‘ପରୀ’ ପ୍ରସଙ୍ଗକୁ ନେଇ ଗର୍ଜିଲା ସମ୍ବଲପୁର ବିଜେପି ମହିଳା ମୋର୍ଚ୍ଚା, ମନ୍ତ୍ରୀ ଅରୁଣ ସାହୁଙ୍କ କୁଶପୁତ୍ତଳିକା ଦାହ ଓ ଇସ୍ତଫା ଦାବି

‘ପରୀ’ ପ୍ରସଙ୍ଗକୁ ନେଇ ଗର୍ଜିଲା ସମ୍ବଲପୁର ବିଜେପି ମହିଳା ମୋର୍ଚ୍ଚା, ମନ୍ତ୍ରୀ ଅରୁଣ ସାହୁଙ୍କ କୁଶପୁତ୍ତଳିକା ଦାହ ଓ ଇସ୍ତଫା ଦାବି

ସମ୍ବଲପୁର: ବହୁଚର୍ଚ୍ଚିତ ‘ପରୀ’ ପ୍ରସଙ୍ଗକୁ ନେଇ ସମ୍ବଲପୁର ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ତରଫରୁ ଆଜି ଏକ ବିକ୍ଷୋଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସମ୍ବଲପୁର ବିଜେପି ଜିଲ୍ଲା କାର୍ଯ୍ୟାଳୟରୁ ମହିଳା ମୋର୍ଚ୍ଚାର ସଦସ୍ୟାମାନେ ଶୋଭାଯାତ୍ରା ବାହାରି କଚେରି ଛକଠାରେ ଥିବା ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମନ୍ତ୍ରୀ ଅରୁଣ ସାହୁଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ।

ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଅନ୍ନପୂର୍ଣ୍ଣା ବାରିକଙ୍କ ନେତୃତ୍ୱରେ ଆରତୀ ବରାଡ଼, ସୁଷମା ସାହୁ, ସବିତା ନନ୍ଦ, ସଲିଳା ପଣ୍ଡା, ବିଦ୍ୟୁତପ୍ରଭା ଯୋଶୀ, ରୁନୁ ପ୍ରଧାନ, ପୁଷ୍ପାଞ୍ଜଳି ଜେନା, ତନୁଶ୍ରୀ ରାଣା, ଲକ୍ଷ୍ମୀ ସାହୁ, ଲକ୍ଷ୍ମୀ ଜେନା, ସୀତାକାନ୍ତୀ ମେସୁଆ, ଭବାନୀ ଧୂସର, ଅନୁସୂୟା ସାମଲ, ପୂର୍ଣ୍ଣବାସୀ ପଣ୍ଡା, ମେଜ ସାହୁ, ସୁରମା ପୋଢ଼, ମଞ୍ଜୁ ସିଂ, ସେବତୀ ପଟ୍ଟନାୟକ, ସଞ୍ଜୁ ସାହୁ, କମଳା ସାହୁ, ମମତା ବାଗ, କାଞ୍ଚନ ଲୁହା, ଡା. ସୀମା ବରିହା  ଏବଂ ଭଗବତୀ ପ୍ରଧାନ ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe