‘ସମ୍ବାଦ’ର ନୂଆ ଅଭିଯାନ : ଛୁଟି ଦିନରେ ପଢ଼ିପାରିବେ ‘ସମ୍ବାଦ’ ଇ-ପେପର

Advertisment
‘ସମ୍ବାଦ’ର ନୂଆ ଅଭିଯାନ : ଛୁଟି ଦିନରେ ପଢ଼ିପାରିବେ ‘ସମ୍ବାଦ’ ଇ-ପେପର

ଭୁବନେଶ୍ୱର : ଦଶହରା ଛୁଟି ପାଇଁ ‘ସମ୍ବାଦ’ ପ୍ରକାଶନ ୨୬ ଓ ୨୭ ତାରିଖରେ ବନ୍ଦ ରହିବ। କିନ୍ତୁ ଏହି ଦୁଇ ଦିନ ‘ସମ୍ବାଦ’ ତା’ର ପାଠକମାନଙ୍କୁ ଖବର ଦେବାରେ ନିଜ ଦାୟିତ୍ବରୁ ଛୁଟି ନେବ ନାହିଁ। ପ୍ରଥମ ଥର ପାଇଁ ଏ ସଂକ୍ରାନ୍ତରେ ଏକ ଅଭିନବ ପଦକ୍ଷେପ ନିଆଯାଇଛି। ଖବରକାଗଜ ପ୍ରକାଶନ ବନ୍ଦ ରହିଲେ ବି ଡିଜିଟାଲ୍‌ ପ୍ଲାଟ୍‌ଫର୍ମରେ ‘ସମ୍ବାଦ’ର ଉପସ୍ଥିତି ପୂର୍ବଭଳି ଜାରି ରହିବ।

www.sambadepaper.com କ୍ଲିକ୍ କରି ପାଠକମାନେ ସମ୍ପୂର୍ଣ୍ଣ ‘ସମ୍ବାଦ’ ପଢ଼ିପାରିବେ। ସେହିପରି, ‘ସମ୍ବାଦ’ର ୱେବ୍‌ ପୋର୍ଟାଲ୍‌ www.sambad.in ରେ ମଧ୍ୟ ତାଜା ଖବର ଉପଲବ୍ଧ ହେବ। ରାଜ୍ୟ ତଥା ଦେଶବିଦେଶର ଖବର ସହିତ ପାଠକମାନଙ୍କୁ ନିରନ୍ତର ଯୋଡ଼ି ରଖିବା ଉଦ୍ଦେଶ୍ୟରେ ଏପରି ଏକ ନୂଆ ଧାରା ସୃଷ୍ଟି କରାଯାଇଛି। ପାଠକମାନଙ୍କ ଦ୍ବାରା ଏହା ଗ୍ରହଣୀୟ ହେବ ବୋଲି ‘ସମ୍ବାଦ’ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ଆଶା ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe