ପ୍ରଥମ ଦିନରେ ୪୦ ବ୍ଲକ୍‌ରେ ୧୧୦୦ରୁ ଅଧିକ ଚାରାରୋପଣ

Advertisment

‘ସମ୍ବାଦ-ସାହିତ୍ୟ ଘର’ର ବୃକ୍ଷରୋପଣ ଅଭିଯାନ ଆରମ୍ଭ

‘ସମ୍ବାଦ-ସାହିତ୍ୟ ଘର’ର ବୃକ୍ଷରୋପଣ ଅଭିଯାନ ଆରମ୍ଭ

ପ୍ରଥମ ଦିନରେ ୪୦ ବ୍ଲକ୍‌ରେ ୧୧୦୦ରୁ ଅଧିକ ଚାରାରୋପଣ

ଭୁବନେଶ୍ବର : ବିଶ୍ବ ପରିବେଶ ଦିବସ ଅବସରରେ ‘ସମ୍ବାଦ-ସାହିତ୍ୟ ଘର’ ପକ୍ଷରୁ ବୃକ୍ଷରୋପଣ ଅଭିଯାନ ଆରମ୍ଭ ହୋଇଛି। ଅଭିଯାନର ପ୍ରଥମ ଦିନରେ ୪୦ଟି ସାହିତ୍ୟ ଘର ଶାଖା ପକ୍ଷରୁ ୪୦ଟି ବ୍ଲକ୍‌ରେ ୧୧୦୦ରୁ ଅଧିକ ଚାରାରୋପଣ କରାଯାଇଛି। ରବିବାର ଦିନ ସମ୍ବାଦ-ସାହିତ୍ୟ ଘରର ଓଡ଼ଗାଁ, ରାଉରକେଲା, ସୁନ୍ଦରଗଡ଼, କୁତ୍ରା, ବଡ଼ଗାଁ, ବାଲିଶଙ୍କରା, କୁଡୁମୁଲୁଗୁମା, ବାଲିକୁଦା, ଏରସମା, କଟକ ସଦର, ନିଆଳି, ମାହାଙ୍ଗା, ସାଲେପୁର, ଟାଙ୍ଗୀ, ଚୌଦ୍ବାର, ବାଙ୍କି, କଣ୍ଟାପଡ଼ା, ନରସିଂହପୁର, ତିଗିରିଆ, ଆଠଗଡ଼, ମାଣିଆବନ୍ଧ, ନିଶ୍ଚିନ୍ତକୋଇଲି, ବୟାଳିଶମୌଜା, ଡମପଡ଼ା, କିଷନନଗର, ବ‌ାରଙ୍ଗ, ଝାରସୁଗୁଡ଼ା, କୁଚିଣ୍ଡା, ଗୁଡ଼ଭେଲା, ଯାଜପୁର ସଦର, ବ୍ରାହ୍ମଣୀଦେବୀ, ବଡ଼ବିଲ, ଭଞ୍ଜନଗର, ପାରଳାଖେମୁଣ୍ଡି, ବାଲେଶ୍ବର ସଦର, ବାରିପଦା, ରାଇରଙ୍ଗପୁର, ବିଜାତଳା, ଠାକୁରମୁଣ୍ଡା ଓ ତିହିଡ଼ି ଆଦି ୪୦ଟି ଶାଖା‌ ପକ୍ଷରୁ ପ୍ରାଥମିକ ଭାବେ ଚାରାରୋପଣ ଆରମ୍ଭ ହୋଇଛି।

publive-image

ଏହି ଅଭିଯାନ ଅଗଷ୍ଟ ୧୮ ତାରିଖ ପର୍ଯ୍ୟନ୍ତ ପ୍ରାୟ ଅଢ଼େଇ ମାସ ଧରି ଚାଲିବ। ଓଡ଼ିଶାର ୩୧୪ଟି ଯାକ ବ୍ଲକ୍‌ରେ ଏକ ଲକ୍ଷରୁ ଅଧିକ ବୃକ୍ଷରୋପଣ ଏହି ଅଭିଯାନର ମୁଖ୍ୟ ଲକ୍ଷ୍ୟ ରହିଛି। ତେବେ କେବଳ ଗଛ ଲଗାଇବା ନୁହେଁ, ଉକ୍ତ ଗଛଗୁଡ଼ିକର ଉପଯୁକ୍ତ ଯତ୍ନ ନେବା ସହ ପ୍ରତିଟି ଗଛକୁ ବଞ୍ଚାଇ ରଖିବାକୁ ଆହ୍ବାନ ଦେଇଛନ୍ତି ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ। ତେବେ ଯାଇ ଆମର ଏହି ଅଭିଯାନ ସଫଳ ହେବା ସହ ପରିବେଶ ଓ ପ୍ରକୃତି ପାଇଁ ଥିବା‌ ଆମ ଗୁରୁଦାୟିତ୍ବ ସମ୍ପାଦିତ ହୋଇପାରିବ ବୋଲି ସେ କହିଛନ୍ତି। ଗତବର୍ଷ ଏହି ଅଭିଯାନ ବେଶ୍ ସଫଳତା ହାସଲ କରିଥିବା ବେଳେ ଚଳିତ ବର୍ଷ ଏହା ଆହୁରି ବିଶାଳ ହେବ ଓ ୧ ଲକ୍ଷରୁ ଅଧିକ ଚାରା ଲଗାଯିବ ବୋଲି ‘ସମ୍ବାଦ-ସାହିତ୍ୟ ଘର’ର ରାଜ୍ୟ ସଂଯୋଜିକା ଶୁଭଶ୍ରୀ ଲେଙ୍କା ଆଶା ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe