ସମ୍ବାଦ ସାହିତ୍ୟ ଘର ରାଜ୍ୟ ସମାବେଶ ୩ରେ

Advertisment
ସମ୍ବାଦ ସାହିତ୍ୟ ଘର ରାଜ୍ୟ ସମାବେଶ ୩ରେ

ଭୁବନେଶ୍ବର : ଆସନ୍ତା ୩ ମାର୍ଚ୍ଚ ରବିବାର ପୂର୍ବାହ୍ନ ୧୦.୩୦ରେ କଟକ ରେଭେନ୍‌ସା ବିଶ୍ବବିଦ୍ୟାଳୟ କନ୍‌ଭେନ୍‌ସନ ସେଣ୍ଟରରେ ‘ସମ୍ବାଦ ସାହିତ୍ୟ ଘର’ର ଷଷ୍ଠ ରାଜ୍ୟସ୍ତରୀୟ ସମାବେଶ ଅନୁଷ୍ଠିତ ହେବ। ସାହିତ୍ୟ ଘରର ପ୍ରତିଷ୍ଠାତା-ଅଧ୍ୟକ୍ଷ ସୋୖମ୍ୟରଂଜନ ପଟ୍ଟନାୟକଙ୍କ ପୋୖରୋହିତ୍ୟରେ ତଥା ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଈସାନ ପାତ୍ରଙ୍କ ଉପସ୍ଥିତିରେ ହେଉଥିବା ଉଦ୍‌ଘାଟନୀ ସମାରୋହରେ ଓଡ଼ିଶାର ଦୁଇ ବିଶିଷ୍ଟ ସାହିତ୍ୟିକ ଜୟନ୍ତ ମହାପାତ୍ର ଓ ମନୋଜ ଦାସ ଯଥାକ୍ରମେ ଉଦ୍‌ଘାଟକ ଓ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ରାଜ୍ୟର ମୋଟ ୩୪୦ ସାହିତ୍ୟ ଘର ଶାଖାର ଦୁଇଜଣ ଲେଖାଏଁ ପ୍ରତିନିଧିଙ୍କୁ ନେଇ ହେଉଥିବା ଏହି ସାରସ୍ବତ ସମାରୋହରେ ଓଡ଼ିଆ ସାହିତ୍ୟ ଓ ଲୋକସଂସ୍କୃତିକୁ ନେଇ ଏକ ବୁଲେଟିନ୍ ଉନ୍ମୋଚିତ ହେଉଥିବା ବେଳେ ଶାଖାଗୁଡ଼ିକର ବର୍ଷତମାମ କାର୍ଯ୍ୟଧାରାକୁ ନେଇ ଏକ ବୃତ୍ତଚିତ୍ର ପ୍ରଦର୍ଶିତ ହେବ। ଏହାଛଡ଼ା, ସାହିତ୍ୟ ଓ ରାଜନୀତି ସମ୍ପର୍କିତ ହେଉଥିବା ଆଲୋଚନାଚକ୍ରରେ ଆଲୋଚକ ଭାବେ ବିଶିଷ୍ଟ ସାହିତ୍ୟକ ବିଭୂତି ପଟ୍ଟନାୟକ, ଡ.ଗୋୖରହରି ଦାସ, ସ୍ତମ୍ଭକାର ରଣଜିତ ଗୁରୁ, କବି ଓ ଭାଷ୍ୟକାର ଦେବପ୍ରସାଦ ଦାସ, ପ୍ରାଧ୍ୟାପକ ଡ.ସନ୍ତୋଷ ରଥ, ପ୍ରଫେସର ସଂଗୀତା ରଥ ପ୍ରମୁଖ ଯୋଗଦେବେ। ମଧ୍ୟାହ୍ନ ଭୋଜନ ପରବର୍ତ୍ତୀ ଅଧିବେଶନରେ କବି ଅମରେଶ ପଟ୍ଟନାୟକ ଓ ସଂଗ୍ରାମ ଜେନାଙ୍କ ସଂଯୋଜନାରେ କବିତା ପାଠୋତ୍ସବ ଅନୁଷ୍ଠିତ ହେବ।

ମନୋନୀତ ପ୍ରତିନିଧିମାନଙ୍କୁ ନେଇ ସକାଳ ୯ଟାରୁ ୧୦ଟା ଯାଏ ପଂଜୀକରଣ ହେବ। ରାଜ୍ୟର ବିଭିନ୍ନ ସାହିତ୍ୟ ଘର ଶାଖା ତରଫରୁ ପ୍ରକାଶିତ ବାର୍ଷିକ ମୁଖପତ୍ର/ବୁଲେଟିନ୍‌ ମଧ୍ୟ ପ୍ରଦର୍ଶିତ ହେବ। ତେଣୁ ପ୍ରତି ଶାଖାର ପ୍ରତିନିଧିମାନେ ଉକ୍ତ ମୁଖପତ୍ର/ବୁଲେଟିନ୍‌ରୁ ଦୁଇଖଣ୍ଡ ଲେଖାଏଁ ସାଙ୍ଗରେ ନେଇଆସିବା ପାଇଁ ଅନୁରୋଧ କରାଯାଇଛି। ଏଥିସହ ଏହି ଅବସରରେ ‘ଆମ ଓଡ଼ିଶା’ ପକ୍ଷରୁ ପୁସ୍ତକ ପ୍ରଦର୍ଶନୀ ସକାଳ ୯ଟାରୁ ଅପରାହ୍‌ଣ ୫ଟା ଯାଏ ଚାଲିବ ବୋଲି ସମ୍ବାଦ ସାହିତ୍ୟ ଘରର ରାଜ୍ୟ ସଂଯୋଜିକା ଡ.ଶୁଭଶ୍ରୀ ଲେଙ୍କା ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe