ହୀରାକୁଦ ଡ୍ୟାମ୍‌ରୁ ୨୦ଟି ଗେଟ୍‌ ଦେଇ ବନ୍ୟା ଜଳ ନିଷ୍କାସିତ, ଜନସାଧାରଣ ସତର୍କ ରହିବାକୁ ପରାମର୍ଶ ଦେଲେ ସମ୍ବଲପୁର ଜିଲ୍ଲାପାଳ

Advertisment
ବଢ଼ିବ ସଂକଟ! ହୀରାକୁଦ ଜଳଭଣ୍ଡାରରୁ ୩୧ଟି ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି; ଆହୁରି ଖୋଲିବ ୯ଟି ଗେଟ୍‌

Hirakud Dam. Photo: Sambad

ସମ୍ବଲପୁର: ମହାନଦୀ ଶଯ୍ୟା ହୀରାକୁଦ ତଳ ଅଞ୍ଚଳକୁ ସତର୍କ ସୂଚନା ଜାରି ହୋଇଛି। ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ଜନସାଧାରଣଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ଦେଇଛନ୍ତି । ହୀରାକୁଦ ଡ୍ୟାମର ୨୦ଟି ଗେଟ୍ ଖୋଲା ଯାଇଛି ବୋଲି ଜିଲ୍ଲାପାଳ ଶ୍ରୀମତୀ ଦାସ କହିଛନ୍ତି। ହୀରାକୁଦ ଡ୍ୟାମ୍‌ର ତଳିଆ ଅଞ୍ଚଳକୁ ଜଳ ପ୍ରବାହ ତୀବ୍ର ରହିଛି। ତେଣୁ ସାଧାରଣ ଜନତା ସତର୍କ ରହନ୍ତୁ ବୋଲି ସେ କହିଛନ୍ତି। ଏଥି ସହିତ ତଳିଆ ଅଞ୍ଚଳରେ ନଦୀକୁ ନଯିବାକୁ ଜିଲ୍ଲାପାଳ ଶ୍ରୀମତୀ ଦାସ ପରାମର୍ଶ ଦେଇଛନ୍ତି। 

ସୂଚନାଯୋଗ୍ୟ, ଆଜି ହୀରାକୁଦ ଜଳଭଣ୍ଡାରରୁ ପର୍ଯ୍ୟାୟ କ୍ରମେ ୧୦ଟି ଗେଟ ୪ଟି ଗେଟ୍ ଖୋଲାଯାଇଛି। ପୂର୍ବାହ୍‌ଣ ସମୟରେ ୪ଟି ଗେଟ୍‌ ଖୋଲାଯାଇଥିଲା। ମଧ୍ୟାହ୍‌ଣରେ ପୁଣି ଥରେ ୬ଟି ଗେଟ ଖୋଲାଯାଇଥିଲା। ଆଗାମୀ ଦିନରେ ପୁଣି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ବେଳେ ଜଳ ପ୍ରବେଶ ମାତ୍ରା ବଢ଼ୁଥିବାରୁ ଗୁରୁବାର ଦିନ ହୀରାକୁଦ ଜଳଭଣ୍ଡାରର ପର୍ଯ୍ୟାୟକ୍ରମେ ୧୦ଟି ଗେଟ୍ ଖୋଲାଯାଇଥିଲା। ଏବେ ମୋଟ ୨୦ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ ହେଉଛି। ଏହାଫଳରେ ଆସନ୍ତାକାଲି ମୁଣ୍ଡଳୀ ଠାରେ ଅଧିକ ଜଳ ପ୍ରବାହିତ ହେବ ।

ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ଜଳ ସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ବିଜୟ କୁମାର ମିଶ୍ର କହିଛନ୍ତି, ସବୁ ନଦୀର ଜଳସ୍ତର ବଢ଼ିଛି। କିନ୍ତୁ ବିପଦ ସଂକେତ ତଳେ ରହିଛି ।  କେବଳ ଜଳକା ନଦୀ ବିପଦ ସଂକେତ ଉପରେ ରହିଛି। କଟକ ଜିଲ୍ଲା ମୁଣ୍ଡଳି ବ୍ୟାରେଜ୍‌ରେ ଆଜି ୩.୪୭ କ୍ୟୁସେକ୍ ଜଳ ପ୍ରବାହ ହେଉଛି। ହୀରାକୁଦର ପାଣି ଆସିଲା ବେଳକୁ, ଏହି ପାଣି ଖସି ଯାଇଥିବ ‌ବୋଲି ଆଶା କରାଯାଉଛି।

ହୀରାକୁଦ ଜଳ ପରିଚାଳନା ପାଇଁ ଥିବା ରୁଲ୍ କର୍ଭ ଅନୁସାରେ, ଅଗଷ୍ଟ ୧୧ ତାରିଖରେ ଜଳସ୍ତର ସର୍ବନିମ୍ନ ୬୦୫ ଫୁଟ୍ ଏବଂ ସର୍ବାଧିକ ୬୧୫ ମଧ୍ୟରେ ରହିବା କଥା। ଗତ ବର୍ଷ ୧୧ ଅଗଷ୍ଟରେ ଜଳସ୍ତର ଥିଲା ୬୧୧ ଫୁଟ୍ ମଧ୍ୟରେ ରହିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe