ୟୁସି ଦାଖଲ କରିବାକୁ ସମ୍ବଲପୁର ଓ ରେଭେନ୍ସା ବିଶ୍ବବିଦ୍ୟାଳୟକୁ ନିର୍ଦ୍ଦେଶ

Advertisment
ରେଭେନ୍ସା-୭୦ ବନ୍ଧୁ ମିଳନ ୧୧ରେ

Collegedunia.com

ଭୁବନେଶ୍ୱର : ୨୦୧୯-୨୦ ଶିକ୍ଷାବର୍ଷର ଚତୁର୍ଥ କ୍ବାର୍ଟର୍‌ରେ ସମ୍ବଲପୁର ବିଶ୍ବବିଦ୍ୟାଳୟ ପାଇଁ ମଞ୍ଜୁର ହୋଇଥିବା ଅର୍ଥର ହିସାବ କର୍ତୃପକ୍ଷ ଏ ପର୍ଯ୍ୟନ୍ତ ଦେଇନାହାନ୍ତି। ଏନେଇ ଗତ ଜୁଲାଇ ୨୧ରେ ବିଶ୍ବବିଦ୍ୟାଳୟ କର୍ତୃପକ୍ଷଙ୍କୁ ହିସାବ ମଗା ଯାଇଥିଲା। ୧୫ ଦିନ ବିତି ଯାଇଥିଲେ ମଧ୍ୟ ଖର୍ଚ୍ଚର ହିସାବ ପହଞ୍ଚି ନଥିବାରୁ ଆଜି ପୁଣିଥରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସମ୍ବଲପୁର ବିଶ୍ବବିଦ୍ୟାଳୟର ବିତ୍ତ ନିୟନ୍ତ୍ରକଙ୍କୁ ଚିଠି ଲେଖାଯାଇଛି। ଆସନ୍ତା ୭ ଦିନ ମଧ୍ୟରେ ମଞ୍ଜୁର ହୋଇଥିବା ଅର୍ଥର ବିନିଯୋଗ ପ୍ରମାଣପତ୍ର(ୟୁସି) ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଫଳରେ ପରବର୍ତୀ ଅର୍ଥ ମଞ୍ଜୁର କରାଯିବ ବୋଲି ଉଲ୍ଲେଖ ହୋଇଛି। ସେହିପରି ୨୦୧୯-୨୦ ଆର୍ଥିକ ବର୍ଷ‌ରେ ଜିଆଇଏ ଦରମା ବାବଦରେ ରେଭେନ୍ସା ବିଶ୍ବବିଦ୍ୟାଳୟକୁ ଦିଆଯାଇଥିବା ଅର୍ଥର ହିସାବ ପହଞ୍ଚି ନାହିଁ। ଏନେଇ ଗତ ମେ’ ଓ ଜୁଲାଇ ମାସରେ ବିଶ୍ବବିଦ୍ୟାଳୟ କର୍ତୃପକ୍ଷଙ୍କୁ ଚିଠି ହୋଇଥିଲା। ତା’ ପରେ ବି ହିସାବ ପହଞ୍ଚି ନ ଥିବାରୁ ଆଜି ବିଶ୍ବବିଦ୍ୟାଳୟର ବିତ୍ତ ନିୟନ୍ତ୍ରକଙ୍କ ନିକଟକୁ ଆଜି ଆଉ ଥରେ ଚିଠି ଲେଖାଯାଇ ୭ଦିନ ମଧ୍ୟରେ ହିସାବ ପ୍ରଦ‌ାନ କରିବାକୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe