ବିଦ୍ୟୁତ୍‌ ଆଘାତରେ ସମ୍ବଲପୁର କମେଡିଏନ୍‌ ମିଷ୍ଟର୍‌ ଡୋଲୁଙ୍କ ପରଲୋକ

ବିଦ୍ୟୁତ୍‌ ଆଘାତରେ ସମ୍ବଲପୁର କମେଡିଏନ୍‌ ମିଷ୍ଟର୍‌ ଡୋଲୁଙ୍କ ପରଲୋକ

ସମ୍ବଲପୁର : ଉଦୀୟମାନ କଳାକାର ତଥା ସମ୍ବଲପୁରୀ ଭାଷାର ଜଣାଶୁଣା କମେଡିଏନ୍‌ ମିଷ୍ଟର୍‌ ଡୋଲୁ (୩୦)ଙ୍କର ‌ରବିବାର ରାତିରେ ବିଦ୍ୟୁତ୍‌ ଆଘାତରେ ପରଲୋକ ହୋଇଯାଇଛି। କୋଲାବିରା ନିକଟ ସମାସିଂହାର ଡୋଲୁ ସଂଧ୍ୟା ୪ଟା ୩୦ରେ କୁଲର୍‌ରେ ପାଣି ଭରୁଥିଲେ। ସେ ଖାଲି ପାଦରେ ଥିବାବେଳେ କୁଲର୍‌ରୁ ବିଦ୍ୟୁତ୍‌ ଆଘାତ ଲାଗି ଗୁରୁତର ହୋଇଥିଲେ। ତାଙ୍କୁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନା ନିଆ ଯାଇଥିଲା। ସେଠାରେ ରାତି ୧୦ଟା ୩୦ରେ ତାଙ୍କ ପରଲୋକ ହୋଇଥିଲା।

ପ୍ରଶଂସକ ମହଲରେ ମିଷ୍ଟର୍‌ ଡୋଲୁ ଭାବେ ପରିଚିତ ଏହି ଯୁବ କଳାକାର ୨୦୧୪-୧୫ରେ ପାଣିନି ପ୍ରାଜ୍ଞ ପ୍ରଡକ୍‌ସନରେ 'ଭିକାରି' ନାମକ କମେଡି ସୋ' କରି କ୍ୟାରିୟର୍‌ ଆଗକୁ ବଢ଼ାଇଥିଲେ। ସେ ଅନେକ ଦିନ କେଦାର ପଟେଲଙ୍କ ଗ୍ରୁପ୍‌ରେ ରହି ଅନେକ ହାସ୍ୟ ଅଭିନୟ କରିଥିଲେ। ପରେ ମିଷ୍ଟର୍‌ ଡୋଲୁ କମେଡି ନାମରେ ନିଜର ୟୁଟ୍ୟୁବ୍ ଚାନେଲ୍ ଖୋଲି ୩ ଲକ୍ଷରୁ ଅଧିକ ପ୍ରଶଂସକ ଜୁଟାଇଥିଲେ। ସେ ଦକ୍ଷିଣ ଭାରତୀୟ ଆନ୍ନା ଚରିତ୍ରରେ ନିଖୁଣ ଭାବେ ଅଭିନୟ କରୁଥିଲେ। ତାଙ୍କ ଅକାଳ ବିୟୋଗରେ ପ୍ରଶଂସକ ମହଲରେ ଶୋକର ଛାୟା ଖେଳି ଯାଇଛି। ପାଣିନି ପ୍ରାଜ୍ଞ, କେଦାର ପଟେଲ ତାଙ୍କ ମାର୍ଗଦର୍ଶକ ମାନେ ଗଭୀର ଶୋକବ୍ୟକ୍ତ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe