ଦୈନିକ ‘ସମ୍ବାଦ’ର ମୂଲ୍ୟବୃଦ୍ଧି

ସମ୍ବାଦ ଗ୍ରୁପ୍‌ ପକ୍ଷରୁ ‘ବିପଦର ବନ୍ଧୁ’ କାର୍ଯ୍ୟକ୍ରମ, ଚିକିତ୍ସା ପରାମର୍ଶ ଦେଲେ ଡାକ୍ତର

ବିଶ୍ବବ୍ୟାପୀ କରୋନା ମହାମାରୀ ଜନିତ ଅଭୂତପୂର୍ବ ପରିସ୍ଥିତି ଯୋଗୁଁ ସର୍ବତ୍ର ଅର୍ଥବ୍ୟବସ୍ଥା କ୍ଷତିଗ୍ରସ୍ତ ହୋଇଛି। ଅନ୍ୟାନ୍ୟ ଶିଳ୍ପମାନଙ୍କ ମଧ୍ୟରେ ଗଣମାଧ୍ୟମ ବିଶେଷକରି ମୁଦ୍ରିତ ଗଣମାଧ୍ୟମ ବା ଛପା ଖବରକାଗଜ ସବୁଠୁ ବେଶି କ୍ଷତିଗ୍ରସ୍ତ ହୋଇଛି। ଆମକୁ ବିତରକ ବନ୍ଧୁମାନଙ୍କ ସମସ୍ୟାଠୁ ଆରମ୍ଭ କରି କଞ୍ଚାମାଲ ସଂଗ୍ରହ ଭଳି ଯାବତୀୟ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ତା’ସତ୍ତ୍ବେ ଯେଉଁଠି ସମ୍ଭବ ଆମେ କାଗଜ ଛାପି ସେଇଠି ପହଞ୍ଚାଇବାର ବ୍ୟବସ୍ଥା କରିଆସିଛୁ।

ଏଭଳି ପରିସ୍ଥିତିର ମୁକାବିଲା ପାଇଁ ଅନିଚ୍ଛା ସତ୍ତ୍ବେ ଆସନ୍ତା ୭ ତାରିଖ ମଙ୍ଗଳବାରଠାରୁ ଦୈନିକ ‘ସମ୍ବାଦ’ର ମୂଲ୍ୟ ୭ଟଙ୍କାକୁ ବୃଦ୍ଧି କରିବାକୁ ଆମେ ବାଧ୍ୟ ହେଉଛୁ।
ଆମର ଗ୍ରାହକ ବନ୍ଧୁମାନେ ଆମକୁ ପୂର୍ବଭଳି ସହଯୋଗ କରିବେ ବୋଲି ଆଶା।

– ସମ୍ପାଦକ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe