Sambad Sahitya Pakhya: ‘ସମ୍ବାଦ ସାହିତ୍ୟ ପକ୍ଷ’ ଏକାଦଶ ସନ୍ଧ୍ୟା: 'ଗଣମାଧ୍ୟମର ଭାଷା ଭଦ୍ର ହେବା ଦରକାର, ବର୍ତ୍ତମାନ ସାମ୍ବାଦିକତାର ସଂଜ୍ଞା ବଦଳିଯାଇଛି...'

Advertisment

ଆମର ବଡ଼ ସମସ୍ୟା ହେଉଛି ଯେଉଁମାନେ ଭାଷାର ମାର୍ଫତଦାର, ସେମାନଙ୍କର ବହି ପଢ଼ିବାର ଅଭ୍ୟାସ ନାହିଁ । ଗଣମାଧ୍ୟମର ଭାଷା ଗଣର ଭାଷା ହେବା ଉଚିତ, ଭଦ୍ର ଭାଷା ହେବା ଦରକାର । ଲୋକଙ୍କ ଭାଷାରେ ଲେଖିଲେ ଭଲ ବୋଲି ‘ସମ୍ବାଦ ସାହିତ୍ୟ ପକ୍ଷ’ ମଞ୍ଚରେ ମତ ପ୍ରକାଶ ପାଇଛି...

ଆମର ବଡ଼ ସମସ୍ୟା ହେଉଛି ଯେଉଁମାନେ ଭାଷାର ମାର୍ଫତଦାର, ସେମାନଙ୍କର ବହି ପଢ଼ିବାର ଅଭ୍ୟାସ ନାହିଁ । ଗଣମାଧ୍ୟମର ଭାଷା ଗଣର ଭାଷା ହେବା ଉଚିତ, ଭଦ୍ର ଭାଷା ହେବା ଦରକାର । ଲୋକଙ୍କ ଭାଷାରେ ଲେଖିଲେ ଭଲ ବୋଲି ‘ସମ୍ବାଦ ସାହିତ୍ୟ ପକ୍ଷ’ ମଞ୍ଚରେ ମତ ପ୍ରକାଶ ପାଇଛି...

Sahitya Pakhya

Sahitya Pakhya Photograph: (sambad.in)

ଭୁବନେଶ୍ୱର: ‘ସମ୍ବାଦ ସାହିତ୍ୟ ପକ୍ଷ’ ଦ୍ବିତୀୟ ସଂସ୍କରଣ ଏକାଦଶ ସନ୍ଧ୍ୟାର ମଞ୍ଚକୁ ଓଡ଼ିଆ ସାମ୍ବାଦିକତାର ଭୀଷ୍ମ ପିତାମହ ରାଧାନାଥ ରଥଙ୍କୁ ସମର୍ପିତ କରାଯାଇଥିଲା । 'ଗଣମାଧ୍ୟମରେ ଭାଷା' ପ୍ରସଙ୍ଗରେ ଆଜିର କାର୍ଯ୍ୟକ୍ରମକୁ ଉଦଘାଟନ କରି ବରିଷ୍ଠ ସାମ୍ବାଦିକ ସମ୍ପଦ ମହାପାତ୍ର ନିଜ ଆଶୀର୍ବଚନରେ କହିଥିଲେ ଭାଷାର କିଛି ସୀମା ନାହିଁ । ତେବେ ଆଜିକାଲି ବିଶେଷକରି ସାମାଜିକ ଗଣମାଧ୍ୟମର ଭାଷାକୁ ନିୟନ୍ତ୍ରଣ ପାଇଁ କୌଣସି ସଂସ୍ଥା ବି ନାହିଁ ।

ମଞ୍ଚରେ 'ଗଣମାଧ୍ୟମରେ ଓଡ଼ିଆ ଭାଷାର ମୌଳିକତା ସୁରକ୍ଷିତ କି?' ପ୍ରସଙ୍ଗରେ ଆଳାପ କରିଥିଲେ ବରିଷ୍ଠ ସମ୍ପାଦକ ଗୋପାଳ ମହାପାତ୍ର ଓ   ସାମ୍ବାଦିକ ବିରୁପାକ୍ଷ ତ୍ରିପାଠୀ । ଏବେ କିଛି ଅଭାଷା ପଶିଆସିଛି । ଆମର ବଡ଼ ସମସ୍ୟା ହେଉଛି ଯେଉଁମାନେ ଭାଷାର ମାର୍ଫତଦାର, ସେମାନଙ୍କର ବହି ପଢ଼ିବାର ଅଭ୍ୟାସ ନାହିଁ । ଗଣମାଧ୍ୟମର ଭାଷା ଗଣର ଭାଷା ହେବା ଉଚିତ, ଭଦ୍ର ଭାଷା ହେବା ଦରକାର । ଲୋକଙ୍କ ଭାଷାରେ ଲେଖିଲେ ଭଲ ବୋଲି ଏଥିରେ ମତ ପ୍ରକାଶ ପାଇଥିଲା ।

ଆଲୋଚନା ଅଧିବେଶନରେ 'ଭିନ୍ନ ଭିନ୍ନ ଗଣମାଧ୍ୟମର ଭାଷା ଭିନ୍ନ ହେବା ଉଚିତ କି?' ବିଷୟରେ ଆଲୋଚନା କରିଥିଲେ ବରିଷ୍ଠ ସାମ୍ବାଦିକ ପ୍ରଦୋଷ  ପଟ୍ଟନାୟକ, ନୀଳାମ୍ବର ରଥ ଓ ଗୌର ତ୍ରିପାଠୀ। ସଂଯୋଜନା କରିଥିଲେ ବିଘ୍ନେଶ୍ୱର ସାହୁ । ବର୍ତ୍ତମାନ ସାମ୍ବାଦିକତାର ସଂଜ୍ଞା ବଦଳିଯାଇଛି । ଗଣମାଧ୍ୟମର ଭାଷା କେମିତି ହେବ ତାହା ସମ୍ପାଦକଙ୍କ ଉପରେ ନିର୍ଭର କରେ । ସାମ୍ବାଦିକମାନେ ଆମ ଭାଷା ପ୍ରତି ଦାୟିତ୍ବ ନିର୍ବାହ କରୁନାହାନ୍ତି । ଗଣମାଧ୍ୟମରେ ବିଶ୍ବସନୀୟତା ବଡ଼ କଥା ବୋଲି ଏଥିରେ ମତ ପ୍ରକାଶ ପାଇଥିଲା । ଗଣମାଧ୍ୟମର ଚର୍ଚ୍ଚା ଭିତରେ ଆବୃତ୍ତି ମାଧ୍ୟମରେ ସଞ୍ଜକୁ ଆହୁରି ରସମୟ କରିଥିଲେ କବି ସରୋଜ କୁମାର ଶତପଥୀ, ଗାଳ୍ପିକା ସ୍ମୃତି ପଟ୍ଟନାୟକ ଓ ଶ୍ୱେତା ରାଉତ ।

ଲୋକପ୍ରିୟ ଅଭିନେତା କୁନା ତ୍ରିପାଠୀ ଗଣମାଧ୍ୟମର ଭାଷାକୁ ନେଇ ବିଭିନ୍ନ ରୋଚକ କଥା କହିଥିଲେ । 'ଶତଦ୍ରୁ ସାହିତ୍ୟ ସଂସଦ' ଓ 'ମାନବାଧିକାର ମଞ୍ଚ' ସହ ସମସ୍ତ ଅତିଥି ଓ ଅଭିନେତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ ‘ସମ୍ବାଦ’ ଓ ‘କନକ ନ୍ୟୁଜ’ର ସମ୍ପାଦକ ତନୟା ପଟ୍ଟନାୟକ । ମଞ୍ଚ ପରିଚାଳନା ସହ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ ଆର୍.ଜେ ଅନିଲ । ଧନ୍ୟବାଦ ଅର୍ପଣ କରିଥିଲେ ପ୍ରଦୀପ୍ତ କୁମାର ଲେଙ୍କା । ଆଜି ଓଡ଼ିଆ ଖାଦ୍ୟ ଚକୁଳି-ପଣସକଠା କଷା ଅତିଥି ଓ ଦର୍ଶକଙ୍କୁ ପରଷା ଯାଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe