ସମ୍ବଲପୁର-କୃଷି ଆଧାରିତ ଅର୍ଥନୀତି ସୁଦୃଢ଼ ହେବ: ଧର୍ମେନ୍ଦ୍ର

ପାଣି ବ୍ୟବସ୍ଥା ପାଇଁ ମୋଦୀ ଦେଇଛନ୍ତି ୧୦ ହଜାର କୋଟି

ସମ୍ବଲପୁର-କୃଷି ଆଧାରିତ ଅର୍ଥନୀତି ସୁଦୃଢ଼ ହେବ: ଧର୍ମେନ୍ଦ୍ର

ସମ୍ବଲପୁର: ସମ୍ବଲପୁରରେ କୃଷି ଆଧାରିତ ଅର୍ଥନୀତିକୁ ସୁଦୃଢ଼ କରିବାପାଇଁ ବ୍ୟାପକ ଯୋଜନା କରାଯିବ। ଆଜି ସମ୍ବଲପୁରର ଠେମରାଠାରେ ଶ୍ରୀ ରାମଚଣ୍ଡୀ ଦେବୀ ସେବା ସଂଗଠନ ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା କହିଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କାର୍ଯ୍ୟକ୍ରମ ଅବସରରେ ଚାଷୀମାନଙ୍କ କଲ୍ୟାଣ ପାଇଁ ମୋଦୀ ସରକାର ନେଇଥିବା ବିବିଧ ପଦକ୍ଷେପଗୁଡ଼ିକ ଉପରେ ଆଲୋକପାତ କରିଥିଲେ। ସେ କହିଥି‌ଲେ, ମୋଦୀଙ୍କ ନେତୃତ୍ୱାଧୀନ ସରକାରରେ ଚାଷୀ, ଗରିବ, ମହିଳା ଓ ଯୁବକ ପ୍ରାଥମିକତାରେ ଅଛନ୍ତି। ‘ମୋଦୀ ଗ୍ୟାରେଣ୍ଟି’ରେ ପିଏମ୍‌ କିଷାନ ସମ୍ମାନ ନିଧି ଯୋଜନାରେ ଚାଷୀଙ୍କୁ ଆର୍ଥିକ ସହାୟତା, ଧାନର ଏମ୍‌ଏସ୍‌ପି ବୃଦ୍ଧି ଭଳି ଅନେକ କଲ୍ୟାଣକାରୀ ପଦକ୍ଷେପ ଚାଷୀଙ୍କୁ ସଶକ୍ତ କରିଛି। ଏଥିସହିତ, ରାଜ୍ୟରେ ଡବଲ ଇଞ୍ଜିନ ସରକାର ହେଲେ କ୍ୱିଣ୍ଟାଲ ପିଛା ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ୨୧୮୩ ଟଙ୍କାରୁ ୩୧୦୦ ଟଙ୍କାକୁ ବୃଦ୍ଧି କରାଯିବ। ବିପିଏଲ୍‌ ବର୍ଗରେ ଥିବା ମହିଳାମାନଙ୍କୁ ମାସିକ ୧୦୦୦ ଟଙ୍କା ହିସାବରେ ବର୍ଷକୁ ୧୨ ହଜାର ଟଙ୍କା ଦିଆଯିବ। କୌଣସି ଗରିବ ପରିବାର ପିଏମ୍ ଆବାସ ଯୋଜନାରେ ଘର ପାଇବାରୁ ବଞ୍ଚିତ ହେବେନାହିଁ ବୋଲି ସେ କହିଥିଲେ।

ପାଣି ବ୍ୟବସ୍ଥା ପାଇଁ ମୋଦୀ ଦେଇଛନ୍ତି ୧୦ ହଜାର କୋଟି
ମହାନଗରରେ ପାଣି ନମିଳିବା ବିଡ଼ମ୍ବନାର ବିଷୟ

ଅନ୍ୟପକ୍ଷରେ, ମୋଦୀ ସରକାର ଗ୍ରାମାଞ୍ଚଳରେ ବିଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା କରିବା ପାଇଁ ବିଗତ ୫ ବର୍ଷରେ ୧୦ ହଜାରରୁ ଉର୍ଦ୍ଧ୍ୱ କୋଟି ଟଙ୍କା ଓଡ଼ିଶାକୁ ପଠାଇଥିଲେ ମଧ୍ୟ ଏହି ଅଞ୍ଚଳରେ ପାଣି ମିଳୁନଥିବା ଅଭିଯୋଗ କରିଥିଲେ। ସେ କହିଥିଲେ, ମହାନଗର ନିଗମରେ ସାମିଲ ହେବାପରେ ମଧ୍ୟ ପାଣି ନ ମିଳିବା ବିଡ଼ମ୍ବନାର ବିଷୟ। ରାମ ନବମୀର ପବିତ୍ର ଅବସରରେ କେନ୍ଦ୍ରମନ୍ତ୍ରୀ ସମ୍ବଲପୁର ଦାନୀପାଲି ଓ ଗାୟତ୍ରୀ ମନ୍ଦିର ପରିସରରେ ଥିବା ଶ୍ରୀରାମ ମନ୍ଦିରରେ ରାମଲାଲାଙ୍କ ଦର୍ଶନ କରିବା ସହିତ ପୂଜାର୍ଚ୍ଚନା କରିଥିଲେ। ବୁର୍ଲାସ୍ଥିତ ଇସ୍କନ ମନ୍ଦିରରେ ଭଗବାନ ଶ୍ରୀରାମଙ୍କ ଆରାଧନା କରିବା ସହ କିର୍ବା ଠାରେ ନାମଯଜ୍ଞରେ ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe