ଏସ୍‌ପିଙ୍କୁ ଭେଟି ପ୍ରତିବାଦ ଜଣାଇଲେ ଜିଲ୍ଲା ସାମ୍ବାଦିକ ସଂଘ

ଏସ୍‌ପିଙ୍କୁ ଭେଟି ପ୍ରତିବାଦ ଜଣାଇଲେ ଜିଲ୍ଲା ସାମ୍ବାଦିକ ସଂଘ

ବାଲେଶ୍ବର: ନୀଳଗିରି ଉପଖଣ୍ଡରେ କାର୍ଯ୍ୟରତ ସାମ୍ବାଦିକ ଲୋକନାଥ ଦଳେଇଙ୍କ ବିରୋଧରେ ସ୍ଥାନୀୟ ପୁଲିସ ମିଥ୍ୟା ଆରୋପ ଲଗାଇ ଗିରଫ କରିବା ସହ ସେ ଡାକ୍ତରଖାନାରେ ଅସୁସ୍ଥ ହୋଇ ଭର୍ତ୍ତି ହୋଇଥିବା ବେଳେ ଜଣେ ଅପରାଧୀ ଭାବେ ତାଙ୍କ ଗୋଡ଼ରେ ବେଡ଼ି ପକାଇ ରଖିବା ଘଟଣାକୁ  ବାଲେଶ୍ବର ଜିଲ୍ଲାର ଜିଲ୍ଲା ସାମ୍ବାଦିକ ସଂଘ ତରଫରୁ କଡ଼ା ନିନ୍ଦା କରାଯାଇଛି।

ଆଜି ଏକ ପ୍ରତିନିଧି ଦଳ ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିବା ସହ ତୁରନ୍ତ ସାମ୍ବାଦିକ ଶ୍ରୀ ଦଳେଇଙ୍କ ନାଁରେ ହୋଇଥିବା ମିଥ୍ୟା ମାମଲାକୁ ପ୍ରତ୍ୟାହାରକ କରିବାକୁ ଦାବି କରିଥିଲେ। ଦାବିପତ୍ର ପ୍ରଦାନ ବେଳେ ଉତ୍କଳ ସାମ୍ବାଦିକ ସଂଘର ଜିଲ୍ଲା ସଭାପତି ବ୍ରହ୍ମାନନ୍ଦ ସ୍ବାଇଁ, ସୁଧାଂଶୁ ଶେଖର ବାରିକ, ସଂଜୟ କୁମାର ମହାଳିକ, କ‌ମଳଲେଶଚନ ରାଉତ, ସଂଜୟ କୁମାର ଦାସ, ନିରଞ୍ଜନ ପ୍ରସାଦ ବାରିକ, ପ୍ରମୋଦ କୁମାର ଦାସ, ଭଗବାନ ମହଲ, ଜଗନ୍ନାଥ ଦାସ, ସୀତାରାମ ପାତ୍ର, ଗଣେଶ ଜେନା, ଜୀବନଜ୍ୟୋତି ନାୟକ, ମାନସ ବିଶ୍ବାଳ, ରତିକାନ୍ତ ପାଢ଼ୀ, ଆଶୁତୋଷ ମଲ୍ଲିକ, ମନୋଜ କୁମାର ରାଉଳ, କୈଳାସ ବେହେରା, ଆଲୋକ ବାରିକ, ନିହାର ରଂଜନ ଜେନା, ଚିନ୍ମୟ ସାହୁ, ମାନସ କୁମାର ବେଜ୍‌ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe