ହିନ୍ଦୀ ଚଳଚ୍ଚିତ୍ର ସଂଗୀତର ତାଳେତାଳେ ନାଚିଲେ ସମ୍ବଲପୁର ଓ ବଲାଙ୍ଗୀର ଜିଲ୍ଲାପାଳ

ହିନ୍ଦୀ ଚଳଚ୍ଚିତ୍ର ସଂଗୀତର ତାଳେତାଳେ ନାଚିଲେ ସମ୍ବଲପୁର ଓ ବଲାଙ୍ଗୀର ଜିଲ୍ଲାପାଳ

ସମ୍ବଲପୁର: ସମ୍ବଲପୁର ଜିଲ୍ଲାପାଳ ଓ ତାଙ୍କର ବଲାଙ୍ଗୀର ସମକକ୍ଷ ଚଞ୍ଚଲ ରାଣା ସଙ୍ଗୀତର ତାଳେତାଳେ ନାଚିଛନ୍ତି। ହିନ୍ଦୀ ଚଳଚ୍ଚିତ୍ର ‘ହୀରୋ ନଂ ୧’ର ଗୀତ ‘ସୋନା କିତନା ସୋନା ହେ...’ରେ ରାଜ୍ୟର ଦୁଇ ଯୁବ ଜିଲ୍ଲାପାଳ ଶ୍ରୀମତୀ ଦାସ ଓ ଶ୍ରୀ ରାଣା ନୃତ୍ୟ ପରିବେଷଣ କରିଛନ୍ତି। ନିଜ ବିବାହ ଅବସରରେ‌ ଆୟୋଜିତ କାର୍ଯ୍ୟକ୍ରମରେ ସେମାନେ ନୃତ୍ୟଗୀତରେ ମସଗୁଲ ଥବାର ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ସେମାନେ ଏହି ନୃତ୍ୟଗୀତ ପରିବେଷଣ କରୁଥିବା ବେଳେ କମସଂଖ୍ୟାରେ ନିମନ୍ତ୍ରିତ ଅତିଥି ଉପସ୍ଥିତ ‌ଥଲେ।

publive-image

ସୂଚନାଯୋଗ୍ୟ, ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ବିବାହ କରିବା ପାଇଁ ଲମ୍ବା ଛୁଟିରେ ଯାଇଛନ୍ତି। ଗତ ଗୁରୁବାର ଦିନ ସେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ)ଙ୍କୁ ଦାୟିତ୍ବ ହସ୍ତାନ୍ତର କରିଛନ୍ତି। ଶ୍ରୀମତୀ ଦାସ ଏପ୍ରିଲ ୨୮ରୁ ପ୍ରାୟ ୨୦ ଦିନ ଛୁଟିରେ ରହିବେ‌ ବୋଲି ସୂଚନା ମିଳିଛି। ସେ ଆସିବା ପର୍ଯ୍ୟନ୍ତ ଶ୍ରୀ ରାଜ୍ ଭାରପ୍ରାପ୍ତ ଜିଲ୍ଲାପାଳ ଦାୟିତ୍ବରେ ରହିବେ। ଅନନ୍ୟା ଦାସ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଲ ରାଣାଙ୍କୁ ବିବାହ କରିବେ। ଆସାମରେ ଏହି ବିବାହ ଉତ୍ସବ ଅନୁଷ୍ଠିତ ହେଉଛି। ଗତ ଫେବ୍ରୁଆରି ୧୯ ତାରିଖରେ ଉଭୟଙ୍କ ନିର୍ବନ୍ଧ ସମ୍ବଲପୁରରେ ଅନୁଷ୍ଠିତ ହୋଇଥିଲା। କିନ୍ତୁ ବିବାହର ସ୍ଥାନ ଓ ତାରିଖ ସଂପର୍କରେ ସାଧାରଣରେ ଅବଗତ କରାଯାଇ ନାହିଁ।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe