ସମ୍ବାଦ ସାହିତ୍ୟ ଘରର ଡିଜିଟାଲ ସାରସ୍ଵତ ଆସର : ବର୍ତ୍ତମାନ ପରିସ୍ଥିତିରେ ସମ୍ବାଦ ସାହିତ୍ୟ ଘର କବିଙ୍କ ସୁଖଦୁଃଖ ବାଣ୍ଟିବାରେ ସହାୟକ ହୋଇଛି

ସମ୍ବାଦ ସାହିତ୍ୟ ଘରର ଡିଜିଟାଲ ସାରସ୍ଵତ ଆସର : ବର୍ତ୍ତମାନ ପରିସ୍ଥିତିରେ ସମ୍ବାଦ ସାହିତ୍ୟ ଘର କବିଙ୍କ ସୁଖଦୁଃଖ ବାଣ୍ଟିବାରେ ସହାୟକ ହୋଇଛି

ଭବାନୀପାଟଣା : କରୋନା ମହାମରୀ ସାରା ଦେଶରେ ବିଚଳିତ କରିଛି । ଭୁତାଣୁ ସଂକ୍ରମଣ ହେତୁ ଲକଡାଉନରେ ଲୋକେ ଏକତ୍ରିତ ହେଉନଥିବା ବେଳେ ସମ୍ବାଦର ଅନନ୍ୟ ପ୍ରଚେଷ୍ଟା ବଳରେ ସାହିତ୍ୟଘର ମାଧ୍ୟମରେ କବିମାନେ ଅନଲାଇନ ମାଧ୍ୟମରେ ଆଜି ଏକତ୍ରିତ ହୋଇଛନ୍ତି । ନା ଅଛି ସଂକ୍ରମଣର ଡର, ନା ଅଛି ଲକଡାଉନର ଭୟ । ବର୍ତ୍ତମାନ ପରିସ୍ଥିତିରେ ସମ୍ବାଦ ସାହିତ୍ୟ ଘର ମାଧ୍ୟମରେ ଏକତ୍ରିତ ହୋଇ ଦୁଃଖସୁଖ ବାଣ୍ଟିବା ବୋଲି ସମ୍ବାଦ ସାହିତ୍ୟ ଘରର ମାସିକ ସାରସ୍ୱତ ଅନଲାଇନ ଆସରରେ କବିମାନେ ମତବ୍ୟକ୍ତ କରିଥିଲେ ।

publive-image

ସମ୍ବାଦର ଜିଲ୍ଲା ପ୍ରତିନିଧି ଦେବେନ୍ଦ୍ର କୁମାର ବିଶିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମାସିକ ବୈଠକରେ ମୁଖ୍ୟ ଅତିଥି ଭାବେ କ୍ୟାପଟେନ୍ ଜୟଦେବ ସାହୁ, ସମ୍ମାନିତ ଅତିଥି ବିଶିଷ୍ଟ କବି ସୁଧାଂଶୁ ଶେଖର ପାତ୍ର ଯୋଗ ଦେଇ ଅନଲାଇନ୍ ସାହିତ୍ୟ ଓ ବର୍ତ୍ତମାନ ପରିସ୍ଥିତି ଉପରେ ଆଲୋଚନା କରିଥିଲେ । ଏହି ଅବସରରେ କବି ଗୀତାଞ୍ଜଳି ମହାନ୍ତି, ମୀନତି ପ୍ରଧାନ, ବିରଞ୍ଚି ନାରାୟଣ ମୁଣ୍ଡ, ଅବିନାଶ ଠାକୁର, ସଞ୍ଜୀବ କୁମାର ପଣ୍ଡା, ଆଶୁତୋଷ ପୁରୋହିତ, ସାବିତ୍ରୀ ମହାରଣା, ଅଶୋକ କୁମାର ମିଶ୍ର, କ୍ଷମାନିଧି ମହାକୁଡ ,ସୁଦେଶନ ମୁଣ୍ଡ, ମିନା ମୁଣ୍ଡ ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ । ସମ୍ବାଦ ସାହିତ୍ୟ ଘରର ସମ୍ପାଦକ ବିରଞ୍ଚି ନାରାୟଣ ମୁଣ୍ଡ ପରିଚାଳନା କରିଥିବା ବେଳେ ଯୁବକବି ଆଶୁତୋଷ ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe