ବିଦ୍ୟୁତ ବିଲ କଲେକ୍‌ସନ୍‌ ଏଜେଣ୍ଟଙ୍କ ମାଡରେ ହୋଟେଲ ମାଲିକ ଆହତ

Advertisment
ବିଦ୍ୟୁତ ବିଲ କଲେକ୍‌ସନ୍‌ ଏଜେଣ୍ଟଙ୍କ ମାଡରେ ହୋଟେଲ ମାଲିକ ଆହତ

ସମ୍ବଲପୁର: ସମ୍ବଲପୁର ବରେଇପାଲିରେ ଶୁକ୍ରବାର ବିଦ୍ୟୁତ ବିଲ୍‌ କଲେକ୍‌ସନ୍‌ ପାଇଁ ଆସିଥିବା କିଛି ଯୁବକ କ୍ରିଷ୍ଣା ହୋଟେଲ ମାଲିକଙ୍କୁ ମାଡମାରି ରକ୍ତାକ୍ତ କରି ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ଅଭିଯୋଗ ହୋଇଛି।

କ୍ରିଷ୍ଣା ହୋଟେଲ ମାଲିକ ଆଶିଷ କୁମାର ଗୁପ୍ତାଙ୍କ କହିବାନୁସାରେ, ଆଜି ସେ ହୋଟେଲରେ ଥିବା ସମୟରେ ୨୦ରୁ ୨୫ଜଣ ଲୋକ ବିଦ୍ୟୁତ ବିଲ୍‌ କଲେକସନ୍‌ ପାଇଁ ଆସିଛନ୍ତି ବୋଲି କହିଥିଲେ ଏବଂ ଜୋରଜବରଦସ୍ତ ୨୦ହଜାର ଟଙ୍କା ଦାବି କରି ସଙ୍ଗେସଙ୍ଗେ ଏହି ଟଙ୍କା ଦେବାକୁ ଧମକ ଦେଇଥିଲେ। ମନା କରିବାରୁ ସେମାନେ ଏକ ବୋତଲରେ ବେକକୁ ଧରି ମୁଣ୍ଡରେ ଶକ୍ତ ଆଘାତ ଦେଇଥିଲେ। ଏଜେଣ୍ଟଙ୍କ ମାଡରେ ମୁଣ୍ଡଫାଟି ଯାଇଥିଲା, ସେଥିରୁ ରକ୍ତ ବି ବାହାରିଥିଲା। ଏହି ଘଟଣା ନେଇ ଥାନାରେ ଅଭିଯୋଗ କରିବାକୁ ବାହାରିଥିଲା ବେଳେ ବିଦ୍ୟୁତ ବିଲ୍‌ ଏଜେଣ୍ଟମାନେ ତାଙ୍କ ଗାଡ଼ି ଭାଙ୍ଗି ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe