ସମ୍ବଲପୁର: ଟ୍ରକ୍‌ ଧକ୍କାରେ ବାଇକ୍‌ ଆରୋହୀ ମୃତ

ସମ୍ବଲପୁର: ଟ୍ରକ୍‌ ଧକ୍କାରେ ବାଇକ୍‌ ଆରୋହୀ ମୃତ

ସମ୍ବଲପୁର: ରବିବାର ସକାଳେ ସମ୍ବଲପୁରରୁ କଟକକୁ ପଡ଼ିଥିବା ୫୫ ନମ୍ବର ଜାତୀୟ ରାଜପଥ ଅନ୍ତର୍ଗତ ମାନେଶ୍ୱର ଛକରେ ଗୋଟିଏ ଟ୍ରକ୍‌ ଏବଂ ମୋଟରସାଇକେଲ୍‌ ମଧ୍ୟରେ ଧକ୍କା ହେବାରୁ ଘଟନାସ୍ଥଳରେ ଆରୋହୀଙ୍କର ମୃତ୍ୟୁ ଘଟିଛି।

ମୃତ ମୋଟରସାଇକେଲ୍‌ ଆରୋହୀଜଣକ ହେଉଛନ୍ତି ମାନେଶ୍ୱର ବ୍ଲକ୍‌ ଅଞ୍ଚଳ କରଂଜୋଲା ଗାଁ’ର ବିନୋଦ ଭୋଇ। ଆଜି ସକାଳୁ ୫୭ ବର୍ଷିୟ ବିନୋଦ କୌଣସି କାମରେ ମୋଟରସାଇକେଲ୍‌ ଚଳାଇ ଯାଉଥିବା ବେଳେ ରାସ୍ତାର ବୁଲାଣିରେ ଦୁର୍ଘଟନାର ଶିକାର ହୋଇଥିଲେ।

ସମ୍ବଲପୁର ସଦର ପୁଲିସ ଘଟଣାସ୍ଥଳରୁ ବିନୋଦଙ୍କ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବୁର୍ଲା ବଡ଼ ମେଡିକାଲ୍‌କୁ ପଠାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe