ଏମିତି ଥିଲା ‘ସମ୍ବାଦ-କନକ ନ୍ୟୁଜ୍’ ଏକଜିଟ୍ ପୋଲ୍ ସର୍ଭେ

Advertisment
ଏମିତି ଥିଲା ‘ସମ୍ବାଦ-କନକ ନ୍ୟୁଜ୍’ ଏକଜିଟ୍ ପୋଲ୍ ସର୍ଭେ

ଦେଶରେ ଏକଜିଟ୍‌ ପୋଲ୍ ସର୍ଭେ କିଛି ନୂଆ କଥା ନୁହେଁ। ଗତ ପ୍ରାୟ ଦୁଇ ଦଶନ୍ଧି ହେଲା ‌ଦେଶର କିଛି ଜଣାଶୁଣା ନିର୍ବାଚନ ସର୍ବେକ୍ଷଣ ସଂସ୍ଥା ବିଭିନ୍ନ ଗଣମାଧ୍ୟମ ସଂସ୍ଥା ସହ ମିଶି ଏଭଳି ସର୍ଭେ କରି ଆସୁଛନ୍ତି। ସାରା ଦେଶରୁ ବୁଥ୍‌ ବାହୁଡ଼ା ମତ ସଂଗ୍ରହ କରି ଏହାରି ଆଧାରରେ ଭୋଟ ଗଣତି ପୂର୍ବରୁ କିଏ ଜିତିବ ଓ କିଏ ସରକାର ଗଢ଼ିବ ତା‌ହାର ଏକ ପୂର୍ବାନୁମାନ କରୁଛନ୍ତି। ବେଳେବେଳେ ଏହି ପୂର୍ବାନୁମାନ ପ୍ରାୟତଃ ଠିକ୍ ହେଉଛି ତ ଆଉ କେତେବେଳେ ଏହାର ସମ୍ପୂର୍ଣ୍ଣ ବିପରୀତ ଫଳ ମିଳୁଛି। ତଥାପି ଏଭଳି ସର୍ଭେ ପ୍ରତି ଲୋକଙ୍କ ମଧ୍ୟରେ ବିଶେଷ ଆଗ୍ରହ। ତେବେ ଓଡ଼ିଶାରେ ଏକଜିଟ୍ ପୋଲ ସର୍ଭେ ହେଉଥିଲେ ମଧ୍ୟ ପ୍ରତି ନିର୍ବାଚନ ମଣ୍ଡଳୀର ଅଧିକରୁ ଅଧିକ ‌ବୁଥ୍‌ରୁ ଲକ୍ଷାଧିକ ମତାଦାତାଙ୍କ ମତ ସଂଗ୍ରହ କରି ଫଳାଫଳ ନିର୍ଣ୍ଣୟ କରିବା ପାଇଁ କୌଣସି ସଂସ୍ଥା ପକ୍ଷରେ ସମ୍ଭବ ହୋଇନାହିଁ। ତେଣୁ ଏହାକୁ ଏକ ଆହ୍ବାନ ଭାବେ ଗ୍ରହଣ କରି ପ୍ରଥମ ଥର ପାଇଁ ‘ସମ୍ବାଦ’ ଓ କନକ ନ୍ୟୁଜ୍‌ ପକ୍ଷରୁ ଏହି ସର୍ବେକ୍ଷଣ ଆରମ୍ଭ କରାଯାଇଥିଲା। ଓଡ଼ିଶାରେ ଚାରିଟି ଯାକ ପର୍ଯ୍ୟା‌ୟରେ ହୋଇଥିବା ନିର୍ବାଚନ ସହିତ ଆରମ୍ଭ ହୋଇଥିଲା ଆମର ଏହି ଅଭିଯାନ। ପ୍ରତ୍ୟେକ ବିଧାନସଭା ଓ ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରସ୍ତୁତ ହୋଇଥିଲା ଅଲଗା ଅଲଗା ନକଲି ବ୍ୟାଲଟ୍ ପେପର।

‘ସମ୍ବାଦ’ର ୫୦୦ରୁ ଅଧିକ ରିପୋର୍ଟର ୧୨୦୦ରୁ ଅଧିକ ସ୍ବେଚ୍ଛାସେବୀଙ୍କ ସହ ମିଶି ସାରା ଓଡ଼ିଶାର ୧୪୭ ନିର୍ବାଚନ ମଣ୍ଡଳୀରେ ଏହି ସର୍ବେକ୍ଷଣ କରିଥିଲେ। ମତଦାତାମାନେ ନିଜ ବୁଥ୍‌ରେ ଭୋଟ ଦେଇ ସାରି ଫେରିବା ବାଟରେ ସେମାନଙ୍କୁ ଅନୁରୂପ ଭାବେ ଦୁଇଟି ଭୋଟ ଦେଇ ଗୋଟିଏ ବାକ୍ସରେ ପକାଇବାକୁ ଅନୁରୋଧ କରାଯାଇଥିଲା। ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରୁ ହାରାହାରି ୩୦ଟି ଲେଖାଏଁ ବୁଥ୍‌ରୁ ବିଭିନ୍ନ ବର୍ଗର ମତଦାତାଙ୍କ ବାହୁଡ଼ା ମତ ସଂଗ୍ରହ କରାଯାଇଥିଲା। ଏଭଳି ଭାବେ ପ୍ରାୟ ଏକ ଲକ୍ଷ ଲୋକଙ୍କ ବୁଥ୍‌ ବାହୁଡ଼ା ମତ ସଂଗୃହୀତ ହେବା ପରେ ଏହାକୁ ‘ସମ୍ବାଦ’ର ମୁଖ୍ୟ କାର୍ଯ୍ୟାଳୟକୁ ଅଣାଯାଇ ଗଣତି କରାଯାଇଥିଲା। ଶେଷରେ ଏହାରି ଅ‌ାଧାରରେ ପ୍ରସ୍ତୁତ ହୋଇଛି ୧୪୬ଟି ଯାକ ବିଧାନସଭା ଆସନ ଓ ୨୧ଟି ଲୋକସଭା ଆସନର ଫଳାଫଳ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe