‘ସମ୍ବାଦ’+୨ ସମ୍ବର୍ଧନା ଆଜି: ସମ୍ବର୍ଧିତ ହେବେ ସିଏଚ୍‌ଏସ୍‌ଇ, ସିବିଏସ୍‌ଇର ୨୦୦ ମେଧାବୀ ବିଜ୍ଞାନ ଛାତ୍ରଛାତ୍ରୀ

Advertisment
‘ସମ୍ବାଦ’+୨ ସମ୍ବର୍ଧନା ଆଜି: ସମ୍ବର୍ଧିତ ହେବେ ସିଏଚ୍‌ଏସ୍‌ଇ, ସିବିଏସ୍‌ଇର ୨୦୦ ମେଧାବୀ ବିଜ୍ଞାନ ଛାତ୍ରଛାତ୍ରୀ

NDTV.com

ଭୁବନେଶ୍ବର: ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ଦ୍ବାରା ପରିଚାଳିତ ବିଦ୍ୟାଳୟର ଦ୍ବାଦଶ ଶ୍ରେଣୀ(ଯୁକ୍ତ୨) ବିଜ୍ଞାନ ବିଭାଗରେ ରାଜ୍ୟର ଶ୍ରେଷ୍ଠ ଶହେ ସ୍ଥାନରେ ରହିଥିବା ମେଧାବୀ ଛାତ୍ରଛାତ୍ରୀଙ୍କୁ ‘ସମ୍ବାଦ’ ପକ୍ଷରୁ ସମ୍ବର୍ଧିତ କରାଯିବ। ଏଥିସହ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସ୍‌ଇ) ଅଧୀନ ବିଦ୍ୟାଳୟର ଦ୍ବାଦଶ ଶ୍ରେଣୀ ବିଜ୍ଞାନ ବିଭାଗରେ ଶ୍ରେଷ୍ଠ ଶହେ ସ୍ଥାନରେ ଥିବା ମେଧାବୀଙ୍କୁ ମଧ୍ୟ ପ୍ରଥମ ଥର ଲାଗି ସମ୍ବର୍ଧିତ କରାଯିବ। ଅଗଷ୍ଟ ୩ (ବୁଧବାର) ମଧ୍ୟାହ୍ନ ସାଢ଼େ ୧୨ଟା ୩୦ରେ ଭୁବନେଶ୍ବରସ୍ଥିତ ରେଳ ଅଡିଟୋରିୟମ୍‌

(ଓମ୍‌ଫେଡ୍‌ ଛକ, ଚନ୍ଦ୍ରଶେଖରପୁର)ରେ ଆୟୋଜିତ ହେବାକୁ ଥିବା ଉତ୍ସବ ‘ସିଏଚ୍‌ଏସ୍‌ଇ ଆଣ୍ଡ୍‌ ସିବିଏସ୍‌ଇ(ଓଡ଼ିଶା) ଚମ୍ପିଆନ୍ସ ୨୦୨୨’ରେ ଏହି ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଧନା ଦିଆଯିବ। ‘ସମ୍ବାଦ’ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ଏହି ଉତ୍ସବରେ ଅଧ୍ୟକ୍ଷତା କରିବେ। ଉତ୍ସବରେ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ୍‌ ପୂଜାରୀ ମୁଖ୍ୟ ଅତିଥି, ଭୁବନେଶ୍ବର ଡିସିପି ପ୍ରତୀକ ସିଂ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବେ। କାର୍ଯ୍ୟକ୍ରମ ସଂପର୍କରେ ଛାତ୍ରଛାତ୍ରୀ, ଅଭିଭାବକମାନେ ଫୋନ୍‌ ନମ୍ବର(୯୧୭୮୬୭୫୩୬, ୯୪୩୭୦୯୭୫୧୩, ୯୪୩୭୦୩୦୮୫୬)ରେ ଯୋଗାଯୋଗ କରିପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe