ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସମ୍ବଲପୁରର ଆହାନ୍

Advertisment
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସମ୍ବଲପୁରର ଆହାନ୍

ସମ୍ବଲପୁର: ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଛନ୍ତି ସମ୍ବଲପୁରର କୁନି ଲେଖକ ଆହାନ୍। ତାଙ୍କ ଦ୍ୱାରା ରଚିତ ଗଳ୍ପ ସଂକଳନ "ୱେନ ୟୁ ଟ୍ରାଏ, ୟୁ କେନ ଫ୍ଲାଏ" ପାଇଁ ତାଙ୍କୁ ଏହି ସମ୍ମାନ ପ୍ରାପ୍ତ ହୋଇଛି। ମାତ୍ର ୮ ବର୍ଷ ବୟସରେ ସ୍ୱରଚିତ ପୁସ୍ତକ ପ୍ରକାଶ କରି ପୂର୍ବରୁ ପ୍ରଶଂସା ସାଉଁଟିଥିବା ଆହାନଙ୍କ ଉଦ୍ୟମକୁ ପ୍ରଶଂସା କରିଛି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌। ତାଙ୍କ ନାମ ରେକର୍ଡ ବୁକରେ ସ୍ଥାନ ପାଇବା ସହ ପୁରସ୍କାର ସ୍ୱରୂପ ମାନପତ୍ର, ମେଡାଲ୍, କଲମ, ବେଜ, ଓ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ ତରଫରୁ ପରିଚୟ ପତ୍ର ପ୍ରଦାନ କରା ଯାଇଛି।

ଆହାନ୍ ଦ୍ବୀତିୟ ଶ୍ରେଣୀ ପର୍ଯ୍ୟନ୍ତ ସମ୍ବଲପୁର ସ୍ଥିତ ସେଣ୍ଟ. ଜୋସେଫ କନଭେଣ୍ଟ ସ୍କୁଲରେ ଅଧ୍ୟୟନ କରୁଥିଲେ। ବର୍ତ୍ତମାନ ସେ ଭୁବନେଶ୍ୱରର ଏକ ଘରୋଇ ସ୍କୁଲରେ ଚତୁର୍ଥ ଶ୍ରେଣୀର ଛାତ୍ର। ଆହାନଙ୍କ ପିତା ଦେବାନନ୍ଦ ସାହୁ ଭୁବନେଶ୍ୱରରେ ଅବସ୍ଥିତ ଟାଟା କନ୍ସଲଟେନ୍ସି ସର୍ଭିସେସରେ କାର୍ଯ୍ୟରତ ଥିବା ବେଳେ, ମାଁ ପ୍ରଜ୍ଞା ପଟ୍ଟନାୟକ ଜଣେ ଲେଖିକା। ଆହାନ୍ ଜଣାଶୁଣା ଶିକ୍ଷାବିତ ଶୈଳେଶ ଚନ୍ଦ୍ର ପଟ୍ଟନାୟକ ଓ ପୂର୍ବତନ ଉପନଗରପାଳ ପ୍ରଣତି ପଟ୍ଟନାୟକଙ୍କ ନାତି।

ପାଞ୍ଚ ବର୍ଷରୁ ଲେଖା ଆରମ୍ଭ କରିଥିବା ଆହାନ୍, ଆଗାମୀ ଦିନରେ ଆହୁରି ପୁସ୍ତକ ରଚନା କରିବାର ଲକ୍ଷ ରଖିଛନ୍ତି। ପୂର୍ବରୁ ଗଣିତ, ସାଧାରଣଜ୍ଞାନ ଓ଼ଲିମ୍ପିଆଡରେ ପଦକ ପାଇଥିବା ଆହାନ୍, ଆଇ.ସି.ଏସ.ସି ରାଜ୍ୟସ୍ତରୀୟ ଟେଲେଣ୍ଟ ସର୍ଚ୍ଚ ରେ ସମଗ୍ର ଓଡ଼ିଶାରେ ପଞ୍ଚମ ସ୍ଥାନ ଅଧିକାର କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe