ଦେବେନ୍ଦ୍ରନାଥ ମଲ୍ଲ ମଧ୍ୟ ଆଜି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

ରାଜ୍ୟର କୋଣ ଅନୁକୋଣରୁ ଶହଶହ ସଂଖ୍ୟାରେ ଲୋକେ କରୋନା ବିଷୟରେ ଜାଣିବାକୁ ଚାହୁଥିବାରୁ ଏହି ‘ହେଲ୍‌ପ ଡେସ୍କ’ରେ ସ୍ବେଚ୍ଛାସେବୀ ଡାକ୍ତର ବନ୍ଧୁମାନେ ଅଧିକ ସଂଖ୍ୟାରେ ଯୋଗ ଦେବାର ଆବଶ୍ୟକତା ରହିଛି। ଏହି ମହତ୍‌ କାର୍ଯ୍ୟରେ ଯୋଡ଼ି ହେବାକୁ ଇଚ୍ଛୁକ ଡାକ୍ତର ଯୋଦ୍ଧା ୭୦୦୮୯୯୨୪୧୦ ନମ୍ବରରେ ହ୍ବାଟ୍‌ସଆପ୍‌ ଜରିଆରେ ନିଜ ସମ୍ମତି ଜଣାଇବାକୁ ‘ସମ୍ବାଦ’ ଗ୍ରୁପ୍‌ର ଅଧ୍ୟକ୍ଷ ଅନୁରୋଧ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe