ପାୱାର୍‌ ଚ୍ୟାନେଲ୍‌କୁ ପଶିଲା ବାଇକ୍ ‌: ଶ୍ୱଶୁର ମୃତ, ଜ୍ୱାଇଁ ଗୁରୁତର

ପାୱାର୍‌ ଚ୍ୟାନେଲ୍‌କୁ ପଶିଲା ବାଇକ୍ ‌: ଶ୍ୱଶୁର ମୃତ, ଜ୍ୱାଇଁ ଗୁରୁତର

YouTube

ସମ୍ବଲପୁର : ଶୁକ୍ରବାର ଦିନ ୩ଟା ସମୟରେ ବୁର୍ଲା ଥାନା ଚାଉଁରପୁର ନିକଟସ୍ଥ ପାୱାର ଚ୍ୟାନେଲ୍‌ରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟି ଯାଇଛି। ଭାରସାମ୍ୟ ହରାଇ ପାୱାର ଚ୍ୟାନେଲ୍‌କୁ ବାଇକ୍ ପଶିଯିବାରୁ ଶ୍ବଶୁରଙ୍କର ମୃତ୍ୟୁ ହୋଇଥିବା ସମୟରେ ଜ୍ବାଇଁଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି। ସେ ବୁର୍ଲା ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ମୃତକ ହେଲେ ସମ୍ବଲପୁର ଜିଲ୍ଲା ଶାସନ ଥାନା ପିପିଲିପାଲି ଗ୍ରାମର ଅଶୋକ ବାଗ(୫୦) ଓ ଜ୍ବାଇଁ ସେହି ଗ୍ରାମର ସୁରେନ୍ଦ୍ର କୁସୁମ(୨୫)।

ମିଳିଥିବା ସୂଚନା ଅନୁସାରେ, ଅଶୋକ ଓ ସୁରେନ୍ଦ୍ର ଶୁକ୍ରବାର ପିପିଲିପାଲିରୁ ସମ୍ବଲପୁରକୁ କୌଣସି କାମରେ ଆସିଥିଲେ। ତେବେ ଦିନ ପ୍ରାୟ ଅଢ଼େଇଟା ସମୟରେ ଉଭୟ ଶ୍ବଶୁର ଓ ଜ୍ବାଇଁ ବାଇକ୍‌ରେ ଜଣେ ବନ୍ଧୁ ଘରକୁ ବାହାରିଥିଲେ। କିନ୍ତୁ ଚାଉଁରପୁର ବ୍ରିଜଠାରୁ ଅଳ୍ପ ଦୂରରେ ସେମାନେ ଭାରସାମ୍ୟ ହରାଇ ପାୱାର ଚ୍ୟନେଲ୍‌ ଭିତରକୁ ପଶି ଯାଇଥିଲେ। ଏହି ଘଟଣା ଦେଖି ସ୍ଥାନୀୟ ଲୋକେ ସଙ୍ଗେସଙ୍ଗେ ଉଦ୍ଧାର କାର୍ଯ୍ୟରେ ଲାଗି ପଡ଼ିଥିଲେ। ତେବେ ସେମାନେ ଘଟଣାସ୍ଥଳରୁ ସୁରେନ୍ଦ୍ରଙ୍କୁ ଉଦ୍ଧାର କରିଥିଲେ ହେଁ ଅଶୋକ ପାଣିରେ ଭାସି ଯାଇଥିଲେ। ସମ୍ବଲପୁର ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ତେବେ ପାଣିରୁ ଆଶୋକଙ୍କୁ ଉଦ୍ଧାର କରାଯାଇଥିଲେ ହେଁ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା। ଖବର ଲେଖା ହେବା ଯାଏ ବାଇକ୍‌ଟିକୁ ପାଣିରୁ ଉଦ୍ଧାର କରାଯାଇପାରିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe